ETV Bharat / sports

ଆଇପିଏଲ 2020: ଦୁବାଇରେ ୱାଟସନ-ଡୁପ୍ଲେସିସ୍‌ଙ୍କ ରାଜୁତି, 10 ଓ୍ବିକେଟରେ ହାରିଲା ପଞ୍ଜାବ

author img

By

Published : Oct 5, 2020, 8:25 AM IST

ରବିବାରର 2ୟ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଦମଦାର ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛି । ଚେନ୍ନାଇ ସୁପରକିଙ୍କ୍ସର ଓପନର ଯୋଡି ସେନ ୱାଟସନ- ଫାଫ ଡୁ ପ୍ଲେସିସ୍‌ଙ୍କ ଦକ୍ଷତାରେ 10 ଓ୍ବିକେଟରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ମାତ୍‌ ଦେଇଛି ଚେନ୍ନାଇ । ତେବେ ସେନ ୱାଟସନଙ୍କୁ ମିଳିଛି ମ୍ୟାନ ଅଫ ଦି ମ୍ୟାଚ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଆଇପିଏଲ 2020: ଦୁବାଇରେ ୱାଟସନ - ଡୁପ୍ଲେସିସ୍‌ଙ୍କ ରାଜୁତି, 10ଓ୍ବିକେଟରେ ହାରିଲା ପଞ୍ଜାବ

ଦୁବାଇ: ସୁପରସନଡେର ଡବଲ ହେଡରର 2ୟ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଦମଦାର ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛି । ଚେନ୍ନାଇ ସୁପରକିଙ୍କ୍ସର ଓପନର ଯୋଡି ସେନ ୱାଟସନ- ଫାଫ ଡୁ ପ୍ଲେସିସ୍‌ଙ୍କ ଦକ୍ଷତାରେ 10 ଓ୍ବିକେଟରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ମାତ୍‌ ଦେଇଛି ଚେନ୍ନାଇ । ଧୋନିଙ୍କ ଦଳ କ୍ରମାଗତ 3ୟ ପରାଜୟର ଧାରା ଭାଙ୍ଗି ପଏଣ୍ଟ ଟେବୁଲର 8ମ ସ୍ଥାନରୁ 6ଷ୍ଠ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି । ତେବେ ମ୍ୟାଚରେ 53ବଲ୍‌ରେ 83ରନ୍‌(11ଚୌକା, 3ଛକା) କରିଥିବା ସେନ ୱାଟସନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ରୂପେ ବିବେଚିତ କରାଯାଇଛି ।

Watto Fafulous stand that was to become our highest ever in #yellove! #WhistlePodu #WhistleFromHome #KXIPvCSK 🦁💛 pic.twitter.com/Ocpa8HMnl9

— Chennai Super Kings (@ChennaiIPL) October 4, 2020 ">

ଆଇପିଏଲର 18ତମ ମ୍ୟାଚରେ ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ ପଞ୍ଜାବ-ଚେନ୍ନାଇ ମୁହାଁମୁହିଁ ହୋଇଥିଲେ । ପଞ୍ଜାବ ପ୍ରଥମେ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ଅଧିନାୟକ କେଏଲ ରାହୁଲ-ମୟଙ୍କ ଅଗ୍ରଓ୍ବାଲ 63ରନର ପାର୍ଟନରସିପ ଇଂନିସ ଖେଳିଥିଲେ । ଏହାପରେ ମୟଙ୍କ (26ରନ୍‌,19ବଲ) ଆଉଟ ହୋଇଥିଲେ । ତେବେ ଦଳ ପକ୍ଷରୁ ମନନ୍ଦୀପ ସିଂ 27, ପୁରନ 33, ରାହୁଲ 63ରନ, ମ୍ୟାକ୍ସଓ୍ବେଲ 11*, ସରଫରାଜ ଖାନ 14*ରନ୍‌ କରି ନିର୍ଦ୍ଧାରିତ ଓଭରରେ 4ଓ୍ବିକେଟ ହରାଇ 178ରନ୍‌ ସଂଗ୍ରହ କରିଥିଲେ ।

ଆଇପିଏଲ 2020: ଦୁବାଇରେ ୱାଟସନ - ଡୁପ୍ଲେସିସ୍‌ଙ୍କ ରାଜୁତି, 10ଓ୍ବିକେଟରେ ହାରିଲା ପଞ୍ଜାବ
ପଞ୍ଜାବ ଇଂନିସ

ବିପକ୍ଷ ଦଳ ଚେନ୍ନାଇ ପକ୍ଷରୁ ଶ୍ରାଦ୍ଦୁଳ ଠାକୁର 2ଟି, ଜାଡେଜା ଓ ପିୟୁଷ ଚାଓ୍ବାଲା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

chennai-super-kings-won-by-10-wickets-against-kxip
ଚେନ୍ନାଇ ଇଂନିସ

ତେବେ 179ରନ୍‌ର ବିଜୟଲକ୍ଷ୍ୟକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଚେନ୍ନାଇ ଦଳ । ଅନୁଭବୀ ଓପନର ଯୋଡି ୱାଟସନ - ଡୁପ୍ଲେସିସ୍‌ 17.4 ଓଭର ଯାଏଁ କ୍ରିଜରେ ରହି 181ରନ ସଂଗ୍ରହ କରି ଦଳକୁ ବିଜୟ ସ୍ବାଦ ଚଖାଇଥିଲେ । ବ୍ୟକ୍ତିଗତ ଭାବେ ସେନ ଓ୍ବାଟସନ 53ବଲ୍‌ରେ 83ରନ ସଂଗ୍ରହ କରିଥିଲେ । ସେଥିରେ 11ଟି ଚୌକା ଓ 3ଟି ଛକା ସାମିଲ ରହିଥିଲା । ସେହିପରି ଫାଫ ଡୁ ପ୍ଲେସିସ 53 ବଲ୍‌ରେ 87ରନ ସଂଗ୍ରହ କରିଥିଲେ । ସେଥିରେ 11ଟି ଚୌକା ଓ ଗୋଟିଏ ଛକା ସମାଲି ରହିଥିଲା ।

ପଏଣ୍ଟ ଟେବୁଲ

ତେବେ ଚେନ୍ନାଇ ତା'ର ପରବର୍ତ୍ତୀ ମ୍ୟାଚ 7 ଅକ୍ଟୋବରରେ କେକେଆର ବିପକ୍ଷରେ ଖେଳିବ । ସେହିପରି ପଞ୍ଜାବ 8ଅକ୍ଟୋବରରେ ଦୁବାଇ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ।

ଦୁବାଇ: ସୁପରସନଡେର ଡବଲ ହେଡରର 2ୟ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଦମଦାର ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛି । ଚେନ୍ନାଇ ସୁପରକିଙ୍କ୍ସର ଓପନର ଯୋଡି ସେନ ୱାଟସନ- ଫାଫ ଡୁ ପ୍ଲେସିସ୍‌ଙ୍କ ଦକ୍ଷତାରେ 10 ଓ୍ବିକେଟରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ମାତ୍‌ ଦେଇଛି ଚେନ୍ନାଇ । ଧୋନିଙ୍କ ଦଳ କ୍ରମାଗତ 3ୟ ପରାଜୟର ଧାରା ଭାଙ୍ଗି ପଏଣ୍ଟ ଟେବୁଲର 8ମ ସ୍ଥାନରୁ 6ଷ୍ଠ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି । ତେବେ ମ୍ୟାଚରେ 53ବଲ୍‌ରେ 83ରନ୍‌(11ଚୌକା, 3ଛକା) କରିଥିବା ସେନ ୱାଟସନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ରୂପେ ବିବେଚିତ କରାଯାଇଛି ।

ଆଇପିଏଲର 18ତମ ମ୍ୟାଚରେ ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ ପଞ୍ଜାବ-ଚେନ୍ନାଇ ମୁହାଁମୁହିଁ ହୋଇଥିଲେ । ପଞ୍ଜାବ ପ୍ରଥମେ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ଅଧିନାୟକ କେଏଲ ରାହୁଲ-ମୟଙ୍କ ଅଗ୍ରଓ୍ବାଲ 63ରନର ପାର୍ଟନରସିପ ଇଂନିସ ଖେଳିଥିଲେ । ଏହାପରେ ମୟଙ୍କ (26ରନ୍‌,19ବଲ) ଆଉଟ ହୋଇଥିଲେ । ତେବେ ଦଳ ପକ୍ଷରୁ ମନନ୍ଦୀପ ସିଂ 27, ପୁରନ 33, ରାହୁଲ 63ରନ, ମ୍ୟାକ୍ସଓ୍ବେଲ 11*, ସରଫରାଜ ଖାନ 14*ରନ୍‌ କରି ନିର୍ଦ୍ଧାରିତ ଓଭରରେ 4ଓ୍ବିକେଟ ହରାଇ 178ରନ୍‌ ସଂଗ୍ରହ କରିଥିଲେ ।

ଆଇପିଏଲ 2020: ଦୁବାଇରେ ୱାଟସନ - ଡୁପ୍ଲେସିସ୍‌ଙ୍କ ରାଜୁତି, 10ଓ୍ବିକେଟରେ ହାରିଲା ପଞ୍ଜାବ
ପଞ୍ଜାବ ଇଂନିସ

ବିପକ୍ଷ ଦଳ ଚେନ୍ନାଇ ପକ୍ଷରୁ ଶ୍ରାଦ୍ଦୁଳ ଠାକୁର 2ଟି, ଜାଡେଜା ଓ ପିୟୁଷ ଚାଓ୍ବାଲା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

chennai-super-kings-won-by-10-wickets-against-kxip
ଚେନ୍ନାଇ ଇଂନିସ

ତେବେ 179ରନ୍‌ର ବିଜୟଲକ୍ଷ୍ୟକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଚେନ୍ନାଇ ଦଳ । ଅନୁଭବୀ ଓପନର ଯୋଡି ୱାଟସନ - ଡୁପ୍ଲେସିସ୍‌ 17.4 ଓଭର ଯାଏଁ କ୍ରିଜରେ ରହି 181ରନ ସଂଗ୍ରହ କରି ଦଳକୁ ବିଜୟ ସ୍ବାଦ ଚଖାଇଥିଲେ । ବ୍ୟକ୍ତିଗତ ଭାବେ ସେନ ଓ୍ବାଟସନ 53ବଲ୍‌ରେ 83ରନ ସଂଗ୍ରହ କରିଥିଲେ । ସେଥିରେ 11ଟି ଚୌକା ଓ 3ଟି ଛକା ସାମିଲ ରହିଥିଲା । ସେହିପରି ଫାଫ ଡୁ ପ୍ଲେସିସ 53 ବଲ୍‌ରେ 87ରନ ସଂଗ୍ରହ କରିଥିଲେ । ସେଥିରେ 11ଟି ଚୌକା ଓ ଗୋଟିଏ ଛକା ସମାଲି ରହିଥିଲା ।

ଆଇପିଏଲ 2020: ଦୁବାଇରେ ୱାଟସନ - ଡୁପ୍ଲେସିସ୍‌ଙ୍କ ରାଜୁତି, 10ଓ୍ବିକେଟରେ ହାରିଲା ପଞ୍ଜାବ
ପଏଣ୍ଟ ଟେବୁଲ

ତେବେ ଚେନ୍ନାଇ ତା'ର ପରବର୍ତ୍ତୀ ମ୍ୟାଚ 7 ଅକ୍ଟୋବରରେ କେକେଆର ବିପକ୍ଷରେ ଖେଳିବ । ସେହିପରି ପଞ୍ଜାବ 8ଅକ୍ଟୋବରରେ ଦୁବାଇ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.