ETV Bharat / sports

କ୍ରିକେଟ ଆଉ ଭଦ୍ରଲୋକଙ୍କ ଖେଳ ନୁହେଁ! - ଭଦ୍ର ଲୋକଙ୍କ ଖେଳ ହୋଇ ରହିନାହିଁ କ୍ରିକେଟ

କ୍ରିକେଟକୁ ଭଦ୍ର ଲୋକଙ୍କ ଖେଳ ବୋଲି କୁହାଯାଏ । ପୂର୍ବରୁ ଥିଲା, ମାତ୍ର ଏବେ ଆଉ ଭଦ୍ର ଲୋକଙ୍କ ଖେଳ ହୋଇ ରହିନାହିଁ କ୍ରିକେଟ । ଏହା କହିଛନ୍ତି କ୍ରିକେଟ କିମ୍ବଦନ୍ତୀ ତଥା ଭାରତର ବିଶ୍ବକପ ବିଜେତା କ୍ୟାପଟେନ କପିଲ ଦେବ । ଅଧିକ ପଢନ୍ତୁ...

Cricket is no longer gentleman's game
କ୍ରିକେଟ ଆଉ ଭଦ୍ରଲୋକଙ୍କ ଖେଳ ନୁହେଁ
author img

By

Published : Feb 14, 2020, 10:43 AM IST

ମୁମ୍ବାଇ: କ୍ରିକେଟକୁ ଭଦ୍ର ଲୋକଙ୍କ ଖେଳ ବୋଲି କୁହାଯାଏ । ପୂର୍ବରୁ ଥିଲା, ମାତ୍ର ଏବେ ଆଉ ଭଦ୍ର ଲୋକଙ୍କ ଖେଳ ହୋଇ ରହିନାହିଁ କ୍ରିକେଟ । ଏହା କହିଛନ୍ତି କ୍ରିକେଟ କିମ୍ବଦନ୍ତୀ ତଥା ଭାରତର ବିଶ୍ବକପ ବିଜେତା କ୍ୟାପଟେନ କପିଲ ଦେବ ।

19 ବର୍ଷରୁ କମ କ୍ରିକେଟ ବିଶ୍ବକପ ଫାଇନାଲରେ ଘଟିଥିବା ଘଟଣାକୁ ନେଇ ଏମିତି ମତ ରଖିଛନ୍ତି କ୍ରିକେଟର ଏହି ମହାନ ଖେଳାଳି । ଏଥିସହିତ ଏହିପ୍ରକାର ଆଚରଣ ପୁନର୍ବାର ଦେଖା ନଯିବା ପାଇଁ କ୍ରିକେଟ ବୋର୍ଡ କଠୋର ହେବା ଉଚିତ ବୋଲି ମତପୋଷଣ କରିଛନ୍ତି କପିଲ ଦେବ ।

Cricket is no longer gentleman's game
19 ବର୍ଷରୁ କମ କ୍ରିକେଟ ବିଶ୍ବକପ ଫାଇନାଲ

ସଦ୍ୟ ସମାପ୍ତ 19 ବର୍ଷରୁ କମ କ୍ରିକେଟ ବିଶ୍ବକପରେ ଭାରତ ଓ ବାଂଲାଦେଶ ଖେଳାଳି ପରସ୍ପର ମଧ୍ୟରେ ଅଶୋଭନୀୟ ଆଚରଣ କରିଥିବା ନଜର ଆସିଥିଲେ । ଏନେଇ 5ଜଣ ଖେଳାଳିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇିସିସି) ଡିମେରିଟ ପଏଣ୍ଟ ପ୍ରଦାନ କରିଛି । ଆଇିସିସିର ବିଭିନ୍ନ ଶୃଙ୍ଖଳାଗତ ଧାରାର ଉଲଂଘନ କରିଛନ୍ତି ବାଂଲାଦେଶର 3(ତୋହ୍ବିଦ ହ୍ରିଦୟ,ସମିମ ହୁଲେନ,ରକିବୁଲ ହସନ) ଭାରତର 2 ଖେଳାଳି(ଆକାଶ ସିଂହ, ରବି ବିଷ୍ଣୋଇ) ।

Cricket is no longer gentleman's game
19 ବର୍ଷରୁ କମ କ୍ରିକେଟ ବିଶ୍ବକପ ଫାଇନାଲ

ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ବାଂଲାଦେଶ, ଭାରତକୁ 3 ୱିକେଟରେ ହରାଇଥିଲା । ମ୍ୟାଚଶେଷ ହେବାମାତ୍ରେ ବାଂଲାଦେଶର ଖେଳାଳି ପଡିଆ ମଧ୍ୟକୁ ଚାଲିଆସି ଭାରତୀୟ ଖେଳାଳିଙ୍କ ସାମ୍ନାରେ ଆକ୍ରମଣାତ୍ମକ ଭଙ୍ଗିରେ ଖୁସି ମନାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଭାରତୀୟ ଖେଳାଳି ବାଂଲାଦେଶ ଖେଳାଳିଙ୍କ ସମ୍ମୁଖୀନ ହୋଇଥିଲେ । ଫଳରେ ଏକ ଅପ୍ରିତିକିର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ମ୍ୟାଚ ଶେଷରେ ଉଭୟ ଦଳର ଖେଳାଳି ପରସ୍ପର ମଧ୍ୟରେ ହାତ ମିଶାଇବାର ପରମ୍ପରା ଦେଖାଯାଇନଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.