ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ଗସ୍ତର ଟେଷ୍ଟ ସିରିଜର କର ବା ମର ମ୍ୟାଚରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ । 194/4ରୁ ପ୍ରଥମ ଦିନର ଖେଳ ଶେଷ ପୂର୍ବରୁ 242 ଅଲଆଉଟ ଭାରତ ଦୁର୍ବଳ ବ୍ୟାଟିଂ ନମୁନା ଦେଉଛି । ଦୁଇଟି ଟେଷ୍ଟରେ ଏଯାବତ୍ 3ଟି ପାଳିରେ କ୍ୟାପଟେନ କୋହଲିଙ୍କ ପ୍ରଦର୍ଶନ ମଧ୍ୟ ଚିନ୍ତାର କାରଣ ସାଜିଛି । ସେହିପରି ଓପନର ଓ ମଧ୍ୟକ୍ରମ ମଧ୍ୟ ଗୋଟିଏ ପରେ ଗୋଟିଏ ଇଂନିସରେ ଫେଲ ମାରୁଛି ।
ତେବେ ପ୍ରଥମ ଦିନରେ ପ୍ରଥମ ବିରତି ପୂର୍ବରୁ ଦଳୀୟ ସ୍କୋର ଥିଲା 194/4 । ମାତ୍ର ପରେ ଭାରତୀୟ ମଧ୍ୟକ୍ରମର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ପ୍ରଥମ ପାଳିରେ ମାତ୍ର ଦଳ 242ରନ କରି ଅଲଆଉଟ ହୋଇଛି । ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭ୍ରମଣକାରୀ ଭାରତୀୟ ଦଳ ଆରମ୍ଭରୁ ହିଁ ଝୁଣ୍ଟିଛି । ଦଳ ପାଇଁ ଓପନିଂ କରୁଥିବା ଯୁବ ପୃଥ୍ବୀ ଶ’ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି । ମାତ୍ର ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ ମାତ୍ର 7ରନ କରି ପାଭିଲିୟନ ଫେରିଛନ୍ତି । ତୃତୀୟ ୱିକେଟ ପାଇଁ ବ୍ୟାଟିଂ ଆସିଥିବା ଚେତେଶ୍ବର ପୂଜାରା ଶେଷ ଅପଡେଟ ସୁଦ୍ଧା କ୍ରିଜରେ ଅପରାଜିତ ରହିଛନ୍ତି । ସେପଟେ ଅଧିନାୟକ ପୁଣି ମାରିଛନ୍ତି ଫେଲ । ପ୍ରଥମ ଟେଷ୍ଟ ପରେ 2ୟ ଟେଷ୍ଟରେ ମଧ୍ୟ ଶୀଘ୍ର ପାଭିଲିୟନ ଫେରିଛନ୍ତି କୋହଲି । କ୍ୟାପଟେନ କୋହଲି ମାତ୍ର 3 ରନ କରିପାରିଥିବା ବେଳେ ଉପ ଅଧିନାୟକ ଆଜିଙ୍କ୍ୟା ରାହାଣେ ମଧ୍ୟ 7ରନ କରି ପାରିଛନ୍ତି ।
ଯଦିଓ ଟେଷ୍ଟ ସ୍ପେଶାଲିଷ୍ଟ୍ ପୂଜାରା ଓ ହନୁମା ବିହାରୀଙ୍କ ଭାଗିଦାରୀ ଦଳକୁ ଆଶ୍ବସନା ଯୋଗାଇଥିଲା । ମାତ୍ର ଉଭୟଙ୍କ ବ୍ୟକ୍ତିଗତ ସ୍କୋର ଖିବ କମ ରହିଥିଲା । ତେବେ ଦଳ ପକ୍ଷରୁ ହନୁମା ବିହାରୀ ସର୍ବାଧିକ 55 ରନ କରିଥିବା ବେଳେ ଅଧିନାୟକ କୋହଲି ମାତ୍ର 3 ରନ କରିଛନ୍ତି । ଘରୋଇ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମାଇସନ ସର୍ବାଧିକ 5ଟି ୱିକେଟ ନେଇଛନ୍ତି ।
ଉଲ୍ଲେକଥାଉ କି, 2 ଟିକିଆ ଟେଷ୍ଟ ସିରିଜର 2ୟ ମ୍ୟାଚ ଆଜିଠାରୁ ଖ୍ରୀଷ୍ଟଚର୍ଚ୍ଚରେ ଆରମ୍ଭ ହୋଇଛି । ସିରିଜରେ 0-1ରେ ପଛୁଆ ଅଛି ଭାରତୀୟ ଦଳ ।