ଲଣ୍ଡନ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ କ୍ରିକେଟ ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି । ବୋଲିଂ ବେଳେ ବୋଲର ବଲ ଚମକାଇବାକୁ ଛେପ କିମ୍ବା ଝାଳର ବ୍ୟବହାର କରିଥାନ୍ତି । ମାତ୍ର ସଂକ୍ରମଣ ଭୟ ଥିବାରୁ ଏହାକୁ ଆଇସିସି ପକ୍ଷରୁ ବାରଣ କରାଯାଇଛି ।
ଏହି ନୂଆ ନିୟମକୁ ନେଇ କ୍ରିକେଟରଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଇଂଲଣ୍ଡ ବୋଲର କ୍ରିସ ୱର୍କ୍ସ ଏହି ନିୟମକୁ ନେଇ ସକରାତ୍ମକ ମତ ରଖିଛନ୍ତି । ୱର୍କ୍ସ କହିଛନ୍ତି ବିନା ଛେପ ବ୍ୟବହାରରେ ବଲ ଚମକାଇପାରିବେ ବୋଲର ।
କୋରୋନା କଟକଣା ମଧ୍ୟରେ କ୍ରିକେଟ ନିୟମକୁ ପାଳନ କରିବାକୁ ହେବ । ବଲ ଚମକାଇବା ପାଇଁ ନିଜ ଟ୍ରାଉଜରରେ ବ୍ୟବହାର କରିପାରିବେ ବୋଲର । ତେବେ ଏଥିପାଇଁ ସାମାନ୍ୟ ଅଧିକ ପରିଶ୍ରମ କରିବାକୁ ପଡିପାରେ ବୋଲି ସେ ସ୍ବୀକାର କରିଛନ୍ତି । ଇଂଲଣ୍ଡ ପିଚରେ ବଲକୁ ଚମକାଇବା ବିନା ମଧ୍ୟ ସୁଇଂ ହୋଇଥାଏ । ସେଥିପାଇଁ ଇଂଲଣ୍ଡରେ ମ୍ୟାଚ ବେଳେ ଏହାର ବିଶେଷ ପ୍ରଭାବ ପଡିବନାହିଁ ।