ETV Bharat / sports

ମା'ଙ୍କ ମୁହଁରୁ ବୁମରାଙ୍କ ‘ସଂଘର୍ଷରୁ ସଫଳତା’ର କାହାଣୀ

author img

By

Published : Oct 10, 2019, 8:08 AM IST

ଲଣ୍ଡନରେ ଆୟୋଜିତ ସ୍ପୋର୍ଟସ ବିଜନେସ ସମ୍ମିଳନୀରେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନିତା ଅମ୍ବାନୀ ଏକ ଭିଡିଓ ମାଧ୍ୟମରେ ଦେଖାଇଥିଲେ ବୁମରାଙ୍କ ସଫଳତାର କାହାଣୀ ।

ମା'ଙ୍କ ମୁହଁରୁ ବୁମରାଙ୍କ ସଂଘର୍ଷରୁ ସଫଳତାର କାହାଣୀ

ମୁମ୍ବାଇ: ଆଇସିସି ମାନ୍ୟତାର ନମ୍ବର ୱାନ ବୋଲର ଜସପ୍ରୀତ ବୁମରା ଓ ତାଙ୍କ ମା’ ଦଲଜିତ ସୋସିଆଲ ମିଡିଆରେ ବଖାଣିଛନ୍ତି ପ୍ରାରମ୍ଭିକ ଦିନର ସଂଘର୍ଷ କାହାଣୀ । ଯାହାକୁ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

‘ଦକ୍ଷତା ଓ ପାରଦର୍ଶିତା ଯେକୌଣସିଟି ଆପଣଙ୍କୁ ସଫଳତାର ଶୀର୍ଷରେ ପହଁଞ୍ଚିପାରେ । ମୁଁ ଜଣେ ଏପରି ଯୁବ ଖେଳାଳିଙ୍କ କଥା କହିବି ଯାହାକୁ ମୁମ୍ବାଇ ଇଣ୍ଡିଆନ୍ସ କରିଥିଲା ଆବିଷ୍କାର ।’ ଲଣ୍ଡନରେ ଆୟୋଜିତ ସ୍ପୋର୍ଟସ ବିଜନେସ ସମ୍ମିଳନୀରେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନିତା ଅମ୍ବାନୀ ଏପରି କିଛି କହିଥିଲେ ଓ ଭିଡିଓରେ ଦେଖାଇଥିଲେ ବୁମରାଙ୍କ ସଫଳତାର କାହାଣୀ । ବୁମରାଙ୍କ ମା ଦଲଜିତ କହିଥିଲେ ଯେ, ଯେତେବେଳେ ଜସପ୍ରୀତ ମାତ୍ର 5 ବର୍ଷର ହୋଇଥିଲେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା ।

‘ସେତେବେଳେ ଆମେ କୌଣସି ଜିନିଷ କିଣିବା ପାଇଁ ସମର୍ଥ ନଥିଲୁ । ମୋ ପାଖରେ ଗୋଟିଏ ହଳ ଜୋତା, ଆଉ ଗୋଟିଏ ଯୋଡା ଟି-ସାର୍ଟ ଥିଲା । ଯାହାକୁ ପ୍ରତିଦିନ ସଫା କରି ମୁଁ ବାରମ୍ବାର ବ୍ୟବହାର କରୁଥିଲି’ ବୋଲି କହିଛନ୍ତି ବୁମରା । ବୁମରା ଆଗକୁ କହିଛନ୍ତି, ‘ଜଣେ ଶିଶୁ ଭାବେ ଆପଣ କାହାଣୀ ଶୁଣନ୍ତି ଯେ ବେଳେ ବେଳେ ଏମିତି ହୁଏ କିଛି ଲୋକ ଆସନ୍ତି ଆପଣଙ୍କୁ ଦେଖନ୍ତି ଓ ଆପଣଙ୍କୁ ଏହିପରି ବାଛି ନିଅନ୍ତି । କିନ୍ତୁ ମୋ କ୍ଷେତ୍ରରେ ଏହି କାହାଣୀ ସତ୍ୟ ହୋଇଛି ।’

ପ୍ରଥମଥର ବୁମରାଙ୍କୁ ଆଇପିଏଲରେ ଖେଳିବା ଦେଖି ଲୁହ ଅଟକାଇ ପାରିନଥିଲେ ବୋଲି କହିଥିଲେ ଦଲଜିତ । ଜସପ୍ରୀତ ମତେ ଆର୍ଥିକ ଓ ଶାରିରୀକ ଭାବେ ସଂଘର୍ଷ କରିଥିବା ଦେଖିଛି ।ଜଣେ ଛୋଟପିଲା ଭାବେ ଯେଉଁ ସଂଘର୍ଷ ମୁଁ ଦେଖିଛି ତାହା ମତେ ଅନେକ ଶକ୍ତି ଦେଇଛି ବୋଲି କହିଛନ୍ତି ବୁମରା ।

Intro:ସ୍ଲଗ- ଜଗତଜନାନୀ ମାଆ ଦୂର୍ଗା ଙ୍କ ଭାଷାଣି ଯାତ୍ରା ।
ଫର୍ମାଟ - ଏଭିଓ ୯/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------------
ଆଙ୍କର :- ନବରରଙ୍ଗପୁର ସହରରେ ଆଜି ଜଗତଜନାନୀ ମାଆ ଦୂର୍ଗା ଙ୍କ ଭାଷାଣି ଯାତ୍ରା ଅନୁଷ୍ଠିତ ହେଇଯାଇଛି ।ଧୁମଧାମରେ ଭାଷଣୀ ଯାତ୍ରା ଚାଲିଥିଲା ବେଳେ ସହର ବାଜା, ବାଣ ,ନାଚ ରେ ସହର ଦୋଲୁକିଛି ।ସେଭଳି ୬ଟି ମେଡ ଭାଷଣୀ ଯାତ୍ରା ଦେଖିବା ପାଇଁ ଶହ ଶହ ଲୋକଙ୍କର ଭିଡ ଦେଖିବାକୁ ମିଳିଛି ।ସହର ମଧ୍ୟ ଏକତ୍ରିତ ହେଇ ଗୋଟିଏ ଗୋଟିଏ କରି ମେଡ ଯାଉଥିବାରୁ ଲୋକ ମାନେ ବେଶ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି ।ସମସ୍ତ ମାଆ ଦୁର୍ଗା ମୂର୍ତ୍ତି ନବରରଙ୍ଗପୁରର ଇନ୍ଦ୍ରବତୀ ନଦୀ ବିସର୍ଜନ କରିବା ବେବସ୍ତା କରାଯାଇଛି। ନବରରଙ୍ଗପୁର ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଜଗତଜନାନୀ ମାଆ ଦୂର୍ଗା ଙ୍କ ଭାଷାଣି ଯାତ୍ରା ଚାଲିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.