ETV Bharat / sports

ବୋଲର ବବ ଓ୍ବିଲିସ୍‌ଙ୍କ ନିଧନରେ ଶୋକପ୍ରକାଶ କଲା ଆଇସିସି

ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ବବ ଓ୍ବିଲିସ୍‌ଙ୍କ ନିଧନରେ ଶୋକପ୍ରକାଶ କରିଛି ଆଇସିସି । 70ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ବବ ଅନେକ ଦିନ ଧରି ଅସୁସ୍ଥ ଥିଲେ ।

author img

By

Published : Dec 6, 2019, 12:29 AM IST

bob willis
bob willis

ଦୁବାଇ: ଗୁରବାର ଇଂଲଣ୍ଡର ପୂର୍ବତନ ଅଧିନାୟକ ବବ ଓ୍ବିଲିସ୍‌ଙ୍କ ନିଧନରେ ଶୋକପ୍ରକାଶ କରିଛି ଆଇସିସି । ଏଥିସହ କ୍ରିକେଟ ପ୍ରତି ଥିବା ତାଙ୍କ ଅବଦାନକୁ ସର୍ବଦା ମନେ ରହିବ ଆଇସିସି ।

ସୂଚନାଥାଉକି, ବବ ଅନେକ ଦିନ ହେଲା ଅସୁସ୍ଥ ଥିଲେ । 70ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମନୁ ସାହାନୀ ଶୋକପ୍ରକାଶ କରି କହିଛନ୍ତି ଯେ, ବବଙ୍କ ନିଧନ କ୍ରିକେଟ ଜଗତ ପାଇଁ ଅତ୍ୟନ୍ତ ଦୁଃଖ ଖବର । ଆଇସିସି ପକ୍ଷରୁ ମୁଁ ତାଙ୍କ ପରିବାର ପ୍ରତି ଗଭୀର ସମ୍ବେଦନା ପ୍ରକାଶ କରୁଛି ।

ବବ ତାଙ୍କ ସମୟରେ ସବୁଠାରୁ ବଡ କ୍ରିକେଟର ହୋରେମାନଙ୍କ ମଧ୍ୟରେ ଜଣେ ଥିଲେ । ଦ୍ରୁତଗାମୀ ବୋଲର ଭାବେ ତାଙ୍କୁ ସାରା ବିଶ୍ବରେ ସମ୍ମାନ ମିଳିଛି । ସେ ଆକ୍ରମଣାତ୍ମକ ବୋଲିଂ କରିବା ଶୈଳୀ ଇଂଲଣ୍ଡ କ୍ରିକେଟରେ ଆଣିଥିଲେ । 1970ରୁ 1980 ମଧ୍ୟରେ କ୍ରିକେଟ ଦେଖିଥିବା ଲୋକଙ୍କ ମୁଣ୍ଡରେ ତାଙ୍କର ବୋଲିଂ ଶୈଳୀର ଛାପ ରହିଥିବ । କ୍ରିକେଟରୁ ସନ୍ୟାସ ନେବା ପରେ ପ୍ରସାରଣକର୍ତ୍ତା ରୂପରେ ବି ତାଙ୍କୁ ପ୍ରଶଂସା ମିଳିଛି । ତାଙ୍କର ଯୋଗଦାନକୁ କେବେ ଭୁଲି ହେବନାହିଁ ।

ଓ୍ବିଲିସ୍‌ ଟେଷ୍ଟ କ୍ୟାରିଅରରେ 90ଟି ମ୍ୟାଚ ଖେଳି 325 ଓ୍ବିକେଟ ହାସଲ କରିଛନ୍ତି । ସେ 18ଟି ଟେଷ୍ଟ ଓ 29ଟି ଦିନିକିଆ ମ୍ୟାଚରେ ଇଂଲଣ୍ଡର ନେତୃତ୍ବ ଦାୟୀତ୍ବ ତୁଲାଇଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.