ETV Bharat / sports

ଆହତ, ଆଘାତପ୍ରାପ୍ତ ମାତ୍ର ଅପରାଜିତ: ଅଜିଙ୍କ୍ୟ

ସିଡନୀରେ ଟିମ ଇଣ୍ଡିଆର ସୁପର ଶୋ । ଏକାଧିକ ଖେଳାଳି ଆହତ ସତ୍ତ୍ବେ ଟେଷ୍ଟ କ୍ରିକେଟ ଇତିହାସରେ ଅନ୍ୟତମ ସ୍ମରଣୀୟ ମ୍ୟାଚ ଖେଳିଛି ଭାରତ । ଅଧିକ ପଢନ୍ତୁ...

author img

By

Published : Jan 11, 2021, 6:21 PM IST

Bruised, broken, but never short of character: Rahane hails India's SCG show
ଆହତ, ଆଘାତପ୍ରାପ୍ତ ମାତ୍ର ଅପରାଜିତ: ଅଜିଙ୍କ୍ୟ

ସିଡନୀ: ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଲଢୁଆ ପ୍ରଦର୍ଶନ ଦେଖାଇଛି ଭାରତୀୟ ଟିମ । ମ୍ୟାଚ ଡ୍ର ହେବାପରେ କ୍ୟାପଟେନ ରାହାଣେ କହିଛନ୍ତି ଭାରତୀୟ ଟିମ ଆଘାତପ୍ରାପ୍ତ, ଖଣ୍ଡ ବିଖଣ୍ଡିତ ମାତ୍ର ଅପରାଜିତ । ଏଥିସହ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଓ ଉପଯୋଗୀ ପାଇଁ ଅଜସ୍ର ପ୍ରଶଂସା କରିଛନ୍ତି ।

Bruised, broken, but never short of character: Rahane hails India's SCG show
ହନୁମା ବିହାରୀ-ଅଜିଙ୍କ୍ୟ ରାହାଣେ

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ମ୍ୟାଚର ପଞ୍ଚମ ଦିନରେ ବିଜୟ ପାଇଁ 8 ୱିକେଟ ଆବଶ୍ୟକ କରୁଥିଲା ଘରୋଇ ଦଳ । ପାଟ କମିନ୍ସ, ଜସ ହେଡେଲଉଡ, ମିଚେଲ ଷ୍ଟାର୍କ ଓ ନାଥନ ଲାୟନଙ୍କ ଭଳି ବୋଲିଂ ଆଟାକ ଥିବା କଙ୍ଗାରୁ ଦଳର ପଲ୍ଲା ଭାରୀ ଜଣାପଡୁଥିଲା । ଏପରିକି ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ 50ରୁ ଅଧିକ ରହିଥିଲା ।

ମାତ୍ର ବିଶ୍ବର ଶକ୍ତିଶାଳୀ ବୋଲିଂ ଆକ୍ରମଣ ସାମ୍ନାରେ ଆହତ ସମସ୍ୟା ଦେଇ ଗତି କରୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ବ୍ୟାଟିଂ ପାଇଁ ପ୍ରତ୍ୟେକ ବ୍ୟାଟ୍ସମ୍ୟାନ ନିଜର ସ୍ବାଭାବିକ ଖେଳ ଜାରି ରଖିଥିଲେ । କଙ୍ଗାରୁ ବୋଲରଙ୍କ ଉଚିତ ମୁକାବିଲା କରିଥିଲେ ।

ଘଣ୍ଟା ପ୍ରତି 140 କିମି ବେଗରେ ଆସୁଥିବା ବଲ୍ ଶରୀରରେ ଲାଗିଥିଲା । କଷ୍ଟ ହେଉଥିଲା ମାତ୍ର ବିଚଳିତ କରିପାରୁନଥିଲା ମାତ୍ର ମନୋବଳ ଭାଙ୍ଗିପାରୁନଥିଲା । ଅଢେଇ ଘଣ୍ଟାର ଲଢେଇ, 258 ବଲର ସାମ୍ନା କରିଥିଲେ ରବିଚନ୍ଦ୍ରନ ଅଶ୍ବିନ ଓ ହନୁମା ବିହାରୀ । ଶେଷରେ ବିଜୟ ମିଳିନଥିଲା ପରାଜୟ ଟଳିଥିଲା । ଫଳରେ ମ୍ୟାଚ ଡ୍ରପରେ ଶେଷ ହେବା ସହ ସିରିଜ ପୂର୍ବପରି 1-1ରେ ବରାବର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.