ହାଇଦ୍ରାବାଦ: ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଶୁକ୍ରବାର କହିଛନ୍ତି ଯେ ସେ ତାଙ୍କର ଓ ବିରାଟ କୋହଲିଙ୍କର 2016 ଆଇପିଏଲର ଆରସିବି ଗ୍ରୀନ କିଟକୁ ନିଲାମ କରିବେ । କୋରୋନା ମୁକାବିଲା ପାଇଁ ପାଣ୍ଠି ଏକଜୁଟ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି ଡି ଭିଲିୟର୍ସ ।
ବିରାଟ କୋହଲିଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ ବେଳେ ଏନେଇ ସୂଚନା ଦେଇଥିଲେ ସେ । 2016 ଗ୍ରୀନ ଡେ ମ୍ୟାଚର ଆରସିବି କିଟକୁ ନିଲାମ କରିବା ପାଇଁ ଉଭୟ ଖେଳାଳି ନିଜର ସମ୍ମତି ଜଣାଇଛନ୍ତି ।
ସେହି ଗ୍ରୀନ ଡେ ମ୍ୟାଚରେ ଉଭୟ କୋହଲି ଓ ଡି ଭିଲିୟର୍ସ ଶତକ ହାସଲ କରି ନିଜ ଟିମ ପାଇଁ ବିଜୟ ଆଣି ଦେଇଥିଲେ ।
ଏଇ ପଦକ୍ଷେପ ନେଇ ଡି ଭିଲିୟର୍ସ କୋହଲିଙ୍କୁ କହିଛନ୍ତି ଯେ, ‘‘2016 ଆଇପିଏଲରେ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଆମେ ଦୁହେଁ ଶତକ ହାସଲ କରିଥିଲେ । ଏହା ଏକ ଭଲ ଭାଗିଦାରୀ ଥିଲା । ଖୁବ ମଜଦାର ବି ଥିଲା । ମୁଁ 120 ଓ ତୁମ ଖେଳ ସରି ଆସିବା ବେଳକୁ ନିଜର ଶତକ ହାସଲ କଲ। ଏହା ଗ୍ରୀନ ଗେମ ଥିଲା । ପରିବେଶ ପାଇଁ ସଚେତନତା ସୃଷ୍ଟି ଦିଗରେ ଏହା ଆମର ଏକ ପ୍ରୟାସ ଥିଲା ।
‘‘ବର୍ତ୍ତମାନ ଯୋଜନା ହେଉଛି ଆମର ସେହି କିଟକୁ ଅନଲାଇନ ନିଲାମ କରିବା । ଏଥିରୁ ଉପାର୍ଜିତ ଅର୍ଥ କୋରୋନା ଫଣ୍ଡକୁ ଦିଆଯିବ । ଯାହାଦ୍ବାରା ଅଧିକରୁ ଅଧିକ ଲୋକ ଖାଇବା ପାଇ ପାରିବେ ।’’