ETV Bharat / sports

ସିପିଏଲ ପରେ ଆଇପିଏଲ ଖେଳିବାକୁ ଥିବା ଖେଳାଳିଙ୍କୁ ବେଶ୍ ଲାଭ ମିଳିବ: ଆଶିଷ ନେହେରା

ଭାରତୀୟ ଦଳର ପୂର୍ବତନ ବୋଲର ତଥା ଆରସିବିର ବୋଲିଂ କୋଚ ଆଶିଷ ନେହେରାଙ୍କ ମତରେ କାରବିୟାନ ପ୍ରିମିୟର ଲିଗ(ସିପିଏଲ୍) ଖେଳିବା ପରେ ଯେଉଁମାନେ ଆଇପିଏଲରେ ଯୋଗଦେବେ ସେମାନଙ୍କୁ ବହୁତ ଲାଭ ମିଳିବ ।

author img

By

Published : Aug 15, 2020, 8:17 AM IST

ipl
ipl

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ବୋଲର ତଥା ଆରସିବିର ବୋଲିଂ କୋଚ ଆଶିଷ ନେହେରାଙ୍କ ମତରେ କାରବିୟାନ ପ୍ରିମିୟର ଲିଗ(ସିପିଏଲ୍) ଖେଳିବା ପରେ ଯେଉଁମାନେ ଆଇପିଏଲରେ ଯୋଗଦେବେ ସେମାନଙ୍କୁ ବହୁତ ଲାଭ ମିଳିବ ।

ସୂଚନାଥାଉକି ସିପିଏଲ-2020ର ଆରମ୍ଭ 18ଅଗଷ୍ଟରୁ ଆରମ୍ଭ ହେବ ଓ ଫାଇନାଲ ମ୍ୟାଚ 10 ସେପ୍ଟେମ୍ବରରେ ଖେଳାଯିବ। ତ୍ରିନିଦାଦ ଓ ଟୋବାଗୋ ଏହି 2ଟି ଷ୍ଟାଡିୟମରେ ସିପିଏଲ ଟୁର୍ଣ୍ଣାମେଣ୍ଟ ହେବ । ଅନ୍ୟପଟେ ଆଇପିଏଲର 13ତମ ସଂସ୍କରଣ ୟୁଏଇରେ 19 ସେପ୍ଟେମ୍ବରରୁ ଆରମ୍ଭ ହେବ । ଯାହାର ଫାଇନାଲ ମ୍ୟାଚ 10 ନଭେମ୍ବରରେ ଖେଳାଯିବ ।

ତେବେ ନେହେରା କହିଛନ୍ତି ଯେ, ସିପିଏଲରେ ଯେଉଁ ଖେଳାଳିମାନେ ଖେଳିବେ ସେମାନଙ୍କର କୌଣସି ଗ୍ୟାରେଣ୍ଟି ନାହିଁକି ସେହି ଟୁର୍ଣ୍ଣାମେଣ୍ଟରେ ଯେପରି ପ୍ରଦର୍ଶନ କରିଥିବେ ସେମାନେ ଆଇପିଏଲରେ ବି ସେପରି ପ୍ରଦର୍ଶନ କରିବେ । କିନ୍ତୁ ସିପିଏଲରେ ଖେଳିବା ଦ୍ବାରା ଆଇପିଏଲରେ ସେମାନଙ୍କୁ ଲାଭ ମିଳିବ ।

ନେହେରା ସିଏସକେ ପାଇଁ ଖେଳୁଥିବା ଦ.ଆଫ୍ରିକାର ସ୍ପିନର ଇମାରନ ତାହିରଙ୍କ ବେଶ୍ ପ୍ରଶଂସା କରି କହିଛନ୍ତି ଯେ, ଆଜିବି ତାହିର ଓ୍ବିକେଟ ନେଲେ 18-20ବର୍ଷର ଯୁବ ଖେଳାଳିଙ୍କ ପରି ବେଶ୍ ଉତ୍ସାହିତଥାନ୍ତି । ତାହିରଙ୍କୁ ଏହି ବୟସରେ ଯେତେ ମ୍ୟାଚ ଖେଳିବାକୁ ମିଳିବ, ସେତେ ତାଙ୍କୁ ଅଭ୍ୟାସର ସୁଯୋଗ ମିଳିବ । ତାହିରଙ୍କ ପାଇଁ ସିପିଏଲ ପରେ ଆଇପିଏଲ ଖେଳିବା ବେଶ୍ ଲାଭଦାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.