ETV Bharat / sports

ଆଇପିଏଲରେ 350 ଛକା ଲଗାଇବାରେ ଗେଲ୍‌ ପ୍ରଥମ

author img

By

Published : Apr 12, 2021, 10:43 PM IST

ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ 350 ଛକା ଲଗାଇବାରେ ପ୍ରଥମ ଖେଳାଳି ହୋଇଛନ୍ତି ୱେଷ୍ଟଇଣ୍ଡିଜ ଷ୍ଟାର କ୍ରିସ୍‌ ଗେଲ୍ । ଅଧିକ ପଢନ୍ତୁ...

Chris Gayle first to hit 350 sixes in Indian Premier League
ଆଇପିଏଲରେ 350 ଛକା ଲଗାଇବାରେ ଗେଲ୍‌ ପ୍ରଥମ

ମୁମ୍ବାଇ: ୱେଷ୍ଟଇଣ୍ଡିଜ ଷ୍ଟାର କ୍ରିସ୍‌ ଗେଲ୍‌ ସୋମବାର ଆଉ ଏକ ବଡ ରେକର୍ଡର ଅଧିକାରୀ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ 350 ଛକା ଲଗାଇବା ସହ ପ୍ରଥମ ଖେଳାଳି ଭାବେ ରେକର୍ଡ କରିଛନ୍ତି ଗେଲ୍‌ ।

ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ଗେଲ୍‌ । 28 ବଲ୍‌ରୁ 40 ରନ୍‌ର ଦ୍ରୁତ ଇଂନିସ ଖେଳିଛନ୍ତି ଗେଲ୍‌ । ଏହି ଇଂନିସରେ 4ଟି ଚୌକା ଓ 2ଟି ଛକା ସାମିଲ ରହିଛି ।

ଇଂଲିସ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବଲ୍‌ରେ ଏକ ବିରାଟ ଛକା ଲଗାଇ 350ତମ ଆଇପିଏଲ ଛକା ପୂରଣ କରିଥିଲେ । ଏହି ତାଲିକାର ଦ୍ବିତୀୟ ସ୍ଥାନରେ 237ଟି ଛକା ସହ ଆରସିବି ଷ୍ଟାର ଏବି ଡି ଭିଲିୟର୍ସ ରହିଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସର ମହେନ୍ଦ୍ର ସିଂହ ଧୋନି 216 ଛକା ସହ ତୃତୀୟ ଓ ରୋହିତ ଶର୍ମା 214 ଛକା ସହ ଚତୁର୍ଥ ଓ ବିରାଟ କୋହଲି 201 ଛକା ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ।

ୱେଷ୍ଟଇଣ୍ଡିଜ ପାୱରହିଟର ଗେଲ୍‌ 133ଟି ମ୍ୟାଚରୁ 150 ଷ୍ଟ୍ରାଇକ ରେଟ ସହ 4,812 ରନ୍‌ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ 6ଟି ଶତକ ଓ 31ଟି ଅର୍ଦ୍ଧଶତକୀୟ ଇଂନିସ ସାମିଲ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.