ETV Bharat / sports

ଲକଡାଉନ ଉପରେ ରମଜାନ, ଆଲ୍ଲାଙ୍କ ଆର୍ଶୀବାଦ: ଇର୍ଫାନ ପଠାନ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଏହି ମାସର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଏକ ଭିଡିଓ ସେୟାର କରି ଲୋକମାନଙ୍କୁ ଘରେ ରହି ନମାଜ ପାଠ ସହ କୋରାନ ପଢିବାକୁ ପରାମର୍ଶ ଦେଇଛନ୍ତି ।

author img

By

Published : Apr 25, 2020, 8:54 PM IST

Updated : Apr 26, 2020, 10:44 AM IST

ଲକଡାଉନ ଉପରେ ରମଜାନ, ଆଲ୍ଲାଙ୍କ ଆର୍ଶୀବାଦ: ଇର୍ଫାନ ପଠାନ
ଲକଡାଉନ ଉପରେ ରମଜାନ, ଆଲ୍ଲାଙ୍କ ଆର୍ଶୀବାଦ: ଇର୍ଫାନ ପଠାନ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ରମଜାନ ମାସ । ଏହି ମାସରେ ମୁସଲିମାନମାନେ ରୋଜା(ଉପବାସ) ରଖିଥାନ୍ତି । ଏଥିସହ ଆଲ୍ଲାଙ୍କୁ ସ୍ମରଣ କରିଥାନ୍ତି । ତେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଏହି ମାସର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଏକ ଭିଡିଓ ସେୟାର କରି ଲୋକମାନଙ୍କୁ ଘରେ ରହି ନମାଜ ପାଠ ସହ କୋରାନ ପଢିବାକୁ ପରାମର୍ଶ ଦେଇଛନ୍ତି ।

ଇର୍ଫାନ କହିଛନ୍ତି ଯେ, କିଛି ଲୋକ କହୁଛନ୍ତି ଏହି ମାସ ବହୁତ କଷ୍ଟରେ କଟିବ । ଆଲ୍ଲା ଆମମାନଙ୍କର ପରୀକ୍ଷା ନେଉଛନ୍ତି । ତେବେ ମୁଁ କହୁଛି ଏହା କୌଣସି ପରୀକ୍ଷା ନୁହେଁ ଏକ ସୁଯୋଗ । ଆଲ୍ଲାଙ୍କୁ ସ୍ମରଣ କରିବାକୁ ବହୁତ ସମୟ ମିଳୁଛି । ମତେ ଲାଗୁଛି ଏହା ଠାରୁ ଭଲ ରମଜାନ ମାସ କେବେ ଆସିଛି ନା କେବେ ଆସିବ ।

ଏହାପୂର୍ବରୁ ଇରଫାନ ଏକ ଭିଡିଓ ଜରିଆରେ ଲୋକଙ୍କୁ ଲକଡାଉନ ସମୟରେ ଘରେ ରହିବାକୁ ଅପିଲ କରିଥିଲେ । ସେ କହିଥିଲେ ଯେ, ଆପଣମାନେ ଭାବନ୍ତୁନି ମସଜିଦ ଯିବାକୁ ମନା କରାଯାଉଛି । ଏପରି ଭାବନ୍ତୁ କି ଘରକୁ ମସଜିଦରେ ପରିଣତ କରାଯାଉଛି ।

Last Updated : Apr 26, 2020, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.