ETV Bharat / sports

ଲକଡାଉନରେ ପ୍ରଭାବିତ ଲୋକଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡର ରାସନ ବଣ୍ଟନ

author img

By

Published : May 5, 2020, 2:42 PM IST

ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ କୋରୋନାରେ ପ୍ରଭାବିତ ଲୋକଙ୍କୁ ଜରୁରୀ ସାମଗ୍ରୀ ଓ ରାସନ ଜିନିଷ ବଣ୍ଟନ କରାଯାଇଛି ।

COVID-19: Bangladesh Cricket Board offers grocery essentials for distribution among needy
ଲକଡାଉନରେ ପ୍ରଭାବିତ ଲୋକଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡର ରାସନ ବଣ୍ଟନ

ଢାକା: କୋରୋନା ଲଢେଇରେ ସାମିଲ ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ସଂକ୍ରମଣ ଭୟ ଯୋଗୁଁ ଦେଶରେ ଅନେକ କଟକଣା ଲାଗୁ ହୋଇଛି । ଫଳରେ ଶ୍ରମିକ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ।

ଫଳରେ ସହାୟତାର ହାତ ବଢାଇଛି ବାଂଲାଦଶ କ୍ରିକେଟ ବୋର୍ଡ । ପ୍ରଭାବିତ ଲୋକଙ୍କୁ ଜରୁରୀ ସାମଗ୍ରୀ ଓ ରାସନ ଜିନିଷ ବଣ୍ଟନ କରାଯାଇଛି । ଏନେଇ ବୋର୍ଡ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଢାକା ମେଟ୍ରୋପୋଲିସ କ୍ରିକେଟ କମିଟିର ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଛି ।

କୋରୋନା ଭାଇରସ ଯୋଗୁଁ ଅଷ୍ଟ୍ରେଲିଆର ବାଂଲାଦେଶ ଗସ୍ତକୁ ଘୁଞ୍ଚାଇ ଦିଆଯାଇଛି । ଚତ୍ତୋଗ୍ରାମ ଓ ଢାକାରେ ଜୁନ 11ରୁ 23 ମଧ୍ୟରେ ଏହି ଟେଷ୍ଟ ସିରିଜ ଖେଳାଯିବା ନେଇ ସୂଚୀ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.