ETV Bharat / sports

ଜାତିବର୍ଣ୍ଣ ଭେଦ ନେଇ ସାଙ୍ଗାକାରାଙ୍କ ମତ: ରାତିରାତି ଆସେ ନାହିଁ ପରିବର୍ତ୍ତନ - ରାତିରାତି ଆସେ ନାହିଁ ପରିବର୍ତ୍ତନ

ଜାତି-ବର୍ଣ୍ଣ ଭେଦ ନେଇ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ମତ ରଖିଛନ୍ତି । ରାତିରାତି ଆସେ ନାହିଁ ପରିବର୍ତ୍ତନ କହିଲେ ଶାଙ୍ଗାକାରା । ଅଧିକ ପଢ଼ନ୍ତୁ...

Change would not happen overnight, Sangakkara on BLM movement, blank lives matter, ଜାତି-ବର୍ଣ୍ଣ ଭେଦ ନେଇ ସାଙ୍ଗାକାରାଙ୍କ ମତ, ରାତିରାତି ଆସେ ନାହିଁ ପରିବର୍ତ୍ତନ, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା
ଜାତି-ବର୍ଣ୍ଣ ଭେଦ ନେଇ ସାଙ୍ଗାକାରାଙ୍କ ମତ: ରାତିରାତି ଆସେ ନାହିଁ ପରିବର୍ତ୍ତନ
author img

By

Published : Jul 23, 2020, 2:44 PM IST

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଗତ କିଛି ସମୟ ଧରି ସାରା ବିଶ୍ବରେ ଚାଲିଥିବା ‘ବ୍ଲାକ୍ ଲାଇଭସ୍ ମ୍ୟାଟର୍’ ଆନ୍ଦୋଳନକୁ ନେଇ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି ।

ମେ ମାସରେ ମିନିନାପଲିସ୍ ପୋଲିସ କର୍ମଚାରୀଙ୍କ ଦ୍ବାରା ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରଠାରୁ ଏହି ଆନ୍ଦୋଳନ ଜାରି ରହିଛି। ସମଗ୍ର ବିଶ୍ବର ଆଥଲେଟମାନେ ମଧ୍ୟ ନିଜ ନିଜ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଆଣ୍ଠୁ ମାଡ଼ି ଆନ୍ଦୋଳନରେ ଅଂଶଗ୍ରହଣ କରିଛନ୍ତି ।

ସଙ୍ଗାକରା କହିଛନ୍ତି ଯେ, ‘‘ଜାତି-ବର୍ଣ୍ଣ ଭେଦ ବିରୋଧରେ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ସେ କହିଛନ୍ତି ଯେ ପିଲାମାନଙ୍କୁ ପ୍ରକୃତ ଇତିହାସ ବିଷୟରେ ଶିକ୍ଷା ଦିଆଯିବା ଉଚିତ ଏବଂ ଏହାର ବଦଳାଯାଇଥିବା ସଂସ୍କରଣ ବିଷୟରେ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ପରିବର୍ତ୍ତନ ତୁରନ୍ତ ଘଟିବ ନାହିଁ କିନ୍ତୁ ଏହା ଏକ ଦୀର୍ଘ ଲଢ଼େଇ ଏବଂ ସମଗ୍ର ବିଶ୍ବ ଏଥିରେ ଭାଗ ନେବାକୁ ପଡିବ।’’

ସାଙ୍ଗାକାରା କ୍ରିକବଜକୁ କହିଛନ୍ତି, ‘‘ଯଦି ଆପଣ ବ୍ଲାକ ଲାଇଭସ୍ ମ୍ୟାଟର୍ , ଜାତିଭେଦ ଏବଂ ବର୍ଣ୍ଣ ବେଦ ବିଷୟରେ କଥା ହେଉଛନ୍ତି ତେବେ ମୁଁ ଭାବୁଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଆମ ପିଲାମାନଙ୍କୁ ଇତିହାସ ବିଷୟରେ ଶିକ୍ଷା ଦେବା ।’’

ପ୍ରକୃତ ଇତିହାସ କ’ଣ ଥରେ ବୁଝିଗଲେ ଆମେ ମନୋଭାବରେ ପରିବର୍ତ୍ତନ ପାଇବୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଆମ ସମସ୍ତଙ୍କୁ ଆମ ଦେଶକୁ ଭଲ ପାଇବା ଶିଖାଯାଇଛି କିନ୍ତୁ ବେଳେବେଳେ ଆମେ ଏହାକୁ ଅନ୍ଧ ଭାବରେ ଅନୁସରଣ କରୁ ଏବଂ ଏହା ଅନ୍ୟ ସଂସ୍କୃତିର ପ୍ରଶଂସା କରିବା ବନ୍ଦ କରିଦିଏ।’‘

‘‘ରାତାରାତି ପରିବର୍ତ୍ତନ ଘଟିବ ନାହିଁ, ଏହା ଗୋଟିଏ ମାସର କଥା ନୁହେଁ ଯେଉଁଠାରେ ଆପଣ ଏହାକୁ ବିରୋଧ କରିବେ ଏବଂ ଏହାକୁ ଭୁଲିଯାଆନ୍ତି। ଏହା ଏକ ଧୀର, ମନ୍ଥର ପର୍ଯ୍ୟାୟ ଯାହା ବିଶ୍ବର ସଭିଙ୍କୁ ସମ୍ପୃକ୍ତ କରେ ।’’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.