ହାଇଦ୍ରାବାଦ: କ୍ରିକେଟକୁ ଭଦ୍ର ଲୋକଙ୍କ ଖେଳ କୁହାଯାଏ । ତେବେ ଏହି ଖେଳ ଅଲମ୍ପିକ୍ସରେ ସାମିଲ ହୋଇପାରିନାହିଁ । ମାତ୍ର ନିକଟ ଭବିଷ୍ୟତରେ ଅଲମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ । ଏନେଇ ମିଳିଛି ସବୁଜ ସଂକେତ । 2028 ଅଲମ୍ପିକ୍ସରେ ପ୍ରଥମ କରି କ୍ରିକେଟକୁ ସ୍ଥାନ ମିଳିବା ନେଇ କହିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା MCC ବିଶ୍ବ କ୍ରିକେଟ କମିଟିର ଚେୟାରମ୍ୟାନ ମାଇକ ଗେଟିଙ୍ଗ ।
ଆଇସିସିର ନୂଆ ମୁଖ୍ୟ କାର୍ଯ୍ୟକାରୀ ସଦସ୍ୟ ମନୁ ସହନେ MCC କ୍ରିକେଟ କମିଟିକୁ ସମ୍ବୋଧିତ କରି ଏହି ବିଷୟ ଆଗକୁ ବଢୁଥିବା କହିଛନ୍ତି । ଏହା ଉପରେ ଅଧିକ ବିଚାର କରାଯାଉଛି । 2028 ଅଲମ୍ପିକ୍ସରେ ଏହା ସଫଳ ହେବ ବୋଲି ଆଶା ରହିଛି, କହିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସହନେ।
ତେବେ ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେଲେ ମ୍ୟାଚ ସୂଚୀ ନେଇ ସାମାନ୍ୟ ଅସୁବିଧା ହୋଇପାରେ । କାରଣ ସୁରକ୍ଷା ଦୃଷ୍ଟିରୁ ଅଲମ୍ପିକ୍ସ ଅଳ୍ପ ଦିନ ମଧ୍ୟରେ ଶେଷ କରିବାକୁ ପଡିଥାଏ । ତେବେ ଆସନ୍ତା 18 ମାସ ଏହି ବିଷୟ ନେଇ ଗୁରୁତ୍ବପୂର୍ଣ୍ଣ ରହିବ । ସବୁ ଦେଶର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ ଅଲମ୍ପିକ୍ସରେ ଖେଳିବା ନେଇ ଲକ୍ଷ୍ୟ ରହିଛି ।