ମୁମ୍ବାଇ: ବିସିସିଆଇ ଉପ-ସଭାପତି ରାଜୀବ ଶୁକ୍ଳାଙ୍କ ନାମରେ ଆସିଛି ଦ୍ବୈତ ସ୍ବାର୍ଥ ଅଭିଯୋଗ । ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ(MPCA) ସଦସ୍ୟ ସଞ୍ଜୀବ ଗୁପ୍ତା ଏହି ଅଭିଯୋଗ ଆଣିଛନ୍ତି ।
ଜଣେ ବ୍ୟକ୍ତି ସମାନ ସମୟରେ ଏକାଧିକ ପଦବୀରେ ଥିଲେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆସିଥାଏ । ଅବସରପ୍ରାପ୍ତ ବିଚାରପତି ତଥା ବିସିସିଆଇ ଲୋକପାଳ ଡିକେ ଜୈନଙ୍କ ଦ୍ବାରା ଏହି ଅଭିଯୋଗ ଶୁକ୍ଳାଙ୍କୁ ପଠାଯାଇଛି ।
ପୂର୍ବରୁ ଭାରତୀୟ କ୍ୟାପଟେନ ବିରାଟ କୋହଲି, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର ଭିଭିଏସ ଲକ୍ଷ୍ମଣଙ୍କ ନାମରେ ଏହି ଅଭିଯୋଗ ଆସିସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ