କୋଲକାତା: ଭାରତ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇଛି ଭାରତ । ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଭାରତୀୟ ପେସ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । ଏଥିସହିତ କ୍ୟାପଟେନ କୋହଲିଙ୍କର 70ତମ ଆନ୍ତଜାର୍ତିକ ଶତକକୁ ମଧ୍ୟ ଉପଭୋଗ କରିଥିଲେ ଦର୍ଶକ ।
ତେବେ ଗୋଟିଏ ଇଂନିସ ବାକିଥାଇ 46 ରନରେ ବିଜୟୀ ହୋଇଥିଲା ଭାରତୀୟ ଦଳ । ଏହାପରେ ଶେଷ 2ଦିନ ଅର୍ଥାତ 4ର୍ଥ ଓ 5ମ ଦିନ ମ୍ୟାଚ ଦେଖିବାକୁ ଟିକେଟ କାଟିଥିବା ଦର୍ଶକଙ୍କୁ ଅର୍ଥ ଫେରସ୍ତ ମିଳିବ । ଏନେଇ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ପକ୍ଷରୁ ଘୋଷଣା ହୋଇଛି । ମ୍ୟାଚ ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରଥମ 4 ଦିନର ସମସ୍ତ ଟିକେଟ ବିକ୍ରି ଶେଷ ହୋଇଥିବା କହିଥିଲେ ।
ତେବେ ଏହା ଏକ ବିରଳ ଘଟଣା ବୋଲି ମଧ୍ୟ କୁହାଯାଉଛି । ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ମ୍ୟାଚ ଶେଷ ହେଲେ କୌଣସି କ୍ରିକେଟ ଆସୋସିଏସନ ଟିକେଟ ଅର୍ଥ ଫେରସ୍ତ କରିବା ଏହା ପ୍ରଥମ ଘଟଣା ।