ETV Bharat / sports

ସିରିଜ ଫଳାଫଳ ପାଇଁ ବକ୍ସିଂ ଡେ ଟେଷ୍ଟ ଗୁରୁତ୍ବପୂର୍ଣ୍ଣ: ବର୍ଣ୍ଣସ

author img

By

Published : Dec 21, 2020, 6:32 PM IST

ମେଲବୋର୍ଣ୍ଣ ଟେଷ୍ଟ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଅଷ୍ଟ୍ରେଲିଆ ଓଫନର ଜୋ ବର୍ଣ୍ଣସଙ୍କ ୱାର୍ଣ୍ଣିଂ । ଭାରତ କମବ୍ୟାକ କରିବ , ଅଷ୍ଟ୍ରେଲିଆ ପ୍ରସ୍ତୁତ । ଅଧିକ ପଢନ୍ତୁ...

Boxing Day Test crucial in deciding fate of the series against India: Joe Burns
'ବକ୍ସିଂ ଡେ ଟେଷ୍ଟ ନିର୍ଣ୍ଣୟ କରିବ ବର୍ଡର ଗାଭାସ୍କର ସିରିଜର ଭାଗ୍ୟ'

ଆଡିଲେଡ: ବର୍ଡର ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ମ୍ୟାଚରେ ବିଜୟ ପରେ ଦୃଢ ଆତ୍ମବିଶ୍ବାସର ସହ ମେଲବୋର୍ଣ୍ଣ ପହଞ୍ଚିଛି ଘରୋଇ ଅଷ୍ଟ୍ରେଲିଆ । ଭାରତ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଭାଗ୍ୟ ନିର୍ଣ୍ଣୟ ଏହି ଟେଷ୍ଟରେ ହେବ । ଫଳରେ ମେଲବୋର୍ଣ୍ଣ ଟେଷ୍ଟ ଗୁରୁତ୍ବପୂର୍ଣ୍ଣ । ଏହା କହିଛନ୍ତି ଖୋଦ ଅଷ୍ଟ୍ରେଲିଆ ଓପନର ଜୋ ବର୍ଣ୍ଣସ ।

ସିରିଜ ଫଳାଫଳ ପାଇଁ ବକ୍ସିଂ ଡେ ଟେଷ୍ଟ ଗୁରତ୍ବପୂର୍ଣ୍ଣ

ତେବେ ଭାରତ ପାଇଁ ମେଲବୋର୍ଣ୍ଣରେ ଏକାଧିକ ଆହ୍ବାନ ଅପେକ୍ଷା କରି ରହିଛି । କାରଣ ଆଡିଲେଡ ଟେଷ୍ଟ ବିଜୟ ସହ କଙ୍ଗାରୁ ସେନା ସିରିଜରେ 1-0ରେ ଆଗୁଆ ରହିଛନ୍ତି । ଅନ୍ୟପଟେ କ୍ୟାପଟେନ ବିରାଟ କୋହଲିଙ୍କ ବିନା ଖେଳିବ ଭାରତୀୟ ଟିମ । ସିରିଜର ଅବଶିଷ୍ଟ ମ୍ୟାଚରେ ଅଜିଙ୍କ୍ୟ ରାହାଣେ କ୍ୟାପଟେନ ଦାୟିତ୍ବ ତୁଲାଇବେ ।

Boxing Day Test crucial in deciding fate of the series against India: Joe Burns
ବିରାଟ କୋହଲି-ମହମ୍ମଦ ସାମି

କୋହଲି ପ୍ରଥମ ସନ୍ତାନର ପିତା ହେବାକୁ ଯାଉଥିବାରୁ ଖୁବଶୀଘ୍ର ଭାରତ ଫେରିବେ । ଏକାଧିକ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ, ପ୍ରମୁଖ ବୋଲର ମହମ୍ମଦ ସାମି ସିରିଜ ଅଧାରୁ ଆହତ କାରଣରୁ ବାଦ ପଡିବା ପରେ, ମେଲବୋର୍ଣ୍ଣ ଟେଷ୍ଟ ପାଇଁ ଭାରତୀୟ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

"ବିଜୟ ଧାରାକୁ ଶେଷ ମ୍ୟାଚ ପର୍ଯ୍ୟନ୍ତ ବଜାୟ ରଖିବାକୁ ଯୋଜନା ରହିଛି । କିଛି ଦୁର୍ବଳତାକୁ ସୁଧାରିବାକୁ ପ୍ରୟାସ ଓ ସକରାତ୍ମକ ରଣନୀତି ସହ ପ୍ରସ୍ତୁତ ।" ସୋମବାର ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୋ ବର୍ଣ୍ଣସ ।

ଆଗାମୀ ମ୍ୟାଚରେ ଭାରତୀୟ ଟିମ ଲୟକୁ ଫେରିବାକୁ ଚାହିଁବ । ଫଳରେ ଆଗାମୀ ମ୍ୟାଚ ସିରିଜର ନିର୍ଣ୍ଣାୟକ ଫଳାଫଳ ନେଇ ଗୁରୁତ୍ବପୂର୍ଣ୍ଣ ହେବ । କୋହଲି ଓ ସାମିଙ୍କ ଅନୁପସ୍ଥିତି ବଡ ଝଟକା ମାତ୍ର ଭ୍ରମଣକାରୀ ଟିମ ଦୃଢ ଭାବେ କମବ୍ୟାକ କରିବା ଲକ୍ଷ୍ୟରେ ରହିବ ବୋଲି ବର୍ଣ୍ଣସ ଆଶାବାଦୀ ଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.