ହାଇଦ୍ରାବାଦ: 48ବର୍ଷୀୟ ପ୍ରବୀଣ ତାମ୍ବେ ସିପିଏଲ ଖେଳୁଥିବା ପ୍ରଥମ ଭାରତୀୟ ଭାବେ ଇତିହାସ ସୃଷ୍ଟି କରି ସାରିଛନ୍ତି । ଇତି ମଧ୍ୟରେ ପ୍ରବୀଣଙ୍କ ବୟସ ଆଗରେ ହାର ମାନିଛି ତାଙ୍କର ଫିଟନେସ । ଯାହା ଲାଗି ସିପିଏଲରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଏହି ଭାରତୀୟ ଖେଳାଳି ।
-
It's a Pravin Tambe special here in Trinidad! Our Googly Magic Moment of the day! #CPL20 #CricketPlayedLouder #SLZvTKR #GooglyMagicMoment pic.twitter.com/XXQhk85bwp
— CPL T20 (@CPL) September 6, 2020 " class="align-text-top noRightClick twitterSection" data="
">It's a Pravin Tambe special here in Trinidad! Our Googly Magic Moment of the day! #CPL20 #CricketPlayedLouder #SLZvTKR #GooglyMagicMoment pic.twitter.com/XXQhk85bwp
— CPL T20 (@CPL) September 6, 2020It's a Pravin Tambe special here in Trinidad! Our Googly Magic Moment of the day! #CPL20 #CricketPlayedLouder #SLZvTKR #GooglyMagicMoment pic.twitter.com/XXQhk85bwp
— CPL T20 (@CPL) September 6, 2020
କାରବିୟନ ପ୍ରିମିୟର ଲିଗରେ ତ୍ରିନବାଗୋ ନାଇଟ ରାଇଡର୍ସ ଦଳ ପାଇଁ ଖେଳୁଥିବା ପ୍ରବୀଣ ତାମ୍ବେ ସାନଦାର ପ୍ରଦର୍ଶନ ଜାରି ରଖିଛନ୍ତି । ବ୍ରାୟନ ଲାରା ଷ୍ଟାଡିୟମରେ ତ୍ରିନବାଗୋ ନାଇଟ ରାଇଡର୍ସ - ସେଣ୍ଟ୍ କିଟିସ ଓ ନେଭିସ ପାଟ୍ରିଓଟସ ମଧ୍ୟରେ ଚାଲିଥିବା ମୁକାବିଲାରେ ନାଇଟ ରାଇଡର୍ସ 9 ଓ୍ବିକେଟରେ ବିଜୟ ହାସଲ କରିଛି । ତେବେ ପାଟ୍ରିଓଟସ ବିପକ୍ଷରେ ତାମ୍ବେ ଏକ ସାନଦାର କ୍ୟାଚ ନେଇଥିଲେ । ଯାହାକୁ ଦେଖି ସମସ୍ତେ ଚକିତ ହୋଇଛନ୍ତି ଓ ସେହି ଭିଡିଓକୁ ସିପିଏଲ ଟ୍ବିଟ ମଧ୍ୟ କରିଛି ।
ସେହି ମ୍ୟାଚରେ ଚମତ୍କାର ଫିଲ୍ଡିଙ୍ଗ ସହ ବୋଲିଂରେ ମଧ୍ୟ କରିସ୍ମା ଦେଖାଇଛନ୍ତି । କ୍ୟାଚ ଧରିବାର ପରବର୍ତ୍ତୀ ଓଭରରେ ଜୋସୁଆ ଦି ସିଲଭାଙ୍କୁ ଏଲବିଡବ୍ଲୁ ଆଉଟ କରିଥିଲେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ଖେଳାଳି ତ୍ରିନବାଗୋ ନାଇଟ ରାଇଡର୍ସ ପକ୍ଷରୁ 3ଟି ମ୍ୟାଚ ଖେଳି 3ଟି ଓ୍ବିକେଟ ହାସଲ କରିଛନ୍ତି ।
-
Age... just a number they say 😬 #welldonePravin 49 next month 👏🤸🏽🎂🍰 #proudlymadeinIndia 🤸🏽😎 https://t.co/PvuYYMenYK
— Danny Morrison (@SteelyDan66) September 6, 2020 " class="align-text-top noRightClick twitterSection" data="
">Age... just a number they say 😬 #welldonePravin 49 next month 👏🤸🏽🎂🍰 #proudlymadeinIndia 🤸🏽😎 https://t.co/PvuYYMenYK
— Danny Morrison (@SteelyDan66) September 6, 2020Age... just a number they say 😬 #welldonePravin 49 next month 👏🤸🏽🎂🍰 #proudlymadeinIndia 🤸🏽😎 https://t.co/PvuYYMenYK
— Danny Morrison (@SteelyDan66) September 6, 2020
ତେବେ ତାଙ୍କର କ୍ୟାଚ ଦେଖି ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ଓ କମେଣ୍ଟର ଡାନି ମୋରିସନ ପ୍ରବୀଣଙ୍କ ପ୍ରଶଂସାରେ କହିଛନ୍ତି, ବୟସ କେବଳ ଏକ ସଂଖ୍ୟା #welldonePravin ଆଗାମୀ ମାସରେ 49ବର୍ଷ ହେବ#proudlymadeinIndia ।
ସୂଚନାଥାଉକି, ତାମ୍ବେ 2013ରେ 41ବର୍ଷରେ ଆଇପିଏଲରେ ଡେବ୍ୟୁ ମ୍ୟାଚ ଖେଳିଥିଲେ । 4ଟି ସିଜନରେ ମୋଟ 33ଟି ମ୍ୟାଚ ଖେଳି 28ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।