ETV Bharat / sports

ଶ୍ରୀଲଙ୍କାରେ ଏସିଆ କପ ଆୟୋଜନ ଚର୍ଚ୍ଚାକୁ ବିସିସିଆଇର ଅଗ୍ରାହ୍ୟ

ଏସିଆ କପ ଆୟୋଜନ ନେଇ ଏସିଆନ କ୍ରିକେଟ କାଉନସିଲର ବୈଠକ ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିଲା । ମାତ୍ର ଏହି ବୈଠକରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

BCCI takes serious objection to Asia Cup talks
ଶ୍ରୀଲଙ୍କାରେ ଏସିଆ କପ ଆୟୋଜନ ଚର୍ଚ୍ଚାକୁ ବିସିସିଆଇର ଅଗ୍ରାହ୍ୟ
author img

By

Published : Jun 15, 2020, 4:14 PM IST

ମୁମ୍ବାଇ: ଚଳିତ ବର୍ଷର ଏସିଆ କପ ଶ୍ରୀଲଙ୍କାରେ ହେବା ଖବରକୁ ଭୁଲ ବୋଲି ଦର୍ଶାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଏହି ଖବରରେ ବିସିସିଆଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଆପତ୍ତି ଉଠାଇଛି ।

ଏସିଆ କପ ଆୟୋଜନ ନେଇ ଏସିଆନ କ୍ରିକେଟ କାଉନସିଲ ବୈଠକ ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିଲା । ମାତ୍ର ଏହି ବୈଠକରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପାକିସ୍ତାନ କ୍ରିକେଟ ବୋର୍ଡ ଶ୍ରୀଲଙ୍କା ସହ ଚଳିତ ବର୍ଷ ଏସିଆ କପ ଆୟୋଜକ ମାନ୍ୟତା ବଦଳ କରିବା ଖବର ଚର୍ଚ୍ଚା ହୋଇଥିଲା । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମଧ୍ୟ ପିସିବିର ଏହି ପ୍ରସ୍ତାବକୁ ଗ୍ରିନ ସିଗନାଲ ଦେଇଥିବା ଖବର ସାମ୍ନାକୁ ଆସିଥିଲା । ତେବେ ପୂର୍ବରୁ ପାକିସ୍ତାନରେ ଏସିଆ କପ ଖେଳିବାକୁ ଭାରତୀୟ ଟିମ ଗସ୍ତ କରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏହାପରେ ଏହି ଟୁର୍ଣ୍ଣାମେଣ୍ଟ ଏକ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବାର ସମ୍ଭାବନା ରହିଥିଲା । ମାତ୍ର କୌଣସି ଚୂଡାନ୍ତ ନିଷ୍ପତ୍ତି ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ନିଆଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.