ନୂଆଦିଲ୍ଲୀ: ବିସିସିଆଇରର ନୂତନ ଜାତୀୟ ଚୟନକର୍ତ୍ତା ଟିମ ଘୋଷଣା । ଚୟନକର୍ତ୍ତା ଟିମରେ ରହିଛନ୍ତି ଓଡିଆ ପୁଅ ଦେବାଶିଷ ମହାନ୍ତି । କମିଟିର ଅନ୍ୟ ଦୁଇ ସଦସ୍ୟ ରହିଛନ୍ତି ଚେତନ ଶର୍ମା, ଓ ଆବେ କୁରୁଭିଲ୍ଲା । ଏନେଇ ସ୍ପଷ୍ଟ କରିଛନ୍ତି କ୍ରିକେଟ ପରାମର୍ଶଦାତା କମିଟି(ସିଏସି) ମୁଖ୍ୟ ମଦନ ଲାଲ । ଅଧିକ ସଂଖ୍ୟକ ଟେଷ୍ଟ ମ୍ୟାଚ ଖେଳିଥିବା ଆଧାରରେ ବିସିସିଆଇ ପକ୍ଷରୁ ଚେତନ ଶର୍ମା ଜାତୀୟ ପୁରୁଷ ଚୟନକର୍ତ୍ତା କମିଟିର ଚେୟାରମ୍ୟାନ ଘୋଷିତ ହୋଇଛନ୍ତି ।
ଗୁରୁବାର କ୍ରିକେଟ ପରାମର୍ଶଦାତା କମିଟି(ସିଏସି)ର 3 ସଦସ୍ୟ ମଦନ ଲାଲ, ରୁଦ୍ର ପ୍ରତାପ ସିଂ ଓ ସୁଲକ୍ଷଣା ନାଏକ ଭର୍ଚୁଆଲ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ । ଏହି କମିଟି 3 ଜଣିଆ ସର୍ବଭାରତୀୟ ଜାତୀୟ ଚୟନକର୍ତ୍ତା କମିଟି(ପୁରୁଷ) ଚୟନ କରିଛନ୍ତି ।
ନୂତନ 3 ସଦସ୍ୟ ସୁନୀଲ ଜୋଷୀ ଓ ହରବିନ୍ଦର ସିଂଙ୍କ ଯୋଗଦେବେ ।
ଜାତୀୟ ଚୟନକର୍ତ୍ତା କମିଟି ସଦସ୍ୟ ପାଇଁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର ମଧ୍ୟ ଆବେଦନ କରିଥିଲେ । ଟିମ ଇଣ୍ଡିଆ ପକ୍ଷରୁ ପ୍ରାୟ 200 ମ୍ୟାଚ ଖେଳିଥିବାରୁ ଅଗରକର ଚୟନକର୍ତ୍ତା ସଦସ୍ୟ ଦୌଡରେ ଆଗରେ ରହିଥିଲେ । ମାତ୍ର ଶେଷରେ ତାଙ୍କୁ ଚୟନ କରଯାଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ