ETV Bharat / sports

'କ୍ରିକେଟ ଭଦ୍ରଲୋକଙ୍କ ଖେଳ, ଜାତିଆଣ ଆକ୍ଷେପର ସ୍ଥାନ ନାହିଁ' - BCCI VP Rajeev Shukla

ଭାରତୀୟ ବୋଲର ମହମ୍ମଦ ସିରାଜ ଓ ଜଶପ୍ରୀତ ବୁମରାଙ୍କ ପ୍ରତି କଙ୍ଗାରୁ ମାଟିରେ ଜାତିଆଣ ଆକ୍ଷେପ ହୋଇଛି । ଅଧିକ ପଢନ୍ତୁ...

Cricket is a gentleman's game, no place for racial abuse: BCCI VP Rajeev Shukla
'କ୍ରିକେଟ ଭଦ୍ରଲୋକଙ୍କ ଖେଳ, ଜାତିଆଣ ଆକ୍ଷେପର ସ୍ଥାନ ନାହିଁ'
author img

By

Published : Jan 9, 2021, 8:09 PM IST

ନୂଆଦିଲ୍ଲୀ: ଭାରତୀୟ ବୋଲର ମହମ୍ମଦ ସିରାଜ ଓ ଜଶପ୍ରୀତ ବୁମରାଙ୍କ ପ୍ରତି କଙ୍ଗାରୁ ମାଟିରେ ଜାତିଆଣ ଆକ୍ଷେପ ହୋଇଛି । ଏନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ । 'କ୍ରିକେଟ ଭଦ୍ରଲୋକଙ୍କ ଖେଳ, ଜାତିଆଣ ଆକ୍ଷେପର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ବିସିସିଆଇ ଉପ-ସଭାପତି ରାଜୀବ ଶୁକ୍ଳା ।

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବୁମରା ଓ ସିରାଜଙ୍କ ପ୍ରତି କିଛି ଅଷ୍ଟ୍ରେଲୀୟ ଫ୍ୟାନ୍ସ ଜାତିଆଣ ଆକ୍ଷେପ ସହ କଟୁ ଶବ୍ଦ ପ୍ରୟୋଗ କରିଥିବା ସୂଚନା ମିଳିଛି ।

ଏହି ଘଟଣାରେ ଶୁକ୍ଳା କହିଛନ୍ତି, ଏପରି ଦୁର୍ବ୍ୟବହାର ଗ୍ରହଣୀୟ ନୁହେଁ । ବିସିସିଆଇ ସମ୍ପାଦକ ଜୟ ଶାହା ଘଟଣା ନେଇ ଅବଗତ ଅଛନ୍ତି ଓ ଟିମ ସହ ସଂପର୍କରେ ରହିଛନ୍ତି । ବର୍ତ୍ତମାନ ଟିମ ମ୍ୟାନେଜମେଣ୍ଟ ଘଟଣାକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟ କରୁଛି । ବିସିସିଆଇ ସହ ଆଇସିସି ମଧ୍ୟ ଘଟଣା ନେଇ ଅବଗତ ରହିଛି । ଏପରି ନିର୍ଯାତନା ପାଇଁ ଆଇସିସିର ନିୟମ ମଧ୍ୟ ରହିଛି ।

ସୂଚନା ଅନୁଯାୟୀ ମ୍ୟାଚ ପରେ ଖେଳାଳି ଫେରୁଥିବା ସମୟରେ ଦୁଇ ବୋଲର କ୍ୟାପଟେନ ଅଜିଙ୍କ୍ୟ ରାହାଣେଙ୍କ ପାଖକୁ ଯାଇ ଘଟଣା ସଂପର୍କରେ ଜଣାଇଥିଲେ । ପରେ କୋଚ ରବି ଶାସ୍ତ୍ରୀଙ୍କ ନେତୃତ୍ବରେ କୋଚିଂ ଷ୍ଟାଫ ଏପରି ଘଟଣାକୁ ଅଣଦେଖା କରାଯାଇପାରିବା ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ।

ବ୍ରିସବେନରେ ଖେଳାଯିବାକୁ ଥିବା 4ର୍ଥ ଟେଷ୍ଟକୁ ନେଇ ମଧ୍ୟ ପୂର୍ବରୁ ଦୁଇଟିମ ମଧ୍ୟରେ ବିବାଦୀୟ ସ୍ଥିତି ରହିଛି । କୁଇନ୍ସଲ୍ୟାଣ୍ଡରେ କଠୋର କ୍ବାରେଣ୍ଟିନ ନିୟମ ପାଳନ ହେବବୋଲି ସେଠାକାର ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଗାବା ଟେଷ୍ଟ ନେଇ ଅନିଶ୍ଚିନ୍ତତା ବଢିଛି । ପୂର୍ବରୁ କ୍ବାରେଣ୍ଟିନ ନିୟମ କୋହଳ ପାଇଁ କ୍ରିକେଟ ଅଷ୍ଟ୍ରେଲିଆକୁ ଜଣାଇଥିଲା ବିସିସିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.