ETV Bharat / sports

କୋଭିଡ-19: ଚେନ୍ନାଇ ସୁପର କିଙ୍ଗ୍ସ ଟିମ ସଦସ୍ୟ ନେଗେଟିଭ ଚିହ୍ନଟ

author img

By

Published : Sep 1, 2020, 7:10 PM IST

ସମସ୍ତ ଚେନ୍ନାଇ ସୁପର କିଙ୍ଗ୍ସ ଟିମ ସଦସ୍ୟଙ୍କ ସଦ୍ୟତମ କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି । ତେବେ ଅଭ୍ୟାସକୁ ଫେରିବା ପୂର୍ବରୁ ଆଉଥରେ ସମସ୍ତ ସଦସ୍ୟଙ୍କ ଟେଷ୍ଟ କରାଯିବ ।

CSK team members have tested negative for COVID-19: Source
କୋଭିଡ-19: ଚେନ୍ନାଇ ସୁପର କିଙ୍ଗ୍ସ ଟିମ ସଦସ୍ୟ ନେଗେଟିଭ ଚିହ୍ନଟ

ନୂଆଦିଲ୍ଲୀ: ସମସ୍ତ ଚେନ୍ନାଇ ସୁପର କିଙ୍ଗ୍ସ ଟିମ ସଦସ୍ୟଙ୍କ ସଦ୍ୟତମ କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି । ତେବେ ଅଭ୍ୟାସକୁ ଫେରିବା ପୂର୍ବରୁ ଆଉଥରେ ସମସ୍ତ ସଦସ୍ୟଙ୍କ ଟେଷ୍ଟ କରାଯିବ । ବିସିସିଆଇର ଏସଓପି ଅନୁଯାୟୀ, ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ସର୍ବୋପରି ରହିଛି ।

ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) 13ଜଣ ସଦସ୍ୟ ପଜିଟିଭି ଚିହ୍ନଟ ହୋଇଥିବା ଘୋଷଣା କରିଥିଲା । ତେବେ ବୋର୍ଡ ପକ୍ଷରୁ କେଉଁ ଟିମରୁ କେତେ ଜଣ ସଦସ୍ୟ ରହିଛନ୍ତି ସ୍ପଷ୍ଟ କରାଯାଇନଥିଲା । ତେବେ 13 ସଦସ୍ୟଙ୍କ ମଧ୍ୟରେ ଦୁଇଜଣ ଖେଳାଳି ଥିବା ସୂଚନା ଦିଆଯାଇଥିଲା । ପଜିଟିଭ ଚିହ୍ନଟ ହୋଇଥିବା ସଦସ୍ୟଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ରଖାଯିବା ସହ ସମସ୍ତେ ଲକ୍ଷଣ ବିହୀନ ବୋଲି କୁହାଯାଇଥିଲା । ଆଇପିଏଲ ମେଡିକାଲ ଟିମ କଡା ନଜର ରଖିଥିବା କୁହାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.