ETV Bharat / sports

ବିଶ୍ବକପ: କାହିଁକି ହାରିଲା ଭାରତ ? ବିରାଟ-ଶାସ୍ତ୍ରୀ ଦେବେ ଉତ୍ତର - coa

ରବିରାବର ଭାରତୀୟ ଦଳର ଘର ବାହୁଡା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) ଏକ ବୈଠକ କରିବ । ଏହି ବୈଠକରେ ପରାଜୟର କାରଣ ଖୋଜା ଯିବ ।

ଡିଜାଇନ ଫଟୋ
author img

By

Published : Jul 12, 2019, 11:21 PM IST

ନୂଆଦିଲ୍ଲୀ: ବିଶ୍ବକପ ସ୍ବପ୍ନ ରହିଯାଇଛି ଅଧା ଅଧୁରା । ସେମିରୁ ପରାସ୍ତ ହୋଇ ରବିବାର ଘର ବାହୁଡା କରିବ ଟିମ ଇଣ୍ଡିଆ । ଆଉ ଘରେ ପହଁଚିଲା ପରେ ପରାଜୟର କରାଯିବ ପୋଷ୍ଟମର୍ଟମ । ବିରାଟ-ଶାସ୍ତ୍ରୀଙ୍କୁ ଦେବାକୁ ପଡିବା ଏହି ସବୁ ପ୍ରଶ୍ନର ଉତ୍ତର । ସମ୍ଭବତଃ ମୁଖ୍ୟ ଚୟନକର୍ତ୍ତା ଏଏସକେ ପ୍ରସାଦ ମଧ୍ୟ ଉପସ୍ଥିତ ରହିବେ । ତେବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) ବୈଠକରେ ଏହି ସବୁ ଆଲୋଚନା କରାଯିବ ।

ବିନୋଦ ରାୟ, ଡାଏନା ଏଡୁଲଜୀ ଓ ଲେଫ୍ଟନାଣ୍ଟ ଜେନେରୋଲ୍ (ଅବସରପ୍ରାପ୍ତ) ରବି ଥୋଡଗେଙ୍କୁ ନେଇ ଗଠିତ ଏହି ସିଓଏ କମିଟି ଏହି ବୈଠକ କରିବେ । ତେବେ ଏହି ବୈଠକ କେବେ ଓ କେଉଁଠି କରାଯିବ ତାହା ସ୍ଥିର କରାଯାଇ ନାହିଁ । ମାତ୍ର ଭାରତୀୟ ଦଳ ଇଂଲଣ୍ଡରୁ ଫେରିବା ପରେ ଏହି ବୈଠକ କରାଯିବ ବୋଲି ସୂଚନା ଦେଇଛନ୍ତି ବିନୋଦ ରାୟ ।

World Cup
ଡିଜାଇନ ଫଟୋ

ତେବେ ବୈଠକରେ ଏହି ସବୁପ୍ରଶ୍ନ ପଚରାଯାଇ ପରେ-

  • 1. କଣ ପାଇଁ ସେମିଫାଇନାଲ ମ୍ୟାଚରେ ଧୋନିଙ୍କୁ 7 ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ପଠାଗଲା ?
  • 2. କଣ ପାଇଁ ରାଇଡୁଙ୍କୁ ବିଶ୍ବକପ ଟିମରେ ସାମିଲ କରାଗଲା ନାହିଁ ?
  • 3. କଣ ପାଇଁ ଦଳୀୟ ଏକାଦଶରେ ତିନି ତିନି ଜଣ ୱିକେଟକିପରଙ୍କୁ ସାମିଲ କରାଯାଇଥିଲା ?

ତେବେ ଯଦିଓ ବୈଠକ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେଇ ନାହାନ୍ତି ରୟ । ମାତ୍ର ଏହି ସବୁ ପ୍ରଶ୍ନର ଉତ୍ତର ବିରାଟ-ଶାସ୍ତ୍ରୀ ଓ ପ୍ରସାଦଙ୍କୁ ରଖିବାକୁ ପଡିପାରେ ବୋଲି ପୂର୍ବନୁମାନ କରାଯାଉଛି । ତେବେ ଏଥି ସହିତ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ବକପ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯିବ ବୋଲି ରୟ ସୂଚନା ଦେଇଛନ୍ତି ।

ତେବେ ସୂଚନାଥାଉ କି, ଅମ୍ବାତି ରାଇଡୁ ଶେଷ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦଳରେ ସାମିଲ ଥିଲେ । ମାତ୍ର କଣ ପାଇଁ ଶେଷ ମୁହୂର୍ତ୍ତରେ ତାଙ୍କୁ ବିଶ୍ବକପ ଦଳରେ ସାମିଲ କରାଗଲା ନାହିଁ ବୋଲି ସିଓଏ ପ୍ରଶ୍ନ କରିପାରେ । ଅନ୍ୟପଟେ ରାଇଡୁ ବିଶ୍ବକପ ପାଇଁ ଷ୍ଟାଣ୍ଡବାୟ ଥିବା ବେଳେ ମଧ୍ୟ କିଛି ଖେଳାଳିଙ୍କ ଆହତ ପରେ ମଧ୍ୟ କାହିଁକି ତାଙ୍କୁ ଦଳରେ ସାମିଲ କରାଗଲା ନାହିଁ ବୋଲି କୋଚ-ଅଧିନାୟଙ୍କୁ ଉତ୍ତର ଦେବାକୁ ପଡିବ ।

ଦ୍ୱିତୀୟତଃ, ଟିମରେ ତିନିଜଣ ୱିକେଟକିପର କାହିଁକି ଖେଳାଯାଇଥିଲା ବୋଲି ପ୍ରଶ୍ନ ଆସି ପାରେ । ବିଶେଷକରି ଭେଟେରାନ ଧୋନି ଦଳରେ ଥିବାବେଳେ ଦିନେଶ କାର୍ତ୍ତିକଙ୍କର କ’ଣ ଆବଶ୍ୟକତା ଥିଲା, ଯିଏ ଲମ୍ବା ସମୟ ଧରି ଫର୍ମରେ ନାହାନ୍ତି । ତୃତୀୟରେ, ସେମିଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କୁ କାହିଁକି ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଦିଆଗଲା ବୋଲି ପ୍ରଶ୍ନ ପଚାରିବ ସିଓଏ ।

Intro:Body:

BLANK  FOR STORY

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.