ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ବଡ ଘୋଷଣା । ଆଗାମୀ 2020-21 ସିଫିଲ୍ଡ ସିଲ୍ଡ ସିଜିନରେ ଡ୍ୟୁକ୍ ବଲ ବ୍ୟବହାର ହେବନାହିଁ । ଏହା ପରିବର୍ତ୍ତେ 4ଟି ସିଜିନ ପାଇଁ କୁକାବୁରା ବଲର ବ୍ୟବବାର ହେବ ।
ଇଂଲିସ ପରିବେଶରେ ବୋଲର ଉପଯୋଗୀ ସାବ୍ୟସ୍ତ ହେବା ଲକ୍ଷ୍ୟରେ 2016-17 ସିଜିନରୁ ଅଷ୍ଟ୍ରେଲିଆରେ ଡ୍ୟୁକ ବଲର ବ୍ୟବହାର ହୋଇଆସୁଥିଲା । ଡ୍ୟୁକ ବଲ ବ୍ୟବହାର ବାରଣ ସଠିକ ନିଷ୍ପତ୍ତି ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ମୁଖ୍ୟ ପିଟର ରୋଚ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ