ETV Bharat / sports

ସୟଦ ମୁସ୍ତାକ ଅଲୀ ଟ୍ରଫି: ଶେଷ ବଲରେ ବିଷ୍ଣୁ ସୋଲାଙ୍କୀଙ୍କ ଛକା, ମ୍ୟାଚ ଜିତିଲା ବରୋଦା

author img

By

Published : Jan 27, 2021, 10:11 PM IST

Updated : Jan 27, 2021, 10:56 PM IST

ସୟଦ ମୁସ୍ତାକ ଅଲି ଟ୍ରଫି ଟି-20 ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ରୋମାଞ୍ଚକର ମ୍ୟାଚ । ଶେଷ ଓଭର 3ଟି ବଲରେ ବରୋଦାର ବିଷ୍ଣୁ ସୋଲାଙ୍କି ଗୋଟିଏ ଚୌକା ଓ ଦୁଇଟି ଛକା ବଳରେ ମ୍ୟାଚ ହାତେଇଲା ବରୋଦା ଅଧିକ ପଢ଼ନ୍ତୁ...

bikram solanki hits a six in last to defeat haryana in sayad mustak ali troph
ସୟଦ ମୁସ୍ତାକ ଅଲୀ ଟ୍ରଫି: ଶେଷ ବଲରେ ବିଷ୍ଣୁ ସୋଲାଙ୍କ ଛକା, ମ୍ୟାଚ ଜିତିଲା ବରୋଦା

ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲି ଟ୍ରଫି ଟି-20 ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ଆଜି(ବୁଧବାର) ଏକ ରୋମାଞ୍ଚକର ମ୍ୟାଚ ହୋଇଥିଲା। ସେମିଫାଇନାଲର ସ୍ଥାନ ପକ୍କା କରିବାକୁ ହରିୟାଣା ଓ ବରୋଦା ମଧ୍ୟରେ ମ୍ୟାଚ ହୋଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ଶେଷ ଓଭର 3ଟି ବଲରେ ବରୋଦାର ବିଷ୍ଣୁ ସୋଲାଙ୍କି ଗୋଟିଏ ଚୌକା ଓ ଦୁଇଟି ଛକା ମାରି ମ୍ୟାଚ ହାତେଇ ନେଇଛନ୍ତି। ଫଳରେ ବରୋଦା ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ପ୍ରଥମେ ବ୍ୟାଟିଂ କରି ହରିୟାଣା ଦଳ କେବଳ 148 ରନ ହିଁ କରି ପାରିଥିଲା। 149 ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ବରୋଦ ବ୍ୟାଟ୍ସମ୍ୟାନ। ବିଜୟ ପାଇଁ ଶେଷ ଦୁଇ ଓଭରରେ ବରୋଦା ଦଳ 23 ଆବଶ୍ୟକ କରୁଥିଲା। 19ତମ ଓଭର ବୋଲିଂ କରି ହରିୟାଣା ଅଧିନାୟକ ମୋହିତ ଶର୍ମା କେବଳ 5 ରନ ଦେଇଥିଲେ। ଫଳରେ ବରୋଦା ଦଳ ଉପରେ ଚାପ ପଡ଼ିଥିଲା। ଶେଷ ଓଭରରେ ବୋରଦାକୁ ବିଜୟ ପାଇଁ 18 ରନ ଦରକାର ହେଉଥିଲା।

20ତମ ଓଭର ଆରମ୍ଭରେ ଦଳ ପ୍ରଥମ 3ଟି ବଲରେ କେବଳ 3 ରନ ହିଁ କରି ପାରିଥିଲା। ଶେଷ 3ଟି ବଲରେ ଦଳକୁ 15 ରନ ଆବଶ୍ୟକ ହେଉଥିଲା। ଏହି ସମୟରେ ଷ୍ଟ୍ରାଇକରେ ଥିବା ବିଷ୍ଣୁ ସୋଲାଙ୍କି ସୁମିତ କୁମାରଙ୍କ ଚତୁର୍ଥ ବଲରେ ପ୍ରଥମେ ଗୋଟିଏ ଛକା ମାରିଥିଲେ। ଏହାପରେ ପଞ୍ଚମ ବଲରେ ପୁଣି ଏକ ଚୌକା ମାରିଥିଲେ। ଶେଷ ବଲରେ ବରୋଦାକୁ ବିଜୟ ପାଇଁ 5ରନ ଆବଶ୍ୟକ ହେଉଥିଲା। ଶେଷ ବଲରେ ବିଷ୍ଣୁ ସୋଲାଙ୍କୀ ଏକ ଜବରଦସ୍ତ ଛକା ମାରିଥିଲେ। ଦଳ 8 ୱିକେଟରେ ହରିୟାଣାକୁ ହରାଇବା ସହ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଏହି ମ୍ୟାଚରେ ବିଷ୍ଣୁ ସୋଲାଙ୍କୀ 46ଟି ବଲରୁ 71ରନ କରିଥିଲେ। ଏଥିରେ 4ଟି ଚୌକା ସାମିଲ ଥିବା ବେଲେ 5ଟି ଛକା ସାମିଲ ଥିଲା। ସେପଟେ ବରୋଦା ଅଧିନାୟକ ଦେବଧର ମଧ୍ୟ 40ଟି ବଲରେ 43 ରନ କରିଥିଲେ। ସାମିତ ପଟେଲ 21 ଓ ଅଭିମନ୍ୟୁ ସିଂହ ରାଜପୁତ 13 ରନ କରି ନଟଆଉଟ ରହିଥିଲେ।

ହରିଆଣା ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ନିୟମିତ ବ୍ୟବଧାନରେ ଦଳ ୱିକେଟ ହରାଇବା ଆରମ୍ଭ କରିଥିଲା। ହରିଆଣା ପକ୍ଷରୁ ହିମାଂଶୁ ରାଣା 49 ରନ କରିଥିବା ବେଳେ ଶିବମ ଚୌହାନ 35 ରନ କରିଥିଲେ। ବରୋଦା ପକ୍ଷରୁ କାର୍ତ୍ତିକ କାକଡେ ଦୁଇଟି ୱିକେଟ ନେଇଥିଲେ। ଅତୀତ ସେଠ ଓ ବାବାଶଫୀ ପଠାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 27, 2021, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.