ETV Bharat / sports

ବକ୍ସିଂ ଡେ ଟେଷ୍ଟ: ବିଜୟ ସହ ସିରିଜ ବରାବର ଲକ୍ଷ୍ୟରେ ଟିମ ଇଣ୍ଡିଆ

author img

By

Published : Dec 25, 2020, 6:11 PM IST

ବକ୍ସିଂ ଡେ ଟେଷ୍ଟରେ ବିଜୟ ସହ ସିରିଜ ବରାବର ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

BOXING DAY TEST RAHANES MEN EYE SERIES LEVELLING WIN IN BOXING DAY CLASH
ବିଜୟ ସହ ସିରିଜ ବରାବର ଲକ୍ଷ୍ୟରେ ଟିମ ଇଣ୍ଡିଆ

ମେଲବୋର୍ଣ୍ଣ: ଆଡିଲେଡରେ 36 ରନରେ ସୀମିତ ହୋଇ ଶୋଚନୀୟ ପରାଜୟ ପରେ ଶନିବାର ଭାରତୀୟ ଟିମ ମେଲବୋର୍ଣ୍ଣରେ ଦ୍ବିତୀୟ ଟେଷ୍ଟ ଖେଳିବ । ଏହି ବକ୍ସିଂ ଡେ ଟେଷ୍ଟରେ ବିଜୟ ସହ ବରାବର ଲକ୍ଷ୍ୟରେ ରହିଛି । ମାତ୍ର କ୍ୟାପଟେନ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆ ପାଇଁ ସବୁକିଛି ଆହ୍ବାନପୂର୍ଣ୍ଣ ରହିବ ।

ବକ୍ସିଂ ଡେ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଜୋରଦାର ଅଭ୍ୟାସ

ଗତ କିଛି ବର୍ଷରେ ଭାରତୀୟ ଟିମକୁ ଆଡିଲେଡ ଭଳି ସ୍ଥିତିର ସାମ୍ନା କରିବାକୁ ପଡିନଥିଲା । ପ୍ରଥମ ମ୍ୟାଚରେ ଲଜ୍ଜାଜନକ ପରାଜୟ ଓ ସର୍ବଶ୍ରେଷ୍ଠ ଖେଳାଳି କୋହଲି ଅବଶିଷ୍ଟ ମ୍ୟାଚରେ ଟିମରେ ନରହିବା ଆହୁରି ଟିମର ଚିନ୍ତା ବଢାଇଛି ।

କାମଚଳା କ୍ୟାପଟେନ ଅଜିଙ୍କ୍ୟ ରାହାଣେଙ୍କ ଉପରେ ଅଧିନାୟକତ୍ବ ସହ ବ୍ୟାଟିଂ ଭାର ସମ୍ଭାଳିବାର ଅତିରିକ୍ତ ଚାପ ମଧ୍ୟ ରହିବ । ତେବେ ଭବିଷ୍ୟତର ଷ୍ଟାର ଶୁଭମନ ଗିଲ୍ ଙ୍କ ପାଇଁ ଭଳ ସୁଯୋଗ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ଶୁଭମନ । ସେହିପରି ଆହତ ମହମ୍ମଦ ସାମିଙ୍କ ସ୍ଥାନ ପୂରଣ ପାଇଁ ମହମ୍ମଦ ସିରାଜଙ୍କ ମଧ୍ୟ ସୁଯୋଗ ମିଳିଛି । ପ୍ରଥମ ମ୍ୟାଚରେ ଯେପରି ପରାଜୟ ମିଳିଛି, ଏହାର ଆଘାତ ବେଶ କିଛି ବର୍ଷ ଧରି ଟିମକୁ ରହିବ । ତେବେ ଭାରତୀୟ ଖେଳାଳିଙ୍କ ଅସଲ ପରୀକ୍ଷା ବର୍ଡର ଗାଭାସ୍କର ଟ୍ରଫିର ଅବଶିଷ୍ଟ ମ୍ୟାଚରେ ହେବ । କାରଣ ପ୍ରଥମ ମ୍ୟାଚରେ ପରାଜୟ ସହ ସିରିଜରେ ପଛୁଆ ଥିବା ମେନ୍ ଇନ୍ ବ୍ଲୁ ର ମନୋବଳ ଓ ଆତ୍ମବିଶ୍ବାସର ପରୀକ୍ଷା, ପୁଣି କଙ୍ଗାରୁ ବୋଲରଙ୍କ ସାମ୍ନାରେ ହେବ ।

ଖରାପ ଫର୍ମରେ ସଂଘର୍ଷ କରୁଥିବା ପୃଥ୍ବୀ ଶଙ୍କ ସ୍ଥାନରେ ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲଙ୍କ ସହ ଭାରତୀୟ ଇଂନିସର ଶୁଭାରମ୍ଭ କରିବେ । ପ୍ରଥମ ଟେଷ୍ଟରେ ଶସ୍ତାରେ ଆଉଟ ହୋଇଥିବା ମୟଙ୍କ ମଧ୍ୟ ମେଲବୋର୍ଣ୍ଣରେ ଭଲ ପ୍ରଦର୍ଶନ ପାଇଁ ସମସ୍ତ ପ୍ରୟାସ କରିବେ । ଅନ୍ୟପଟେ ଅଭ୍ୟାସ ମ୍ୟାଚରେ 73 ବଲରୁ ଆକ୍ରମଣାତ୍ମକ ଅନ୍ଦାଜରେ ଶତକୀୟ ଇଂନିସ ଖେଳିଥିବା ଋଷଭ ପନ୍ତ ନିଜର ସ୍ବାଭାବିକ ଖେଳ ଜାରି ରଖିବେ । ଟିମ ଇଣ୍ଡିଆର 2018-19 ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦମଦାର ପ୍ରଦର୍ଶନ କରିଥିଲେ ପନ୍ତ । ସେହିପରି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମାଂଶପେଶୀ ଜନିତ ଆହତ ସମସ୍ୟାରୁ ମୁକୁଳିସାରିଛନ୍ତି । ଫଳରେ ଆକ୍ରମଣାତ୍ମକ ରଣନୀତିକୁ ଅଭିଜ୍ଞ ଜାଡେଜା ବଜାୟ ରଖିବାକୁ ଚାହିଁବେ ।

ଏନେଇ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଟିମର କ୍ୟାପଟେନ ଟିମ ପେନ ମଧ୍ୟ ସଙ୍କେତ ଦେଇସାରିଛନ୍ତି । ଭାରତକୁ ନିଜର କ୍ରିକେଟ ଉପରେ ଗର୍ବ ରହିଛି ଓ ବହୁଥ ପ୍ରତିଭାଶାଳୀ ଟିମ । ଏମସିଜି ଟେଷ୍ଟରେ ନିଶ୍ଚିନ୍ତ ସିରିଜକୁ କମବ୍ୟାକ୍ କରିବେ ବୋଲି ପେନ କହିଛନ୍ତି ।

ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ଆଡିଲେଡରେ ଦିବାରାତ୍ର ଟେଷ୍ଟ ଖେଳିଥିବା ସମାନ ଟିମ ବକ୍ସିଂ ଡେ ଟେଷ୍ଟ ଖେଳିବେ ।

ଟିମ:

ଅଷ୍ଟ୍ରେଲିଆ: ଟିମ ପେନ (କ୍ୟାପଟେନ), ଜୋ ବର୍ଣ୍ଣସ, ମାଥ୍ୟୁ ୱେଡ, ମାର୍ନସ ଲାବୁସାନ, ଷ୍ଟିଭ ସ୍ମିଥ, ଟ୍ରେଭିସ ହେଡ, କେମରନ ଗ୍ରୀନ, ପାଟ କମିନ୍ସ, ଜସ ହେଜେଲଉଡ, ମିଚେଲ ଷ୍ଟାର୍କ ଓ ନାଥନ ଲାୟନ ।

ଭାରତ: ଅଜିଙ୍କ୍ୟ ରାହାଣେ (କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଆର. ଅଶ୍ବିନ, ଉମେଶ ଯାଦବ, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ମ୍ୟାଚ ଆରମ୍ଭ ସମୟ: ସକାଳ 5.00ଟା(ଭାରତୀୟ ସମୟ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.