ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ(CWI) ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ 14 ଜଣିଆ ଟେଷ୍ଟ ଟିମ ଘୋଷଣା କରିଛି । ଏଥିସହିତ 11ଜଣ ଖେଳାଳିଙ୍କୁ ଏହି ଗସ୍ତପାଇଁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି ।
ତେବେ ଡାରେନ ବ୍ରାଭୋ, ସିମ୍ରନ ହେଟମେୟର ଓ କିମୋ ପଲ ଇଂଲଣ୍ଡ ଗସ୍ତରୁ ଓହରି ଯାଇଛନ୍ତି । ୱେଷ୍ଟଇଣ୍ଡିଜ ଇଂଲଣ୍ଡ ବିପକ୍ଷରେ 3ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ଖେଳିବ । ଜୁଲାଇ 8ରୁ ଏହି ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଜୁନ 8ରେ ସ୍ବତନ୍ତ୍ର ବିମାନରେ ଇଂଲଣ୍ଡ ଗସ୍ତ କରିବ ୱେଷ୍ଟଇଣ୍ଡିଜ ଟିମ ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷିତ ୱେଷ୍ଟଇଣ୍ଡିଜ ଟିମ: ଜେସଲ ହୋଲ୍ଡର(କ୍ୟାପଟେନ), ଜେମାଇନ ବ୍ଲାକଉଡ, ଏନକ୍ରୁମହ ବୋନର, କ୍ରେଗ ବ୍ରାଥୱେଟ, ସମର୍ଥ ବ୍ରୁକ୍ସ, ଜନ ଚାମ୍ପବେଲ, ରୋଷ୍ଟନ ଚେଜ, ରହକିମ କର୍ଣ୍ଣୱାଲ, ସେନ ଡାୱରିଚ, ଚେମର ହୋଲ୍ଡର, ସାଇ ହୋପ, ଆଲଜରି ଜୋସେଫ, ରେୟମନ ରିଫର, କେମାର ରୋଚ ।
ରିଜର୍ଭ: ସୁନିଲ ଆମ୍ବ୍ରିସ, ଜୋସୁଆ ଡା ସିଲଭା, ସେନନ ଗାବ୍ରିଏଲ, କିଓନ ହାର୍ଡିଂ, କେଲ ମେୟର୍ସ, ପ୍ରେଷ୍ଟନ ମେକସ୍ବିନ, ମାର୍କ୍ୟୁଇନୋ ମିଣ୍ଡଲେ, ସେନ ମୋସଲେ, ଆଣ୍ଡରସନ ଫିଲିପ, ଓସାନେ ଥୋମାସ, ଜୋମେଲ ୱାରିକନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ