ETV Bharat / sports

କୋରୋନା ଭୟ: ଦର୍ଶକ ବିନା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ - IND vs SA series empty stadiums

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା 2ୟ ଓ 3ୟ ଦିନିକିଆ ମ୍ୟାଚ । କୋରୋନା ଭାଇରସ ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଅଧିକ ପଢନ୍ତୁ...

Coronavirus IND vs SA series
ଖାଲି ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ
author img

By

Published : Mar 13, 2020, 11:35 AM IST

ହାଇଦ୍ରାବାଦ: ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା 2ୟ ଓ 3ୟ ଦିନିକିଆ ମ୍ୟାଚ । କୋରୋନା ଭାଇରସ ପାଇଁ ଏଭଳି ନିଷ୍ପତି ନିଆଯାଇଛି । ପ୍ରଥମ ମ୍ୟାଚ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ(HPCA), ଧର୍ମଶାଳାରେ ଖେଳାଯିବାର ଥିଲା । ତେବେ ଷ୍ଟାଡିୟମରେ ବହୁ ଦର୍ଶକ ମ୍ୟାଚ ଦେଖିବାକୁ ଅପେକ୍ଷା କରିଥିଲେ ମଧ୍ୟ, ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିଲା ।

Coronavirus IND vs SA series
ଖାଲି ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ

ତେବେ କୋରୋନା ଭାଇରସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ବମହାମାରୀ ଘୋଷଣା କରାଯାଇଛି । ଭାରତ ସରକାର ମଧ୍ୟ ଏନେଇ ଆଡଭାଇଜରୀ ଜାରି କରିଛନ୍ତି । ଭାରତରେ ଏଯାବତ 75ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । କର୍ଣ୍ଣାଟକରେ ଜଣେ 76 ବର୍ଷିୟ ବୃଦ୍ଧଙ୍କର ଜୀବନ ମଧ୍ୟ ଯାଇସାରିଲାଣି । ଏପରି ସ୍ଥିତିରେ ଗୋଟିଏ ସ୍ଥାନରେ ବହୁସଂଖ୍ୟାରେ ଜନହଗଳିକୁ ବିସିସିଆଇ ସହଜରେ ଗ୍ରହଣ କରିପାରିନାହିଁ । କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ 3ୟ ଦିନିକିଆ ମ୍ୟାଚ ପାଇଁ ଟିକେଟ ବିକ୍ରି ବନ୍ଦ କରିଛି । ଫଳରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ବୋଲି ଜଣାପଡିଛି । ତେବେ କ୍ରିକେଟ ଇତିହାସରେ ବିନା ଦର୍ଶକରେ ଅନ୍ତର୍ଜାତୀୟ ମ୍ୟାଚ ଖେଳ ଏକ ବିରଳ ଘଟଣା ହୋଇପାରେ ।

Coronavirus IND vs SA series
ଫଟୋ ସୌଜନ୍ୟ: twitter@BCCI
Coronavirus IND vs SA series
ବର୍ଷା ଯୋଗୁଁ ଧର୍ମଶାଳା ଦିନିକିଆ ବାତିଲ

2ୟ ମ୍ୟାଚ ମାର୍ଚ୍ଚ 15ରେ ଲକ୍ଷ୍ନୌ ଓ 3ୟ ମ୍ୟାଚ ମାର୍ଚ୍ଚ 18ରେ କୋଲକାତାରେ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.