କାନବେରିଆ: ଆରମ୍ଭ ହୋଇଯାଇଛି ମହିଳା ଟି-20 ବିଶ୍ବକପ ପାଇଁ କାଉଣ୍ଟଡାଉନ । 2017 ଦିନିକିଆ ବିଶ୍ବକପ ଚମ୍ପିଆନ ହେବାରୁ ଅଳ୍ପକେ ବଞ୍ଚିତ ହୋଇଥିଲା ଭାରତୀୟ ମହିଳା ଦଳ । ମାତ୍ର ମାତ୍ର 9 ରନରେ ଇଂଲଣ୍ଡ ଠାରୁ ପରାଜିତ ହୋଇଥିଲା । ଏହାପରେ ଟି-20 ବିଶ୍ବକପରେ ୱେଷ୍ଟଇଣ୍ଡିଜ ଠାରୁ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଥିଲା ।
-
The three Captains posing with the Commonwealth Bank T20 International Tri-series Trophy 🏆🏆
— BCCI Women (@BCCIWomen) January 30, 2020 " class="align-text-top noRightClick twitterSection" data="
Action starts from tomorrow as #TeamIndia take on England in the series opener pic.twitter.com/7PJB4TVsDk
">The three Captains posing with the Commonwealth Bank T20 International Tri-series Trophy 🏆🏆
— BCCI Women (@BCCIWomen) January 30, 2020
Action starts from tomorrow as #TeamIndia take on England in the series opener pic.twitter.com/7PJB4TVsDkThe three Captains posing with the Commonwealth Bank T20 International Tri-series Trophy 🏆🏆
— BCCI Women (@BCCIWomen) January 30, 2020
Action starts from tomorrow as #TeamIndia take on England in the series opener pic.twitter.com/7PJB4TVsDk
ତେବେ 2020 ବିଶ୍ବକପରେ ଚମ୍ପିଆନ ଲକ୍ଷ୍ୟରେ ରହିଛି ହରମପପ୍ରିତଙ୍କ ଦଳ । ଏହି ମେଗା ଇଭେଣ୍ଟ ଅଷ୍ଟ୍ରେଲିଆରେ ଫେବୃୟାରୀ 21ରୁ ମାର୍ଚ୍ଚ 8 ପର୍ଯ୍ୟନ୍ତ ଖେଳାଯିବ । ତେବେ ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ, କମନୱେଲଥ୍ ବ୍ୟାଙ୍କ ସିରିଜ ଖେଳିବ ଭାରତୀୟ ମହିଳା ଦଳ । ଶୁକ୍ରବାର କମନୱେଲଥ୍ ବ୍ୟାଙ୍କ ତ୍ରୀପାକ୍ଷିକ ଟି-20 ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଭେଟିବ । ଏନେଇ ବିସିସିଆଇ ପକ୍ଷରୁ ଟ୍ବିଟରେ ସୂଚନା ଦିଆଯାଇଛି ।