ETV Bharat / sports

ଛକା ବର୍ଷାଇଲେ ଗେଲ, ବନିଲେ ପ୍ରଥମ ବ୍ୟାଟ୍ସମ୍ୟାନ - history

ଆଇପିଏଲରେ 300 ଛକା ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ଗେଲ ।

ଫଟୋ ସୌଜନ୍ୟ- ଟ୍ବିଟର @lionsdenkxip
author img

By

Published : Mar 31, 2019, 1:48 AM IST

ମୋହାଲି: ଆଇପିଏଲ ଇତିହାସରେ ଛକାର ବର୍ଷା କଲେ ବିସ୍ପୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ। ଆଇପିଏଲରେ 300 ଛକା ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ଗେଲ।

IPL
ଫଟୋ ସୌଜନ୍ୟ- ଟ୍ବିଟର @lionsdenkxip

ଶନିବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିଛନ୍ତି ଗେଲ। ଏହି ମ୍ୟାଚରେ ଗେଲ୍ ମିସେଲ ମ୍ୟାକ୍ଲେଘନଙ୍କ ବଲରେ ଛକା ମାରି ଆଇପିଏଲରେ ୩୦୦ ଛକା ପୂରଣ କରିଛନ୍ତି । ତେବେ ସେ ୧୧୫ଟି ମ୍ୟାଚରୁ ୩୦୦ ଛକା ମାରିଛନ୍ତି।

IPL
ଫଟୋ ସୌଜନ୍ୟ- ଟ୍ବିଟର @lionsdenkxip

ଅନ୍ୟପଟେ ଆଇପିଏଲରେ ସର୍ବାଧିକ ଛକା ମାରିବାରେ ଗେଲ୍ ନିଜର ସାଥୀ ଖେଳାଳିଙ୍କଠୁ ବହୁତ ଆଗରେ ରହିଛନ୍ତି।୧୪୩ ମ୍ୟାଚରେ ୧୯୨ ଛକା ମାରିଦ୍ଵିତୀୟରେ ଅଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଖେଳାଳି ଏବି ଡିଭିଲିୟର୍ସ।

ଭାରତୀୟ ବ୍ୟାଟସମ୍ୟାନ ଭାବେ ମହେନ୍ଦ୍ର ସିଂହ ଧୋନୀ ୧୭୭ ମ୍ୟାଚରେ ୧୮୭ ଛକା ମାରି ପ୍ରଥମ ସ୍ଥାନରେ ଅଛନ୍ତି। ଅନ୍ୟ ପଟେ ସୁରେଶ ରୈନା ୧୭୮ ମୁକାବିଲାରେ ୧୮୬ ଓ ବିରାଟ କୋହଲି ୧୭୬ ମ୍ୟାଚରୁ ୧୮୫ ଛକା ମାରିଛନ୍ତି।

||ବରଗଡ ||
      
       ସାଧାରଣ ନିର୍ବାଚନ ଘୋଷଣା ସରିଯାଇଥିବା ବେଳେ ଆସନ୍ତା 15 ତାରିଖରେ ବରଗଡ ଜିଲ୍ଲା ଗସ୍ତରେ ଆସୁଛନ୍ତି କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ | ରାହୁଲ ଗାନ୍ଧୀଙ୍କ ବରଗଡ ଗସ୍ତ ପୂର୍ବରୁ ତିନି ତିନି ଥର ବାତିଲ ହେବାପରେ ଆସନ୍ତା ୧୫ ରେ ବରଗଡରେ ୧ ଲକ୍ଷ ଲୋକଙ୍କ ସମାବେଶରେ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରଖାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି | ତେବେ ରାହୁଲ ଗାନ୍ଧୀଙ୍କ ବରଗଡ ଗସ୍ତରେ ଜିଲ୍ଲାର କଂଗ୍ରେସ କର୍ମୀ ଓ ନେତା ମାନଙ୍କ ମଧ୍ୟରେ ଦେଖାଯାଇଛି ଉତ୍ସାହ | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବରଗଡ ଗସ୍ତ ପୂର୍ବରୁ ଛତିଶଗଡ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଓଡିଶାର କଂଗ୍ରେସ ପ୍ରଭାରି  ଟି.ଏସ ସିଂହ ଦେଓ ଆଜି ବରଗଡ କୁ ପହଞ୍ଚି ସମାବେଶ ହେବାକୁଥିବା ସ୍ଥାନ ପରିଦର୍ଶନ କରିଛନ୍ତି |
     
          ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ଦଳ ନିଜନିଜର ପ୍ରଚାର ପ୍ରସାରରେ ଲାଗିପଡିଥିବା ବେଳେ କଂଗ୍ରେସ ଦଳପକ୍ଷରୁ  ରାହୁଲ ଗାନ୍ଧୀ ବରଗଡ ମାଟିକୁ ଆସୁଛନ୍ତି | ବରଗଡ ବ୍ଲକ ସରସରା ପଡିଆ ଠାରେ ଆସନ୍ତା ୧୫ ତାରିଖରେ ରାହୁଲ ଗାନ୍ଧୀ ଏକ ବିରାଟ ସମାବେଶରେ ଯୋଗଦାନ ଦେଇ  ଦେଶରେ ପରିବର୍ତନ ଆଣିବା ପାଇଁ  କଂଗ୍ରେସ କୁ ଭୋଟ ଦେବାପାଇଁ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି |ବରଗଡରେ ଏପ୍ରିଲ ୧୮ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଦଳ ତାର ପ୍ରାର୍ଥୀ ଘୋଷଣା କରିନଥିଲେ ସୁଦ୍ଧା ଜିଲ୍ଲାର ସମସ୍ତ ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ ବଢିଯାଇଛି |  ବରଗଡ ଚାଷୀ ମାନଙ୍କ ଅଞ୍ଚଳ ହୋଇଥିବାରୁ ଗତ ୨୦୧୪ ନିର୍ବାଚନ ରେ ମଧ୍ୟ ରାହୁଲ ଗାନ୍ଧୀ ବରଗଡ ଜିଲ୍ଲା ଅତାବିରା ଠାରେ ଚାଷୀ ବଞ୍ଚାଓ ପଦଯାତ୍ରା ଅଭିଯାନରେ ଆସିଥିଲେ ଓ ମୃତ ଚାଷୀ ପରିବାରଙ୍କୁ ଭେଟି ନାନା ଆଶ୍ଵାସନା ଦେଇଫେରିବା ପରେ ପାଞ୍ଚ ବର୍ଷପରେ ପୁଣି ଥରେ ବରଗଡ ମାଟିକୁ ଆସୁଛନ୍ତି | ତେବେ ରାହୁଲ ଗାନ୍ଧୀଙ୍କ ବରଗଡ ଗସ୍ତ,  ଜିଲ୍ଲାର ଭୋଟର୍ସ ମାନଙ୍କୁ ପ୍ରଭାବିତ କରୁ ଅବା ନ କରୁ କଂଗ୍ରେସ କର୍ମୀ ମାନଙ୍କୁ ନିଶ୍ଚୟ ପ୍ରଭାବିତ କରିଛି | ଦଳୀୟ କନ୍ଦଳ ରହିଥିଲେ ସୁଦ୍ଧା ସମସ୍ତ କଂଗ୍ରେସ ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ କାମକରୁଥିବା ଦେଖିବାକୁ ମିଳିଛି |
         ତେବେ ରାହୁଲ ଗାନ୍ଧୀଙ୍କ ବରଗଡଗସ୍ତ କୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ନେତାମାନେ ପହଞ୍ଚି ସମାବେଶ ଆୟୋଜନ ସ୍ଥାନକୁ ପରିଦର୍ଶନ କରୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କୁନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି |କଂଗ୍ରେସ ର ଏହି ସମାବେଶରେ ୧ ଲକ୍ଷ ଲୋକ ସାମିଲ ହେବାର ସମ୍ଭାବନା ରହିଥିବା କଂଗ୍ରେସ ପକ୍ଷରୁ କୁହାଯାଉଥିବା ବେଳେ  ଅଳ୍ପ ସମୟ ମଧ୍ୟରେ ପୋଲିସ ର କଡା ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ସମ୍ପାଦନ କରିବା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି | 

ବାଇଟ 1- ନିପନ ଦାସ ( କଂଗ୍ରେସ କର୍ମୀ )
ବାଇଟ 2- ସଞ୍ଜୟ ଭୋଇ ( ପୂର୍ବ ସାଂସଦ )

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.