ବେଙ୍ଗାଲୁରୁ: କର୍ଣ୍ଣାଟକ ପ୍ରିମିୟର ଲିଗ(କେପିଏଲ) ମ୍ୟାଚ ଫିକ୍ସିଂ ମାମଲାରେ କେନ୍ଦ୍ରୀୟ ଅପରାଧ ଶାଖା(ସିସିବି) ପକ୍ଷରୁ କାର୍ଯ୍ୟାନୁଷ୍ଠାନ । କର୍ଣ୍ଣାଟକ ଷ୍ଟେଟ କ୍ରିକେଟ ଆସୋସିଏସନ(କେଏସସିଏ) ସେକ୍ରେଟାରୀ ସନ୍ତୋଷ ମେନନଙ୍କ ବାସଭବନରେ ଚଢାଉ । ସିସିବି ପକ୍ଷରୁ ସନ୍ତୋଷଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ହୋଇଛି ରେଡ ।
କର୍ଣ୍ଣାଟକ ପ୍ରିମିୟର ଲିଗରେ ସଂପୃକ୍ତି ଥିବା ନେଇ ସନ୍ତୋଷଙ୍କ ନାମରେ ଆସିଥିଲା ଅଭିଯୋଗ । ସେଥିପାଇଁ ତାଙ୍କ ନାମରେ କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ । ସିସିବିର ଅଧିକାରୀ ବର୍ତ୍ତମାନ କର୍ଣ୍ଣାଟକ ଷ୍ଟେଟ କ୍ରିକେଟ ଆସୋସିଏସନର ତଥ୍ୟ ମଧ୍ୟ ଯାଞ୍ଚ କରୁଛନ୍ତି ।
ପୂର୍ବରୁ ଏହି ମ୍ୟାଚ ଫିକ୍ସିଂ ମାମଲାରେ ବେଲାଗାଭୀ ଟିମର କୋଚ ସୁଧିନ୍ଦ୍ର ସିନ୍ଧେଙ୍କ ବାସଭବନରେ ଚଢାଉ ହୋଇଛି । ଏହାସହ ଟିମର ମାଲିକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସେହିପରି ଏହି ଘଟଣାରେ ପୂର୍ବରୁ ଅନେକ ଖେଳାଳିଙ୍କୁ ପୋଲିସ ଗିରଫ କରିସାରିଛି ।