ETV Bharat / sports

ପୁଣି ୱାର୍ଣ୍ଣରଙ୍କ କାନ୍ଧରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକତ୍ବ ଭାର - ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ

ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ଘୋଷଣା କରିଛି ଦଳର ନୂଆ କ୍ୟାପଟେନ । ଆଗାମୀ ଆଇପିଏଲ ସଂସ୍କରଣରେ ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର କ୍ୟାପଟେନ ଦାୟିତ୍ବ ତୁଲାଇବେ । ଅଧିକ ପଢନ୍ତୁ...

IPL 2020
ସନରାଇଜର୍ସ ହାଇଦ୍ରାବାଦ
author img

By

Published : Feb 27, 2020, 6:17 PM IST

ହାଇଦ୍ରାବାଦ: ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ଘୋଷଣା କରିଛି ଦଳର ନୂଆ କ୍ୟାପଟେନ । ଆଗାମୀ ଆଇପିଏଲ ସଂସ୍କରଣରେ ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର କ୍ୟାପଟେନ ଦାୟିତ୍ବ ତୁଲାଇବେ । ଏନେଇ ଫ୍ରାଞ୍ଚାଇଜ ପକ୍ଷରୁ ଟ୍ବିଟରେ ସୂଚନା ଦିଆଯାଇଛି ।

IPL 2020
ଡେଭିଡ ୱାର୍ଣ୍ଣର

ପୂର୍ବରୁ ବର୍ଷ 2016ରେ ୱାର୍ଣ୍ଣରଙ୍କ ଅଧିନାୟକତ୍ବରେ ଆଇପିଏଲ ଚମ୍ପିଆନ ହୋଇଥିଲା ସନରାଇଜର୍ସ ହାଇଦ୍ରାବାଦ । ୱାର୍ଣ୍ଣର ଆଇପିଏଲର ଅନ୍ୟତମ ସଫଳ ଖେଳାଳି । 2015, 2017, ଓ 2019 ଆଇପିଏଲରେ ଅରେଞ୍ଜ କ୍ୟାପ୍‌ ୱିନର ରହିଥିଲେ ୱାର୍ଣ୍ଣର । ମାତ୍ର ବାସନ୍ଦ ପାଇଁ 2018 ଆଇପିଏଲରେ ଖେଳିପାରିନଥିଲେ । 2018ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟେଷ୍ଟରେ ତତ୍କାଳିନ ଅଷ୍ଟ୍ରେଲିଆ କ୍ୟାପଟେନ ଷ୍ଟିଭ ସ୍ମିଥ, ଓ କେମରନ ବେନକ୍ରପ୍ଟ ବଲ ଟାମ୍ପରିଂ ମାମଲାରେ 12 ମାସ କ୍ରିକେଟରୁ ବାସନ୍ଦ ହୋଇଥିଲେ ।

IPL 2020
ଡେଭିଡ ୱାର୍ଣ୍ଣର

2019 ଆଇପିଏଲ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ ରହିଥିଲେ କେନ୍‌ ୱିଲିୟମସନ । କିଛି ମ୍ୟାଚରେ ପେସ୍‌ ବୋଲର ଭୁବନେଶ୍ବର କୁମାର ମଧ୍ୟ କ୍ୟାପଟେନ ଦାୟିତ୍ବ ସମ୍ଭାଳିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.