ETV Bharat / sports

ଧୋନି ‘ଦ ଅନଡିସପ୍ୟୁଟେଡ କିଙ୍ଗ’

ରବିବାର ଚେନ୍ନାଇର ହୋମ ଗ୍ରାଉଣ୍ଡରେ ପ୍ରାକ୍ଟିସ ପାଇଁ ଧୋନି ପଡିଆକୁ ଓହ୍ଲାଇଥିଲେ ଆଉ ପ୍ରାୟ 10,000ରୁ ଅଧିକ ଫ୍ୟାନ୍ସ ଚିୟର କରିଥିଲେ ତାଙ୍କ ଅତି ପ୍ରିୟ ‘‘ଥଲାଇବା’’ ପାଇଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର
author img

By

Published : Mar 19, 2019, 5:06 PM IST

ଚେନ୍ନାଇ: ତାଙ୍କୁ ‘‘ଅନଡିସପ୍ୟୁଟେଡ କିଙ୍ଗ’’ କୁହନ୍ତୁ, ‘‘ଡେସଟିନିସ ଚାଇଲ୍ଡ’’ କୁହନ୍ତୁ କିମ୍ବା ‘‘ମ୍ୟାନ ୱିଥ ମିଡାସ ଟଚ’’ କୁହନ୍ତୁ ଧୋନି ପ୍ରାମାଣ କରି ଦେଇଛନ୍ତି ଯେ ସେ କିମ୍ବଦନ୍ତୀ ଖେଳାଳିଙ୍କ ତାଲିକାରେ ରହିବା ଯୋଗ୍ୟ। ଯେଉଁଠି ମାହି ଥାନ୍ତି ସେଠାକୁ ଛୁଟେ ଫ୍ୟାନ୍ସଙ୍କ ସୁଅ । ତାହା ତାଙ୍କ ହୋମ ଟାଉନ ରାଞ୍ଚି ହେଉ କି ତାଙ୍କ ଦ୍ବିତୀୟ ଘର ଚେନ୍ନାଇ, ମୁମ୍ବାଇ, କୋଲକାତା ହେଉ କିମ୍ବା ଏମସିଜି ଓ ଜୋହାନ୍ସବର୍ଗ ପରି ବିଦେଶୀ ଗ୍ରାଉଣ୍ଡ ହେଉ, ସବୁଠି ଦେଖିବାକୁ ମିଳେ ମାହିଙ୍କ ପାଇଁ କ୍ରେଜ୍ ।

ରବିବାର ଚେନ୍ନାଇର ହୋମ ଗ୍ରାଉଣ୍ଡରେ ପ୍ରାକ୍ଟିସ ପାଇଁ ଧୋନି ପଡିଆକୁ ଓହ୍ଲାଇଥିଲେ ଆଉ ପ୍ରାୟ 10,000ରୁ ଅଧିକ ଫ୍ୟାନ୍ସ ଚିୟରଅପ୍ କରିଥିଲେ ତାଙ୍କ ଅତି ପ୍ରିୟ ‘‘ଥଲାଇବା’’ ପାଇଁ । କିଛି ସମୟ ମଧ୍ୟରେ ଏହି ଭିଡିଓ ଭାଇରାଲ ହୋଇଯାଇଥିାଲ ସୋସିଆଲ ମିଡିଆରେ । ଅନେକ କ୍ରିକେଟର ମଧ୍ୟ ଧୋନିଙ୍କ ପାଇଁ ଫ୍ୟାନ୍ସଙ୍କ ଏଭଳି କ୍ରେଜ ଦେଖି ଏହାର ପ୍ରଶଂସା କରିବା ନେଇ ନିଜକୁ ଅଟକାଇ ପାରିନାହାଁନ୍ତି ।

ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଏଲବି ମୋରକେଲ ଟ୍ବିଟ କରି ଧୋନିଙ୍କ ପ୍ରଶଂସା କରିଛନ୍ତି ।

ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର ସ୍କଟ ସ୍ଟେରିସ ମଧ୍ୟ ଫ୍ୟାନ୍ସଙ୍କ ଏଭଳି କ୍ରେଜ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଧୋନିଙ୍କ ଖେଳ ଓ ତାଙ୍କ ଷ୍ଟାଇଲ ଛଡା ତାଙ୍କ ସଫଳତା ପାଇଁ ମଧ୍ୟ ସେ ସାଉଁଟିଛନ୍ତି ଲୋକଙ୍କ ସହଯୋଗ ଓ ଭଲପାଇବା । ସେ ଏକମାତ୍ର ଏପରି ଅଧିନାୟକ ଯିଏ, ଆଇସିସିର ସମସ୍ତ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି । ତେବେ ଧୋନି ଏବେ ଆଉ ଆଗ ଭଳି ବେଷ୍ଟ ଫିନିସିଙ୍ଗ୍ କରି ପାରୁନାହାଁନ୍ତି ତଥାପି ତାଙ୍କ ମଜାଦାର ୱିକେଟ କିପିଙ୍ଗ ଓ ମ୍ୟାଚରେ ତାଙ୍କ କୁଲ୍ ଅନ୍ଦାଜ ଓ ମସ୍ତି ପାଇଁ ଫ୍ୟାନ୍ସଙ୍କ ଗହଣରେ ସେ ବେଶ ଫେବରେଟ ।

  • There's something about the video. Can imagine someone watching it many years later and being blown away by the adulation. And then realizing he is walking in for a practice session. Pah. This is fandom. This is Dhoni https://t.co/PZDcexFsK0

    — Siddhartha Vaidyanathan (@sidvee) March 17, 2019 " class="align-text-top noRightClick twitterSection" data=" ">

ସ୍ଲଗ- ଶ୍ୱଶୁର ଘରେ ବୋହୂକୁ ମାଡ଼ ଅଭିଯୋଗ। ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି।
ଫର୍ମାଟ- ଏଭିବି
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 17/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗରରେ ଜଣେ ବୋହୂକୁ ଅକଥନୀୟ ନିର୍ଯାତନା ସହ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, 2015 ମସିହାରେ ଭଦ୍ରକ ଚରମ୍ପା ଗ୍ରାମର ରମେଶ ପସାରଙ୍କ ଝିଅ ସୁମିତ୍ରା ସୋର ଥାନା ତଳନଗର ଗ୍ରାମର ରାଜେନ୍ଦ୍ର ନାୟକଙ୍କ ସହ ବୈଦିକ ରୀତିରେ ବାହାଘର ହୋଇଥିଲା। ରାଜେନ୍ଦ୍ରଙ୍କ ପରିବାର ଲୋକେ ଅଧିକ ଯୌତୁକ ଦାବି କରି ସୁମିତ୍ରାଙ୍କ ଉପରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଅଧିକ ଯୌତୁକ ଦାବୀର ସୀମା ଡେଇଁ ଯାଇଥିଲେ ସୁମିତ୍ରାଙ୍କ ଶ୍ୱଶୁର ଘର ଲୋକେ। ଯୌତୁକ ନ ଆଣିବା ଯାଏ ଗୋଟିଏ କାଠରୀ ଭିତରେ ଶ୍ୱଶୁର ଘରେ ସୁମିତ୍ରାଙ୍କୁ ତାଲା ପକାଇ ରଖିଥିଲେ। ସୁମିତ୍ରା ଏହି ଘଟଣା ବିଷୟରେ ନିଜ ବାପାଙ୍କ ପାଖକୁ ଖବର ଦେଇଥିଲେ। ଝିଅର ଏମିତି ଅବସ୍ଥା କଥା ଶୁଣି ଭଦ୍ରକରୁ ସୁମିତ୍ରାଙ୍କ ଭାଇ ଓ ମା ତଳନଗରରେ ପହଞ୍ଚିଥିଲେ। ସେଠାରେ ଦୁଇ ପରିବାର ଭିତରେ ଜୋରଦାର ପାଟିତୁଣ୍ଡ ଓ ମାରପିଟ ହୋଇଥିଲା। ଏଥିରେ ସୁମିତ୍ରା ଓ ତାଙ୍କ ମା ଗୁରୁତର ହୋଇଥିଲେ। ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ସୋର ପୋଲିସ ସୁମିତ୍ରାଙ୍କ ଭାଇକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.