ନୂଆଦିଲ୍ଲୀ: ଏସିଆ ଏକାଦଶରେ ଖେଳିବେ 4 ଭାରତୀୟ ଖେଳାଳି। ଏହି 4 ଖେଳାଳି ହେଲେ, କ୍ୟାପଟେନ ବିରାଟ କୋହଲି, ଓପନର ଶିଖର ଧାୱନ, ଚାଇନା ମ୍ୟାଚ ସ୍ପିନର କୁଲଦୀପ ଯାଦବ ଓ ସ୍ପିଡଷ୍ଟାର ମହମ୍ମଦ ସାମି।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବାଂଲାଦେଶ କ୍ରିକେଟ ବୋର୍ଡ(BCB)କୁ ଏହି ଖେଳାଳିଙ୍କ ନାମ ପଠାଇଥିବା ଜଣାପଡିଛି। ବାଂଲାଦେଶର ଜାତିର ପିତା ସୈଖ ମୁଜିବର ରେହମନଙ୍କ 100ତମ ଜନ୍ମ ବାର୍ଷିକୀ କ୍ରିକେଟମ୍ୟାଚ ଆୟୋଜନ କରି ପାଳିବ ବାଂଲାଦେଶ କ୍ରିକେଟ ବୋର୍ଡ। ସୈଖ ମୁଜିବର ରେହମନଙ୍କ ସମ୍ମାନରେ ବିଶ୍ବ ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ଟି-20 ମ୍ୟାଚ ଖେଳାଯିବ। ଏନେଇ ଭରତୀୟ ଖେଳାଳିଙ୍କୁ ଅନୁମତି ଦେବାକୁ ବିସିସିଆଇକୁ ଅନୁରୋଧ କରିଥିଲା ବାଂଲାଦେଶ କ୍ରିକେଟ ବୋର୍ଡ ।
![BCB for Asia XI T20Is](https://etvbharatimages.akamaized.net/etvbharat/prod-images/6160427_ggg.jpg)
ଏସିଆ ଏକାଦଶ ଟିମରେ ଏସିଆ ମହାଦେଶର କ୍ରିକେଟର ରହିବେ। ଏହି ମ୍ୟାଚ ଢାକାର ଶେର୍ ବାଂଲା ଷ୍ଟାଡିୟମରେ ମାର୍ଚ୍ଚ 18 ଓ ମାର୍ଚ୍ଚ 21ରେ ଖେଳାଯିବ। ତେବେ ଏହି ସମୟରେ ପାକିସ୍ତାନ ସୁପର ଲିଗ ଖେଳାଯାଉଥିବାରୁ ପାକିସ୍ତାନ ଖେଳାଳି ଭାଗନେବେ ନାହିଁ ବୋଲି ପିସିବି ସ୍ପଷ୍ଟ କରାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ