ETV Bharat / sports

କୋରୋନା ମୁକାବିଲା: ସହାୟତାର ହାତ ବଢାଇଲେ ଭାରତୀୟ ମହିଳା କ୍ରିକେଟର

author img

By

Published : Mar 31, 2020, 8:56 AM IST

ଟି-20 ବିଶ୍ବକପ ଦଳର ଅଂଶବିଶେଷ ଥିବା ଭାରତୀୟ ଅଲରାଉଣ୍ଡର ଦୀପ୍ତି ଶର୍ମା ସୋମବାର କୋରୋନା ଭାଇରସ ମୁକାବିଲା ପାଇଁ ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ପାଣ୍ଠିକୁ 50,000 ଟଙ୍କା ଦାନ କରିଛନ୍ତି ।

covid-19-india-allrounder-deepti-joins-fight-donates-rs-50000
କୋରୋନା ମୁକାବିଲା: ସହାୟତାର ହାତ ବଢାଇଲେ ଭାରତୀୟ ମହିଳା କ୍ରିକେଟର

କୋଲକତା: ଟି-20 ବିଶ୍ବକପ ଦଳର ଅଂଶବିଶେଷ ଥିବା ଭାରତୀୟ ଅଲରାଉଣ୍ଡର ଦୀପ୍ତି ଶର୍ମା ସୋମବାର କୋରୋନା ଭାଇରସ ମୁକାବିଲା ପାଇଁ ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ପାଣ୍ଠିକୁ 50 ହଜାର ଟଙ୍କା ଦାନ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ୟୁପି ରିଲିଫ ପାଣ୍ଠିରେ ମଧ୍ୟ ପୃଥକ ଭାବରେ ସହଯୋଗ କରିଛନ୍ତି ।

ସେହିପରି ପୂର୍ବତନ ଭାରତୀୟ ଖେଳାଳି ତଥା ବର୍ତ୍ତମାନର ବଙ୍ଗଳା ଅଣ୍ଡର-19 ପ୍ରଶିକ୍ଷକ ପ୍ରିୟଙ୍କା ରୟ ମଧ୍ୟ ରାଜ୍ୟ ରିଲିଫ ପାଣ୍ଠିକୁ ସିଧାସଳଖ 10,000 ଟଙ୍କା ପ୍ରଦାନ କରିଛନ୍ତି । ବେଙ୍ଗଲ ମହିଳା ଦଳର ପ୍ରଶିକ୍ଷକ ତଥା ପୂର୍ବତନ ବେଙ୍ଗଲ ପେସର ଶିବ ଶଙ୍କର ପାଲ, ବର୍ତ୍ତମାନର ଭାରତୀୟ ଦଳର ଖେଳାଳି ରିଚା ଘୋଷ, ପୂର୍ବତନ ମହିଳା ଟେଷ୍ଟ କ୍ରିକେଟର ମିଥୁ ମୁଖାର୍ଜୀ ଏବଂ ବେଙ୍ଗଲ ଅଣ୍ଡର-23 ପ୍ରଶିକ୍ଷକ ଜୟନ୍ତ ଘୋଷ ଦସ୍ତିଦାର ରାଜ୍ୟ ରିଲିଫ ପାଣ୍ଠିରେ ସହଯୋଗ କରିଥିଲେ।

ସେହିପରି କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗାଲୁରୁ (CAB) ର ଅନୁବନ୍ଧିତ ୟୁନିଟ୍ ଗୁଡିକ ଫ୍ରେଣ୍ଡସ୍ ଆଥଲେଟିକ୍ କ୍ଲବ୍ 25,000 ଟଙ୍କା ଏବଂ ଜିମ୍ଖାନା କ୍ଲବ୍ 10,000 ଟଙ୍କା ଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.