ଲଣ୍ଡନ: କୋରୋନା ସହାୟତା ପାଇଁ ନିଜ କ୍ରିକେଟ ସରଞ୍ଜାମ ନିଲାମ କରିବେ ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ । ଅଟୋଗ୍ରାଫ ଥିବା ଟେଷ୍ଟ ସାର୍ଟ, କ୍ରିକେଟ ଓ ବ୍ୟାଟ ଓ ୱିକେଟକୁ ନିଲାମ କରିବାକୁ ଟ୍ବିଟ ଯୋଗେଁ ଘୋଷଣା କରିଛନ୍ତି ଆଣ୍ଡରସନ ।
-
We’re auctioning this lot off on eBay for @gowellfund. My shirt and stump from the last test I played in Cape Town and my Tailender bat 👍👇https://t.co/DcAdsYcQmJ pic.twitter.com/U5gfHTeIjE
— James Anderson (@jimmy9) April 25, 2020 " class="align-text-top noRightClick twitterSection" data="
">We’re auctioning this lot off on eBay for @gowellfund. My shirt and stump from the last test I played in Cape Town and my Tailender bat 👍👇https://t.co/DcAdsYcQmJ pic.twitter.com/U5gfHTeIjE
— James Anderson (@jimmy9) April 25, 2020We’re auctioning this lot off on eBay for @gowellfund. My shirt and stump from the last test I played in Cape Town and my Tailender bat 👍👇https://t.co/DcAdsYcQmJ pic.twitter.com/U5gfHTeIjE
— James Anderson (@jimmy9) April 25, 2020
37 ବର୍ଷିୟ ଆଣ୍ଡରସନ ଶେଷ ଟେଷ୍ଟ ମ୍ୟାଚ ଚଳିଚତ ବର୍ଷ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । କେପଟାଉନରେ ଖେଳାଯାଇଥିବା ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ ସହ 7ଟି ୱିକେଟ ଅକ୍ତିଆର କରିଥିଲେ । ଫଳରେ ଇଂଲଣ୍ଡ 189 ରନର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ।
ଆଣ୍ଡରସନ 151ଟି ଟେଷ୍ଟରୁ 26.83 ହାରରେ 584 ୱିକେଟ ହାସଲ କରିଛନ୍ତି ।
ପୂର୍ବରୁ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ନିଜର ଆଇପିଏଲ କିଟ ନିଲାମ ପାଇଁ ଘୋଷଣା କରିଛନ୍ତି । ଲୋକେଶ ରାହୁଲ ଓ ସାକିବ ଅଲ ହସନ ମଧ୍ୟ ନିଜର ବିଶ୍ବକପ ବ୍ୟାାଟ ନିଲାମ କରି କୋରୋନା ସହାୟତା ପ୍ରଦାନ କରିଛନ୍ତି ।