ETV Bharat / sports

ହସ୍ପିଟାଲରୁ ଘରକୁ ଫେରିଲେ ବିଶନ ସିଂ ବେଦୀ - କୁ ଫେରିଛନ୍ତି ଭାରତୀୟ କିମ୍ବଦନ୍ତୀ ସ୍ପିନର ତଥା ପୂର୍ବତନ ଭାରତୀୟ

ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରୁ ଘରକୁ ଫେରିଛନ୍ତି ଭାରତୀୟ କିମ୍ବଦନ୍ତୀ ସ୍ପିନର ତଥା ପୂର୍ବତନ ଭାରତୀୟ କ୍ୟାପଟେନ ବିଶନ ସିଂ ବେଦୀ । ଅଧିକ ପଢନ୍ତୁ...

Bishan Bedi back home from hospital
ହସ୍ପିଟାଲରୁ ଘରକୁ ଫେରିଲେ ବିଶନ ସିଂ ବେଦୀ
author img

By

Published : Mar 13, 2021, 6:00 PM IST

ନୂଆଦିଲ୍ଲୀ: ଘରକୁ ଫେରିଲେ ଭାରତୀୟ କିମ୍ବଦନ୍ତୀ ସ୍ପିନର ବିଶନ ସିଂ ବେଦୀ । ସଫଳ ଅପରେସନ ପରେ ବେଦୀ ସୁସ୍ଥ ହେଉଥିବା ଜଣାପଡିଛି ।

74 ବର୍ଷୀୟ ପୂର୍ବତନ ଭାରତୀୟ କ୍ୟାପଟେନ ବେଦୀ, ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରୁ ଶୁକ୍ରବାର ସନ୍ଧ୍ୟାରେ ଘରକୁ ଫେରିଛନ୍ତି । ଫଳରେ ତାଙ୍କର ପରିବାର ପାଇଁ ଏହା ବଡ ଆଶ୍ବସ୍ଥିକର ଖବର ହୋଇଛି ।

'ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି,'' ଏହା କହିଛନ୍ତି ସାର୍‌ ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ ଡକ୍ଟର ଡି.ଏସ ରାଣା ।

"ଗତ ସନ୍ଧ୍ୟାରେ ବେଦୀ ଘରକୁ ଫେରିଛନ୍ତି, ସେ କଥା ହେଉଛନ୍ତି, ମାତ୍ର ଅଳ୍ପ, ଏବେବି ସଂପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ସୁସ୍ଥ ହେବାକୁ ପ୍ରାୟ ଗୋଟିଏ ସପ୍ତାହ ଲାଗିପାରେ ତେବେ ଡାକ୍ତରୀ ଟିମ ଗୋଟିଏ ମାସ ସୁସ୍ଥ ହେବାକୁ ଲାଗିବ ବୋଲି କହିଛନ୍ତି ।" ବେଦୀଙ୍କ ନିକଟତମ ସୂତ୍ରରୁ ଏହି ସୂଚନା ମିଳିଛି ।

ବେଦୀ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପ୍ରଥମେ ପଡିଯାଇଥିଲେ ଓ ଗୋଡ, ମୁଣ୍ଡରେ ଆଘାତ ଲାଗିଥିଲା । ଏହା ତାଙ୍କର ଅସୁସ୍ଥତାର କାରଣ ଓ ତାଙ୍କର କିଛି ଅପେରସନ ମଧ୍ୟ କରାଯାଇଛି । ବାଏପାସ ସର୍ଜରୀ ମଧ୍ୟ ସଫଳତାର ସହ କରାଯାଇଛି । ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିବା ପରେ ଅପରେସନ ମଧ୍ୟ ହୋଇଛି ।

ବେଦୀ, ଭାରତ ପାଇଁ 67ଟି ଟେଷ୍ଟ ଖେଳି 266 ୱିକେଟ ହାସଲ କରିଛନ୍ତି । ଏଥିସହ 10ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ମଧ୍ୟ ଖେଳିଛନ୍ତି । 1666ରୁ 1979 ମଧ୍ୟରେ ପ୍ରାୟ 12 ବର୍ଷ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.