ଡେରାଡୁନ: କ୍ରିକେଟ ଆସୋସିଏନ ଅଫ୍ ଉତ୍ତରାଖଣ୍ଡ ପୂର୍ବତନ କ୍ରିକେଟର ଓ୍ବାସିମ ଜାଫରଙ୍କୁ ଉତ୍ତରାଖଣ୍ଡ କ୍ରିକେଟ ଟିମର ମୁଖ୍ୟ କୋଚ ଭାର ଦେଇଛନ୍ତି । ତେବେ ଏହି ଦାୟିତ୍ବ ଗ୍ରହଣ ପରେ ପ୍ରଥମ କରି ରବିବାର ଦିନ ଡେରାଡୁନ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଅଭିମନ୍ୟୁ କ୍ରିକେଟ ଷ୍ଟାଡିୟମରେ ପହଞ୍ଚିଥିଲେ ।
ଏଥିସହ ଉତ୍ତରାଖଣ୍ଡର ସିନିୟର ଟିମର କିଛି ଖେଳାଳିଙ୍କ ସହ ସାକ୍ଷାତ କରିଥିଲେ । ଏଥିସହ ସେମାନଙ୍କୁ ଟିପ୍ସ ମଧ୍ୟ ଦେଇଛନ୍ତି । ଆହୁରି ମଧ୍ୟ ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏନ ସହ ଆଗମୀ ରଣଜୀ ଟ୍ରଫି ପାଇଁ ଉତ୍ତାଖଣ୍ଡ ଟିମକୁ କି କି ନୂତନ ରଣନୀତିର ଆବଶ୍ୟକତା ରହିଛି ସେ ନେଇ ଆଲୋଚନା କରିବେ । ତେବେ ଜାଫର ମଙ୍ଗଳବାର ଦିନ ପୁଣି ମୁମ୍ବାଇ ଫେରି ଯିବେ ।
ସୂଚନାଥାଉକି, ମହାମାରୀ କାରଣରୁ ଓ୍ବାସିମ ଜାଫର କୋଚ ଭାର ଗ୍ରହଣ ପରେ ଡେରାଡୁନ ଆସି ପାରି ନଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ