ETV Bharat / sports

37ବର୍ଷରେ ବିଜୟ, IPL ନକଆଉଟରେ ଶତକ ହାସଲକାରୀ ପ୍ରଥମ ଭାରତୀୟ - ମୁରଲୀ ବିଜୟ ଜନ୍ମଦିନ

37ବର୍ଷରେ ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ । ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ଦୁଇଟି ଶତକ ହାସଲ କରିଛନ୍ତି ଚେନ୍ନାଇ କ୍ରିକେଟର । ଅଧିକ ପଢନ୍ତୁ...

BIRTHDAY SPECIAL OF INDIA OPENER MURALI VIJAY
37ବର୍ଷରେ ବିଜୟ, ଆଇପିଏଲରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ
author img

By

Published : Apr 1, 2021, 5:56 PM IST

Updated : Apr 1, 2021, 6:02 PM IST

ହାଇଦ୍ରାବାଦ: ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ଗୁରୁବାର 37ତମ ଜନ୍ମଦିନ ପାଳନ କରୁଛନ୍ତି । ବର୍ଷ 1984 ଆଜିର ଦିନରେ ଚେନ୍ନାଇରେ ଜନ୍ମ ହୋଇଥିଲେ ବିଜୟ । ଜାତୀୟ ଟିମ ପାଇଁ ସମସ୍ତ ତିନୋଟି ଫର୍ମାଟରେ କ୍ରିକେଟ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ବିଜୟ ରହିଛନ୍ତି ।

2008ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ବିଜୟଙ୍କୁ ପ୍ରଥମେ ଦେଖବାକୁ ମିଳିଥିଲା । ନାଗପୁର ଟେଷ୍ଟରେ ଡେବ୍ୟୁ କରିବା ସହ ଉଭୟ ଇଂନିସରେ 33 ଓ 41 ରନ କରିଥିଲେ । ଏହାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ବିଜୟ । କ୍ରମାଗତ ଭାବେ ଟିମର ସଦସ୍ୟ ହୋଇ ରହିଛନ୍ତି । ଏକସମୟରେ ଭାରତୀୟ ଟେଷ୍ଟ ଟିମର କଳ୍ପନା ବିଜୟଙ୍କ ବିନା କଷ୍ଟକର ଥିଲା । ବିଜୟ ମଧ୍ୟ ଟିମ୍‌କୁ ନିରାଶ ନ କରି ଘରୋଇ ପରିବେଶ ସହ ବିଦେଶ ମାଟିରେ ମଧ୍ୟ ଖୁବ ରନ ସ୍କୋର କରିଛନ୍ତି । ବର୍ଷ 2017ରେ ତଙ୍କର ଫର୍ମ କମ ହୋଇଥିବା ଦେଖାଯାଇଥିଲା ଓ ପରେ 2018 ଅଷ୍ଟ୍ରେଲିଆ ଗସ୍ତ ପରେ ତାଙ୍କୁ ଟିମରୁ ବାଦ ପଡିଲେ। ପରେ 2018 ପରଠାରୁ ଟିମକୁ ଫେରିପାରିନାହାନ୍ତି ଏହି ଷ୍ଟାର ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ।

ମୋଟ 61 ଟେଷ୍ଟ ଖେଳିଥିବା ବିଜୟ 38.28 ହାରରେ 3982 ରନ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ 12 ଶତକ ଓ 15 ଅର୍ଦ୍ଧଶତକ ରହିଛି ।

ବିଜୟ ଆଇପିଏଲରେ ମଧ୍ୟ ନିଜର କରିସ୍ମା ଦେଖାଇଛନ୍ତି ।

ମୁରଲୀ ବିଜୟଙ୍କ କିଛି ଖାସ ରେକର୍ଡ:

  • ମୁରଲୀ ବିଜୟ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ବର୍ଡର ଗାଭାସ୍କର ଟ୍ରଫିରେ ଦୁଇଥର 150+ (150ରୁ ଅଧିକ) ରନ କରିଛନ୍ତି ।

- 167 ହାଇଦ୍ରାବାଦ (2013)

- 153 ମୋହାଲି (2013)

  • ବିଜୟ ଆଇପିଏଲର ଗୋଟିଏ ଇଂନିସରେ ସର୍ବାଧିକ ଛକା ଲଗାଇଥିବା ଭାରତୀୟ ଖେଳାଳି ମଧ୍ୟ ରହିଛନ୍ତି । 2010 ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ 127 ରନର ଇଂନିସରେ 11 ଛକା ଲଗାଇଥିଲେ ବିଜୟ ।
  • ଆଇପିଏଲର ନକଆଉଟ ମ୍ୟାଚରେ ଶତକ ହାସଲ କରିଥିବା ବିଜୟ ପ୍ରଥମ ଖେଳାଳି । ଏହି ସଫଳତା ସେ ଦିଲ୍ଲୀ ବିପକ୍ଷରେ କ୍ବାଲିଫାୟର-2ରେ 2012 ଆଇପିଏଲରେ କରିଥିଲେ । ଏହି ଇଂନିସରେ ବିଜୟ 58 ବଲରୁ ବିସ୍ଫୋରକ 113 ରନର ଇଂନିସ ଖେଳିଥିଲେ ।
  • ଚେନ୍ନାଇ ସୁପର କିଙ୍ଗ୍ସର ଏକମାତ୍ର ଯିଏ 150ରୁ ଅଧିକ ରନର ଭାଗିଦାରୀର ଅଂଶ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 1, 2021, 6:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.