ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର 2021 ସଂସ୍କରଣ ପାଇଁ ନିଲାମ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ ନିଡର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ଏହି ତାଲିକା ବିସିସିଆଇକୁ ପ୍ରଦାନ କରାଯାଇଛି ।
8ଟି ଫ୍ରାଞ୍ଚାଇଜ ମୋଟ 139 ଖେଳାଳିଙ୍କୁ ରିଟେନ କରାଯାଇଥିବାବେଳେ, 57ଜଣଙ୍କୁ ମୁକ୍ତ କରାଯାଇଛି । ଏବେ ପାଖରେ 193.4018 କୋଟି ନେଇ ମିନି ନିଲାମରେ ଭାଗନେବେ ।
ଯେଉଁ ଖେଳାଳିଙ୍କୁ ରିଟେନ କରାଯାଇନାହିଁ, ସେମାନେ ଫେବୃଆରୀରେ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ମିଡିଆ ରିପୋର୍ଟ ଅନୁଯାୟୀ, 11 ଫେବୃଆରୀରେ ନିଲାମ ତାରିଖ ସ୍ଥିର ହୋଇଛି ।
ସନରାଇଜର୍ସ ହାଇଦ୍ରାବାଦ ସବୁଠୁ ଅଧିକ 21 ଜଣ ଖେଳାଳିଙ୍କୁ ରିଟେନ କରିଛି । ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସବୁଠୁ କମ ଖେଳାଳିଙ୍କ ଉପରେ ଭରସା କରିଛି । କେବଳ 12 ଜଣଙ୍କୁ ହିଁ ପାଖରେ ରଖିଛି ଫ୍ରାଞ୍ଚାଇଜ ।
ଆଇପିଏଲର ନିୟମ ଅନୁଯାୟୀ, ସମସ୍ତ ଫ୍ରାଞ୍ଚାଇଜ ନିଜର ଟିମରେ ସର୍ବାଧିକ 25 ଓ ସର୍ବନିମ୍ନ 18 ଖେଳାଳିଙ୍କୁ ରଖିପାରିବେ । କୌଣସି ବି ଟିମରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା 8ରୁ ଅଧିକ ରହିପାରିବେ ନାହିଁ ।
ସମସ୍ତ ଟିମ ଦ୍ବାରା ରିଟେଲ ଓ ରିଲିଡ କରାଯାଇଥିବା ଖେଳାଳିଙ୍କ ନାମ:
ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:
(ରିଟେନ)- ବିରାଟ କୋହଲି, ଏବି ଡି ଭିଲିୟର୍ସ, ୟୁଜଭେନ୍ଦ୍ର ଚହଲ, ଦେବଦତ୍ତ ପାଡିକ୍କଲ, ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ନବଦୀପ ସାଇନି, ଆଡାମ ଜାମ୍ପା, ଶାହବାଜ ଅହମ୍ମଦ, ଜସ ଫିଲିପ, କେନ ରିଟାର୍ଡସନ, ପବନ ଦେଶପାଣ୍ଡେ ।
(ରିଲିଜ)- ଗୁରକୀରତ ସିଂ ମାନ, ମୋଇନ ଅଲୀ, ପାର୍ଥୀବ ପଟେଲ(କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି), ପବନ ନେଗୀ, ଶିବମ ଦୁବେ. ଉମେଶ ଯାଦବ, ଆଲୋନ ଫିଞ୍ଚ୍, କ୍ରିସ ମୋରିସ, ଡେଲ ଷ୍ଟେନ, ଇସୁରୁ ଉଦ୍ଦାନା ।
ବଳକା ରାଶି: 35.70 କୋଟି ଟଙ୍କା
ଚେନ୍ନାଇ ସୁପର କିଙ୍ଗ୍ସ:
(ରିଟେନ)- ଡ୍ବାଇନ ବ୍ରାଭୋ, ଫାପ ଡୁ ପ୍ଲେସିସ, ଏମଏସ ଧୋନି, କେଏମ ଆସିଫ, ଇମରାନ ତାହିର, କର୍ଣ୍ଣ ଶର୍ମା, ମିଚେଲ ସାଣ୍ଟନର, ଆର ସାଇ କିଶୋର, ଲୁଙ୍ଗି ନିଙ୍ଗିଡି, ରବିନ୍ଦ୍ର ଜାଡେଜା, ନାରାୟଣ ଜଗଦୀଶାନ, ଋତୁରାଜ ଗାଏକ୍ବାଡ, ଜସ ହେଜେଲଉଡ, ଅମ୍ବାତି ରାୟୁଡୁ, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ସାମ କରନ ।
(ରିଲିଜ) - ସେନ ୱାଟସନ(ସନ୍ୟାସ ନେଇସାରିଛନ୍ତି), ମୂରଲି ବିଜୟ, କେଦାର ଯାଦବ, ହରଭଜନ ସିଂହ, ପିୟୁଷ ଚାୱଲା, ମୋନୁ ସିଂହ ।
ବଳକା ରାଶି: 22.90 କୋଟି ଟଙ୍କା
ରାଜସ୍ଥାନ ରୟାଲ୍ସ:
(ରିଟେନ)- ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜସ ଟବଲର, ରିଆନ ପରାଗ, ଶ୍ରେୟସ ଗୋପାଳ, ରାହୁଲ ତେୱାତିଆ, ମହିପାଳ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନତକତ, ମୟଙ୍କ ମାର୍କଣ୍ଡେ, ଜଶସ୍ବୀ ଜୟସ୍ବାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ ବୋହରା ଓ ରବିନ ଉଥପ୍ପା ।
(ରିଲିଜ) - ଷ୍ଟିଭ ସ୍ମିଥ, ଅଙ୍କିତ ରାଜପୁତ, ଓସାନେ ଥୋମାସ, ଆକାଶ ସିଂହ, ବରୁଣ ଆରୋନ, ଟମ କରନ, ଅନିରୁଦ୍ଧ ଜୋଶୀ, ଶଶାଙ୍କ ସିଂହ ।
ବଳକା ରାଶି: 34.85 କୋଟି ଟଙ୍କା
ଦିଲ୍ଲୀ କ୍ୟାପିଟାଲ୍ସ:
(ରିଟେନ)- ଶିଖର ଧାୱନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଶ୍ରେୟସ ଆୟର, ଅକ୍ସର ପଟେଲ, ଅମିତ ମିଶ୍ରା, ଇଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ବିନ, ଲଳିତ ଯାଦବ, ହର୍ଷଲ ପଟେଲ, ଅବେଶ ଖାନ, ପ୍ରବୀଣ ଦୁବେ, କାଗିସୋ ରବାଡା, ଏନରିଚ ନର୍କିଆ, ମାର୍କସ ଷ୍ଟୋଇନିସ, ସିମରନ ହେଟମେୟର, କ୍ରିସ ୱର୍କ୍ସ, ଡାନିଏଲ ସାମ୍ସ ।
(ରିଲିଜ) - ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, କିମୋ ପଲ, ସନ୍ଦୀପ ଲାମିଚାନେ, ଆଲେକ୍ସ କ୍ୟାରୀ, ଜେସନ ରୟ ।
ବଳକା ରାଶି 12.8 କୋଟି ଟଙ୍କା
ସନରାଇଜର୍ସ ହାଇଦ୍ରାବାଦ:
(ରିଟେନ) - କେନ ୱିଲିୟମସନ, ଡେଭିଡ ୱାର୍ଣ୍ଣର, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନ୍ନି ବେୟାରଷ୍ଟୋ, ଶ୍ରେୟସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବୀ, ମିଚେଲ ମାର୍ଶ, ଜେସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମାଦ, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ସନ୍ଦୀପ ଶର୍ମା, ଟି. ନଟରାଜନ, ଶହବାଜ ନଦୀମ, ରସିଦ ଖାନ, ବାଶିଲ ଥାମ୍ପି, ସିଦ୍ଧାର୍ଥ କୌଲ ।
(ରିଲିଜ) - ବିଲି ଷ୍ଟାନଲେକ, ଫାବିଏଲ ଏଲେନ, ସଞ୍ଜୟ ଯାଦବ, ବି ସନ୍ଦୀପ ଓ ୱାଇ ପୃଥ୍ବୀରାଜ ।
ବଳକା ରାଶି: 10.75 କୋଟି ଟଙ୍କା
କିଙ୍ଗ୍ସ ଏକାଦଶ ପଞ୍ଜାବ:
(ରିଟେନ) - କେଏଲ ରାହୁଲ, କ୍ରିସ ଗେଲ୍, ନିକୋଲାସ ପୁରୋନ, ମନ୍ଦୀପ ସିଂ, ମହମ୍ମଦ ସାମି, କ୍ରିସ ଜୋର୍ଡାନ, ମୟଙ୍କ ଅଗ୍ରୱାଲ, ରବି ବିଷ୍ଣୋଇ, ପ୍ରଭାସିମରନ, ଦୀପକ ହୁଡ୍ଡା, ସର୍ଫରାଜ ଖାନ, ଆର୍ଶଦୀପ ସିଂହ, ମୁରୁଗାଁ ଅଶ୍ବିନ, ଦର୍ଶନ ନାଲକଣ୍ଡେ, ଇସାନ ପୋରେଲ, ହରପ୍ରୀତ ବରାର ।
(ରିଲିଜ) - ଗ୍ଳେନ ମାକ୍ସୱେଲ, ସେଲଡନ କଟ୍ରେଲ, କେ ଗୌତମ, ମୁଜୀବ ଅର ରେହମାନ, ଜିମି ନିସାମ, ହାର୍ଡସ ବିଲଜୋନ, କରୁଣ ନାୟର, ଜଗଦୀଶ ସୁଚିତ, ତିଜେନ୍ଦର ସିଂହ ।
ବଳକା ରାଶି: 53.3 କୋଟି ଟଙ୍କା
ମୁମ୍ବାଇ ଇଣ୍ଡିଆନ୍ସ:
(ରିଟେନ) - ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, ଜଶପ୍ରୀତ ବୁମରାହ, ରାହୁଲ ଚହର, ହାର୍ଦ୍ଦିକ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ଅନୁକୁଲ ରୟ, ଇଶାନ କିଶନ, କ୍ବିଣ୍ଟନ ଡି କକ୍, ଆଦିତ୍ୟ ତାରେ, ଧବଲ କୁଲକର୍ଣ୍ଣୀ କ୍ରିସ ଲିନ, ମୋହସିନ ଖାନ ଓ ଅନମୋଲପ୍ରିତ ସିଂହ ।
(ରିଲିଜ) - ଲସିଥ ମାଲିଙ୍ଗା, ନାଥନ କୁଲଟର ନାଇଲ, ଜେମ୍ମ ପାଟିନସନ, ସେରଫାନେ ରଦରଫୋର୍ଡ, ମିଚେଲ ମାକଲେନାଘନ, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ।
ବଳକା ରାଶି: 15. 35 କୋଟି ଟଙ୍କା
କୋଲକାତା ନାଇଟ ରାଇଡର୍ସ:
(ରିଟେନ) - ଶୁଭମନ ଗିଲ, ଆନ୍ଦ୍ରେ ରସେଲ, ଦିନେଶ କାର୍ତ୍ତିକ, ନୀତିଶ ରାଣା, ସୁନୀଲ ନାରିନ, କୁଲଦୀପ ଯାଦବ, ଲୋକି ଫର୍ଗୁସନ, କମଲେଶ ନାଗରକୋଟି, ଶିବମ ମାବି, ପାଟ କମିନ୍ସ, ଇଆନ ମୋର୍ଗାନ, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରୀଷ୍ଣା, ରିଙ୍କୁ ସିଂ, ଟିମ ସୈଫର୍ଟ, ସନ୍ଦୀପ ୱାରିୟର, ରାହୁଲ ତ୍ରିପାଠୀ ।
(ରିଲିଜ) - ହେରୀ ଗର୍ଣ୍ଣି,ସିଦ୍ଧାର୍ଥ ଲାଡ, ନିଖିଲ ନାଏକ, ଏମ ସିର୍ଦ୍ଧାର୍ଥ, ଟମ ବଣ୍ଟନ, କ୍ରିସ ଗ୍ରୀନ
ବଳକା ରାଶି: 10.85 କୋଟି ଟଙ୍କା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ