ETV Bharat / sports

ଆଜି ଟି ନଟରାଜନଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲା ବିସିସିଆଇ - ନଟରାଜନଙ୍କୁ ବିସିସିଆଇର ଶୁଭେଚ୍ଛା

30 ବର୍ଷରେ ପାଦ ଦେଲେ ଭାରତୀୟ ବୋଲର ଟି ନଟରାଜନ। ଏହାକୁ ବିସିସିଆଇ ଟ୍ବିଟ କରି ଏହି ଫାଷ୍ଟ ବୋଲରଙ୍କୁ ଶୁଭେଚ୍ଛା ଜଣାଇଛି। ଅଧିକ ପଢ଼ନ୍ତୁ..

ଆଜି ଟି ନଟରାଜନଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲା ବିସିସିଆଇ

author img

By

Published : Apr 4, 2021, 2:08 PM IST

ନୂଆଦିଲ୍ଲୀ: 30 ବର୍ଷରେ ପାଦ ଦେଲେ ଭାରତୀୟ ବୋଲର ଟି ନଟରାଜନ। ଏହାକୁ ବିସିସିଆଇ ଟ୍ବିଟ କରି ଏହି ଫାଷ୍ଟ ବୋଲରଙ୍କୁ ଶୁଭେଚ୍ଛା ଜଣାଇଛି। 2020-21ରେ ଭାରତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟେଷ୍ଟ, ଦିନିକିଆ ଓ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ ଟି ନଟରାଜନ। ଗୋଟିଏ ଗସ୍ତରେ ତିନୋଟି କ୍ରିକେଟ ଫର୍ମାଟରେ ଡେବ୍ୟୁ କରି ରେକର୍ଡ ସୃଷ୍ଟି କରିଥିଲେ ନଟରାଜନ।

ଆଇପିଏଲରେ ସନରାଇଜର ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି ଏହି 30 ବର୍ଷୀୟ ଫାଷ୍ଟ ବୋଲର। ଗତ ଗୁରୁବାର ସେ ଦଳ ସହ ଯୋଗ ଦେଇଛନ୍ତି। ଗତ ଆଇପିଏଲ ସିଜିନରେ ସେ ସବୁଠାରୁ ଅଧିକ ୟର୍କର ବୋଲିଂ କରିବା ରେକର୍ଡ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ 22ଟି ଆଇପିଏଲ ମ୍ୟାଚ ଖେଳି 18ଟି ୱିକେଟ ନେଇଛନ୍ତି।

ଏହାଛଡ଼ାରେ ଅଷ୍ଟ୍ରେଲିଆର ଗାବା ପଡ଼ିଆରେ ଭାରତର ଐତିହାସିକ ବିଜୟରେ ନଟରାଜନ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଥିଲେ। ଏହି ମ୍ୟାଚରେ ସେ 3ଟି ୱିକେଟ ନେଇଥିଲେ। ସେହିଭଳି ସେ ଭାରତ ପକ୍ଷରୁ ଦୁଇଟି ଦିନିକିଆ ମ୍ୟାଚ ଖେଳି ଦୁଇଟି ୱିକେଟ ନେଇଛନ୍ତି। ଏହାଛଡ଼ା ସେ 4ଟି ଅନ୍ତର୍ଜାତୀୟ ଟି-20 ମ୍ୟାଚ ଖେଳି 7ଟି ୱିକେଟ ନେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.