କଟକ: କୋରୋନା ଭାଇରସ ମୁକାବିଲା ପାଇଁ ସାହାଯ୍ୟର ହାତ ବଢାଇଲେ ଅନ୍ତର୍ଜାତୀୟ ତଥା ଓଡିଆ କ୍ରିକେଟର ଦେବାଶିଷ ମହାନ୍ତି । କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ 1 ଲକ୍ଷ 1 ଟଙ୍କା ପ୍ରଦାନ କରିଛନ୍ତି ଦେବାଶିଷ ।
ତେବେ ଓଡିଶାରୁ ପ୍ରଥମ କ୍ରିକେଟର ଭାବେ କୋରୋନା ମୁକାବିଲା ପାଇଁ ଦେବାଶିଷ ସହଯୋଗର ହାତ ବଢାଇଛନ୍ତି । କ୍ରିକେଟରେ ନିଜର ପ୍ରତିଭା ଦେଖାଇବା ପରି ଏହି ଘଡି ସନ୍ଧି ମୁହୂର୍ତ୍ତରେ ସେ ନିଜର ବଦାନ୍ୟତା ଦେଖାଇଛନ୍ତି । ତେବେ ରାଜ୍ୟ ତଥା ଦେଶର ସ୍ଥିତିକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ 1ଲକ୍ଷ 1 ଟଙ୍କା ପ୍ରଦାନ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ