ETV Bharat / sports

ଓସିଏକୁ ବିସିସିଆଇର ଇମେଲ ଛାଟ, ଅଡୁଆରେ ଓସିଏ - OCA

ବିସିସିଆଇର ସିଓଏ ପକ୍ଷରୁ ଓସିଏକୁ ଇମେଲ ଆସିଛି । ଏଥିରେ ରାଜ୍ୟ କ୍ଲବ ମାନଙ୍କୁ ସଦସ୍ୟତା ପ୍ରଦାନ କରିବା କିମ୍ବା ଖାରଜ କରିବା ପ୍ରସଙ୍ଗରେ ସମସ୍ତ କାର୍ଯ୍ୟ ନୂତନ ସମ୍ବିଧାନ ନିୟମ ଅନୁସାରେ ହେବା ଦରକାର ବୋଲି କୁହାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Aug 22, 2019, 9:38 PM IST

କଟକ: ବଢୁଛି ଓସିଏର ଚିନ୍ତା। ରାଜ୍ୟ କ୍ଲବ ମାନଙ୍କୁ ସଦସ୍ୟତା ପ୍ରଦାନ କରିବା କିମ୍ବା ଖାରଜ କରିବା ପ୍ରସଙ୍ଗରେ ସମସ୍ତ କାର୍ଯ୍ୟ ନୂତନ ସମ୍ବିଧାନ ନିୟମ ଅନୁସାରେ ହେବା ଦରକାର । ଏମିତିକି ବିସିସିଆଇର ସିଓଏ ପକ୍ଷରୁ ଆସିଛି ଇମେଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଏହି ଇମେଲ ଓସିଏକୁ ହରଡଘଣାରେ ପକାଇଛି । ଗୋଟେପଟେ ଡିସେମ୍ବରରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ନେଇ ପ୍ରସ୍ତୁତି ଓ ଅନ୍ୟପଟେ ନିର୍ବାଚନ । ତେବେ ନିର୍ବାଚନ ପାଇଁ କ୍ଲବ ବାଛିବା ପାଇଁ ଓସିଏ ପକ୍ଷରୁ 5 ଜଣିଆ କମିଟି ସ୍ଥିର କରାଯାଇଥିଲା । ଓସିଏକୁ ପ୍ରୋତ୍ସାହନ ଦେଉଥିବା କ୍ଲବକୁ ସଦସ୍ୟତା ପ୍ରଦାନ ପାଇଁ ଏହି କମିଟି ନିର୍ଦେଶ ଦେଇଥିଲେ । ତେବେ ଏହା ଅବୈଧ ବୋଲି ସୂଚନା ଦେଇଛନ୍ତି କ୍ରୀଡ଼ାବିତ ।

ସିଓଏ ପକ୍ଷରୁ ଆସିଥିବା ଇମେଲ ସବୁ କିଛି ଗୋଳମାଳିଆ କରି ଦେଇଛି । ତେବେ ଦେଖିବାକୁ ବାକି ରହିଲା କଣ ହେବ ଓସିଏ ର ଆଗାମୀ କାର୍ଯ୍ୟପନ୍ଥା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.