ହାଇଦ୍ରାବାଦ: ମହଙ୍ଗା ପଡିପାରେ କୋରୋନା ସଂକ୍ରମିତ ବଲିଉଡ ଗାୟିକା କନିକା ପୁରଙ୍କ ଖାମଖିଆଲ ମନୋଭାବ । ଲଣ୍ଡନରୁ ଫେରି ଏକାଧିକ ପବ୍ଲିକ ପାର୍ଟିରେ ଏହି ବଲିଉଡ ଗାୟିକା ଯୋଗ ଦେଇଥିବା କଥା ସାମ୍ନାକୁ ଆସିଥିଲା ।
ତେବେ ଲକ୍ଷ୍ନୌରେ ମାର୍ଚ୍ଚ 14 ରୁ 16 ଏକ ପଞ୍ଚତାରକା ହୋଟେଲରେ କନିକା ରହିଥିଲେ । ତେବେ ଏହି ହୋଟେଲକୁ ନେଇ ହେଇଛି ବଡ ଖୁଲାସା । ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଲକ୍ଷ୍ନୌରେ ଥିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ।
ଲକ୍ଷ୍ନୌ ଦିନିକିଆ ପାଇଁ ଖେଳାଳି ରହିଥିବା ସମାନ ହୋଟେଲରେ କନିକା କପୁର ରହିଥିବା ଜଣାପଡିଛି । ତେବେ ସିରିଜ ବାତିଲ ପରେ ଦକ୍ଷିଣ ଆଫ୍ରିକା ଟିମ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲା । ତେବେ ଏନେଇ ଅଧିକ ସୂଚନା ପାଇଁ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ।
ନିଜେ କୋରୋନା ସଂକ୍ରମିତ ଥିବା ସତ୍ତ୍ବେ ଲୋକଙ୍କ ସହ ମିଶିବା ବନ୍ଦ କରିନଥିଲେ କନିକା । ଯେଉଁମାନେ ତାଙ୍କ ସଂପର୍ଶରେ ଆସିଛନ୍ତି ସେମାନେ ଅସୁବିଧାରେ ପଡିଛନ୍ତି । ଏନେଇ ଲକ୍ଷ୍ନୌର ମୁଖ୍ୟ ମେଡିକାଲ ଅଫିସର ନରେନ୍ଦ୍ର ଅଗ୍ରୱାଲ କନିକା କପୁରଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ।