ETV Bharat / sports

କୋରୋନା ମୁକାବିଲା: 1 ଲକ୍ଷ ଦାନ କଲେ ଭାରତୀୟ ମହିଳା କ୍ରିକେଟର - Richa donates Rs 1 lakh

ମହିଳା ଟି -20 ବିଶ୍ବକପରେ ଭାରତର ପ୍ରତିନିଧିତ୍ୱ କରିଥିବା ଅଲରାଉଣ୍ଡର ରିଚା ଘୋଷ ରବିବାର କୋରୋନା ମୁକାବିଲା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 1 ଲକ୍ଷ ଟଙ୍କା ଦାନ କରିଛନ୍ତି ।

cricketer-richa-donates-rs-1-lakh-in-fight-against-covid-19
କୋରୋନା ମୁକାବିଲା: 1 ଲକ୍ଷ ଦାନ କଲେ ଭାରତୀୟ ମହିଳା କ୍ରିକେଟର
author img

By

Published : Mar 29, 2020, 7:59 PM IST

କୋଲକତା: ସଦ୍ୟ ସମାପ୍ତ ମହିଳା ଟି -20 ବିଶ୍ବକପରେ ଭାରତର ପ୍ରତିନିଧିତ୍ୱ କରିଥିବା ଅଲରାଉଣ୍ଡର ରିଚା ଘୋଷ ରବିବାର କୋରୋନା ମୁକାବିଲା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 1 ଲକ୍ଷ ଟଙ୍କା ଦାନ କରିଛନ୍ତି । ତେବେ ଏହି 16 ବର୍ଷିୟା କ୍ରିକେଟରଙ୍କ ବାପା ସିଲିଗୁରି ଜିଲ୍ଲା ମାଜିଷ୍ଟ୍ରେଟ ସୁମନ୍ତା ସାହେଙ୍କୁ 1 ଲକ୍ଷ ଟଙ୍କା ଚେକ୍ ଦେଇଛନ୍ତି ।

ଫାଇନାଲ୍ ସମେତ ଟି -20 ବିଶ୍ବକପରେ 2ଟି ମ୍ୟାଚ୍ ଖେଳିଥିବା ରିଚା କହିଛନ୍ତି ଯେ, ‘‘ଯେତେବେଳେ ସମସ୍ତେ କୋରୋନା ସହିତ ଲଢେଇ କରୁଛନ୍ତି ଏବଂ ଏହା ବିରୁଦ୍ଧରେ ମିଳିତ ଯୁଦ୍ଧ ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି, ମୁଁ ଦେଶର ଦାୟିତ୍ବବାନ ନାଗରିକ ଭାବରେ ଟିକେ ଯୋଗଦାନ କରିବାକୁ ଚିନ୍ତା କରିଛି । ’’ ଟି -20 ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆରେ ଟ୍ରାଇ ସିରିଜରେ ଡେବ୍ୟୁ କରି 16 ବର୍ଷିୟା ରିଚା ଏବଂ ଶାଫାଲୀ ବର୍ମା ଫାଇନାଲ ଖେଳିଥିଲେ । ମାର୍ଚ୍ଚ 8 ରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 85 ରନରେ ପରାସ୍ତ କରିଥିଲା ।

ସେହିପରି ବେଙ୍ଗଲ ମହିଳା ଅଣ୍ଡର-23 ଦଳର କୋଚ୍ ଜୟନ୍ତ ଘୋଷ ଦସ୍ତିଦାର 10,000 ଟଙ୍କା ପ୍ରଦାନ କରିବା ବେଳେ ହ୍ବାଇଟ ବର୍ଡର କ୍ଲବ ଏବଂ ବିଜୟ ସ୍ପୋର୍ଟସ କ୍ଲବ ପରି ୟୁନିଟ୍ ପ୍ରତ୍ୟେକ ବେଙ୍ଗଲ କ୍ରିକେଟ ଆସୋସିଏସନ ମାଧ୍ୟମରେ 50,000 ଟଙ୍କା ଦାନ କରିବେ । ଉତ୍ତର ପାଲୀ ମିଲାନ ସାଙ୍ଗା, ସବର୍ବାନ କ୍ଲବ ଏବଂ ରେଞ୍ଜର୍ସ କ୍ଲବ ପ୍ରତ୍ୟେକ 25,000 ଟଙ୍କା ପ୍ରଦାନ କରିବେ । ଜିଲ୍ଲା କ୍ରୀଡ଼ା ଆସୋସିଏସନ୍ (DSA) ମଧ୍ୟରେ କୁଚ ବେହାର ସଙ୍ଘ ରାଜ୍ୟ ରିଲିଫ ପାଣ୍ଠିକୁ 10,000 ଟଙ୍କା ଦାନ କରିବାକୁ ରାଜି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.