ETV Bharat / sports

'ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ ବାତିଲ ହେଉ' - World Cup match

ରବିବାର ସିସିଆଇ (କ୍ରିକେଟ୍‌ କ୍ଳବ୍‌ ଅଫ୍‌ ଇଣ୍ଡିଆ)ର ସଚ୍ଚିବ ସୁରେଶ ବାଫନା ବିସିସିଆଇକୁ ଅନୁରୋଧ କରି କହିଛନ୍ତି ଆଗମୀ ବିଶ୍ବକପରେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବା ଅନୁଚିତ ।

ଫୋଟ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Feb 17, 2019, 11:36 PM IST

ମୁମ୍ବାଇ: ଦେଶରେ ଜଳୁଛି ପ୍ରତିଶୋଧର ନିଆଁ । ଗୁରୁବାର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ 46 ଜଣ ଯବାନ ଶହୀଦ ହେବା ପରେ ଦେଶରେ ପାକିସ୍ତାନ ବିରୋଧୀ ନାରା ଜୋର ଧରିଛି । ତେବେ ଏହି କ୍ରମରେ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବାତିଲ କରିବାକୁ ଦାବି କରାଯାଇଛି । ଏଥିସହିତ ପାକିସ୍ତାନକୁ କଡା ନିନ୍ଦା ଓ ସମସ୍ତ କ୍ଷେତ୍ରରେ ବାସନ୍ଦ ପାଇଁ ଦାବି ଦେଉଛି । ଦେଶରେ ପାକିସ୍ତାନ ବିରୋଧୀ ନାରା ଜୋର ଧରିଛି ।

ରବିବାର ସିସିଆଇ (କ୍ରିକେଟ୍‌ କ୍ଳବ୍‌ ଅଫ୍‌ ଇଣ୍ଡିଆ)ର ସଚ୍ଚିବ ସୁରେଶ ବାଫନା ବିସିସିଆଇକୁ ଅନୁରୋଧ କରି କହିଛନ୍ତି ଆଗମୀ ବିଶ୍ବକପରେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବା ଅନୁଚିତ । ସୂଚନାଥାଉ କି, ଆସନ୍ତା ମେ 30ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଯେଉଁ ଥିରେ ଜୁନ 16ତାରିଖରେ ପାକିସ୍ତାନ ବିପକ୍ଷରେ ଓଲ୍ଡ ଟ୍ରାଫର୍ଡଠାରେ ଭାରତ ମ୍ୟାଚ ଖେଳିବ ।

ତେବେ ସୁରେଶ ଏଏନ୍‌ଆଇକୁ ସାକ୍ଷାତକାର ଦେଇ କହିଛନ୍ତି, ଏହି ଆକ୍ରମଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଯେହେତୁ କିଛି ଖୋଲାଖୋଲି ଭାବରେ ନିଜର ମତ ରଖୁନାହାଁନ୍ତି । ତେଣୁ ଏହା ସ୍ପଷ୍ଟ କରୁଛି ଯେ,ପାକିସ୍ତାନର କିଛି ନା କିଛି ସମସ୍ୟା ରହିଛି ।

ସୁରେଶ ପୁଣି କହିଛନ୍ତି, " ଆମ ସେନା ଏବଂ ସିଆରପିଏଫ୍‌ ଉପରେ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଯଦିଓ ସିସିଆଇ ଏକ କ୍ରୀଡ଼ା ସଂଗଠନ, ତଥାପି ସ୍ପୋର୍ଟ ପୂର୍ବରୁ ଦେଶ ଆସୁଛି ।"

undefined

ସ୍ଲଗ  : ଅନ୍ ଲାଇନ୍ ଜରିଆରେ  ଠକେଇ କରିବା ଅଭିଯୋଗରେ ଛଅ ଗିରଫ.. 
ରିପୋର୍ଟର: ସମୀର  ଆଚାର୍ଯ୍ୟ,
ଫମାର୍ଟ  :  ଏଭିଓ,
ସ୍ଥାନ-ବ୍ରହ୍ମପୁର,
ତାରିଖ-୦୮.୦୨.୨୦୧୮(ଭିଜୁଆଲ ଏଫ୍.ଟି.ପି ରେ ଯାଇଛି,file name-Arrest)
ଆଙ୍କର- ଫାଇନାନ୍ସ କମ୍ପାନୀ ନାମରେ ମିଥ୍ୟା ତଥ୍ୟ ଦେଇ  ଅନ୍ ଲାଇନ୍ ଜରିଆରେ ଲୋକଙ୍କୁ  ଅର୍ଥ ଋଣ ଦେବାକୁ  ପ୍ରତିଶୃତି ଦେଇ ଠକି ନେଉଥିବା ଅଭିଯୋଗରେ   ବ୍ରହ୍ମପୁର ସାଇବର୍ ଥାନା ପୋଲିସ  ପାଞ୍ଚ ମହିଳା ଙ୍କ ସମେତ ଛଅ ଜଣଙ୍କୁ ଗିରଫ କରି  କୋର୍ଟ ଚାଲାଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତା ଜଣଙ୍କ ରାଜଧାନୀ ଭୂବନେଶ୍ୱର ସୁନ୍ଦରପଦା ଅଞ୍ଚଳର  ଦମୟନ୍ତୀ ମାର୍ଥା ବୋଲି ଜଣାଯାଇଥିବା ବେଳେ  କେନ୍ଦ୍ରପଡା ଅଞ୍ଚଳର ମଧୁସ୍ମିତା ଦାସ, ଦେବସ୍ମିତା ଦାସ, ବିଷ୍ଣୁପ୍ରିୟା ଶତପଥୀ, ପୁରୀ ଅଞ୍ଚଳର ସରୋଜିନୀ ସ୍ୱାଇଁ ଏବଂ ସମ୍ବଲପୁର ଅଞ୍ଚଳର ଆଶିଷ୍ ପୋଢ ମିଳିତ ଭାବରେ ଏହି ଠକେଇ କରି ଆସୁଥିଲେ।ଗିରଫ ମାନେ ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଥାନା ଅଞ୍ଚଳର ଦୀପକ ପଣ୍ଡା ନାମକ ଜଣେ ଯୁବକ ଙ୍କ ଠାରୁ ରଣ ଦେବା ନାମରେ ଠକେଇ କରିବା ଅଭିଯୋଗରେ ସିକ୍ୟୁରିଟି ଡିପୋଜିଟ୍ ର ଆଳ ଦେଖାଇ ଜମାରାଶି ନେଇ ଟଙ୍କା  ନ ଫେରାଇବା ନେଇ ମାମଲା ରୁଜ ହୋଇଥିଲା ।  ଭୂବନେଶ୍ୱରରେ ସମ୍ପୃକ୍ତ ଫେକ୍ କମ୍ପାନୀ ଉପରେ ପୋଲିସ ଚଢାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ
ଜାମିନ ନାମଞ୍ଜୁର ହେବାରୁ   ଗିରଫ ମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନାଯାୟୀ ୫ଲକ୍ଷ ଟଙ୍କା ଋଣ ଦିଆଯିବାର ପ୍ରଲୋଭନ ଦେଖାଇ  ତିନୋଟି ପର୍ଯ୍ୟାୟରେ ଗତ ୨୦୧୮ ମସିହା ଜୁନ୍ ମାସରେ ସମୁଦାୟ ୭୦ ହଜାର ଟଙ୍କା   ଠକେଇ କରି ନେଇଯାଇଥିଲେ ।ଏହା ଜଣାପଡିବା ପରେ   ସାଇବର୍ ଥାନାରେ ମାମଲା ରୁଜୁ ହୋଇଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.