ETV Bharat / sports

କୋରୋନା ଭାଇରସ: ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ ଟି-20 ସିରିଜ ସ୍ଥଗିତ

ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅକ୍ଟୋବରରେ ଖେଳାଯିବାକୁ ଥିବା ଟି-20 ସିରିଜ ସ୍ଥଗିତ ହୋଇଛି। ଏନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ମଙ୍ଗଳବାର ଘୋଷଣା କରିଛି ।

author img

By

Published : Aug 4, 2020, 3:29 PM IST

Cricket Australia announces postponement of T20I series against Windies
କୋରୋନା ଭାଇରସ: ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ ଟି-20 ସିରିଜ ସ୍ଥଗିତ

ମେଲବୋର୍ଣ୍ଣ: ମହାମାରୀ କୋରୋନା ଭାଇରସ ଯୋଗୁଁ ସ୍ଥଗିତ ହେଲା ଆଉ ଏକ ଦ୍ବିପାକ୍ଷିକ ସିରିଜ । ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅକ୍ଟୋବରରେ ଖେଳାଯିବାକୁ ଥିବା ଟି-20 ସିରିଜ ସ୍ଥଗିତ ହୋଇଛି। ଏନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ମଙ୍ଗଳବାର ଘୋଷଣା କରିଛି । ଉଭୟ କ୍ରିକେଟ ବୋର୍ଡର ସହମତି କ୍ରମେ ଏହି ସିରିଜ ସ୍ଥଗିତ ନିଷ୍ପତ୍ତି ହୋଇଛି ।

ଏହି ସିରିଜ ପୂର୍ବରୁ ଚଳିତ ବର୍ଷ ଅକ୍ଟୋବର 4, 6 ଓ 9 ତାରିଖରେ ଯଥାକ୍ରମେ ଟାୱନସଭିଲ, କେଇରନସ ଓ ଗୋଲ୍ଡ କୋଷ୍ଟରେ ଖେଳାଯିବା ନେଇ ସୂଚୀ ରହିଥିଲା । ଆଇସିସି ଟି-20 ବିଶ୍ବକପ ପୂର୍ବରୁ ଏହି ସିରିଜ ବିଶ୍ବକପ ପ୍ରସ୍ତୁତି ଅଭ୍ୟାସ ମ୍ୟାଚ ପରି ଖେଳାଯିବାର ଥିଲା ।

ତେବେ ଏହି ସିରିଜ 2021 କିମ୍ବା 2022ରେ ଖେଳାଯିବା ନେଇ କ୍ରିକେଟ ଅଷ୍ଟ୍ରେଲିଆ(CA) ପକ୍ଷରୁ ଏକ ଅଫିସିଆଲ ଘୋଷଣାନାମାରେ କୁହାଯାଇଛି ।

ଚଳିତ ବର୍ଷ ଟି-20 ବିଶ୍ବକପ ଖେଳାଯିବ ନାହିଁ ବୋଲି, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ପୂର୍ବରୁ ସ୍ପଷ୍ଟ କରିସାରିଛି ।

ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଇଂଲଣ୍ଡରେ 3 ଟିକିଆ ଦିନିକିଆ ସିରିଜ ଓ ସମାନ ସଂଖ୍ୟକ ଟି-20 ସିରିଜ ଖେଳିବା ସମ୍ଭାବନା ରହିଛି । ଅନ୍ୟପଟେ ଜୈବ ସୁରକ୍ଷିତ ପରିବେଶରେ ୱେଷ୍ଟଇଣ୍ଡିଜ ଟିମ ଇଂଲଣ୍ଡରେ ଟେଷ୍ଟ ସିରିଜ ଖେଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.