ETV Bharat / sports

ବିନା ଦର୍ଶକରେ କ୍ରିକେଟ, ଅଭ୍ୟାସ ମ୍ୟାଚ ଭଳି: ରସ୍ ଟେଲର

author img

By

Published : May 1, 2020, 3:49 PM IST

ବିନା ଦର୍ଶକରେ କ୍ରିକେଟ ମ୍ୟାଚ ଖେଳାଯିବା ନେଇ ନ୍ୟୁଜିଲାଣ୍ଡ ଭେଟେରାନ ରସ ଟେଲରଙ୍କ ବଡ ବୟାନ । ଟେଲର କହିଛନ୍ତି ସିଡନି ଗ୍ରାଉଣ୍ଡରେ ବିନା ଦର୍ଶକରେ ଖେଳାଯାଇଥିବା, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଅଭ୍ୟାସ ମ୍ୟାଚ ଭଳି ପ୍ରତୀତ ହେଉଥିଲା ।

Behind closed doors match against Australia "felt like a warm-up game": Ross Taylor
ବିନା ଦର୍ଶକରେ କ୍ରିକେଟ, ଅଭ୍ୟାସ ମ୍ୟାଚ ଭଳି: ରସ୍ ଟେଲର

ଅକଲାଣ୍ଡ: ବିନା ଦର୍ଶକରେ କ୍ରିକେଟ ମ୍ୟାଚ ଖେଳାଯିବା ନେଇ ନ୍ୟୁଜିଲାଣ୍ଡ ଭେଟେରାନ ରସ ଟେଲରଙ୍କ ବଡ ବୟାନ । ଟେଲର କହିଛନ୍ତି ସିଡନି ଗ୍ରାଉଣ୍ଡରେ ବିନା ଦର୍ଶକରେ ଖେଳାଯାଇଥିବା, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଅଭ୍ୟାସ ମ୍ୟାଚ ଭଳି ପ୍ରତୀତ ହେଉଥିଲା । ଅନ୍ତର୍ଜାତୀୟ ମ୍ୟାଚ ଭଳି ଅନୁଭବ ହେଉନଥିଲା । ତେବେ ଖୁବଶୀଘ୍ର ସବୁକିଛି ସ୍ବାଭାବିକ ହେବାନେଇ ଆଶାବାଦୀ ଅଛନ୍ତି ଟେଲର । ଏହି ମ୍ୟାଚ ମହାମାରୀ କୋରୋନା ଭାଇରସ ଲକଡାଉନ ପୂର୍ବରୁ ଖେଳାଯାଇଥିବା ଶେଷ ମ୍ୟାଚ ରହିଛି । ଏହାପରେ ସମସ୍ତ ପ୍ରକାର କ୍ରିକେଟ ମ୍ୟାଚ ସ୍ଥଗିତ ରହିଛି ।

ଟେଲରଙ୍କ ଏହି ବୟାନକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଅକ୍ଟୋବରରେ ହେବାକୁ ଥିବା ଟି-20 ବିଶ୍ବକପ ବିନା ଦର୍ଶକରେ ଗ୍ରହଣୀୟତା ହରାଇବା ସମ୍ଭାବନା ରହିଛି । ଏକାଧିକ କ୍ରିକେଟର ବିନା ଦର୍ଶକରେ ଟି-20 ବିଶ୍ବକପ ସମ୍ଭବ ନୁହେଁ ବୋଲି ମତ ରଖିଛନ୍ତି । ଫଳରେ କୋରୋନା ଭାଇରସ ସଂକ୍ରମଣର ପ୍ରଭାବ କମ ନ ହେଲେ, ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ଆଶଙ୍କା ବଢିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.