ETV Bharat / sports

ଆଇପିଏଲକୁ ନେଇ ବିସିସିଆଇର ବଡ ଫୈସଲା, ଜାଣନ୍ତୁ କଣ... - ଆଇପିଏଲ ସ୍ଥଗିତ

ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଗୁରୁବାର ଇଣ୍ଡିଆନ୍ ପ୍ରିମିୟର ଲିଗର 13 ତମ ସଂସ୍କରଣକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । ଅଧିକ ପଢନ୍ତୁ...

bcci-officially-suspends-ipl-2020-indefinitely
ଆଇପିଏଲକୁ ନେଇ ବିସିସିଆଇର ବଡ ଫୈସଲା, ଜାଣନ୍ତୁ କଣ...
author img

By

Published : Apr 16, 2020, 7:52 PM IST

ମୁମ୍ବାଇ: ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଗୁରୁବାର ଇଣ୍ଡିଆନ୍ ପ୍ରିମିୟର ଲିଗର 13 ତମ ସଂସ୍କରଣକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । କୋରୋନା ଭାଇରସ୍ ମହାମାରୀ ପାଇଁ ସାରା ଦେଶରେ ଜାରି ରହିଥିବା ଲକଡାଉନକୁ ନଜରରେ ରଖି ଏମିତି ପଦକ୍ଷପ ଉଠାଇଛି ବିସିସିଆଇ ।

ତେବେ ପ୍ରଧାନମନ୍ତ୍ରୀଙ୍କ 2ୟ ପର୍ଯ୍ୟାୟ ଲକଡାଉନକୁ ମେ 3କୁ ବୃଦ୍ଧି ପାଇବା ଘୋଷଣାର ଦୁଇ ଦିନ ପରେ ବିସିସିଆଇ ଅଫିସିଆଲ୍ସ ଭାବେ ଆଇପିଏଲକୁ ଅନିର୍ଦ୍ଧଷ୍ଟ କାଳ ପର୍ଯ୍ୟନ୍ତ ସ୍ଥିଗିତ ରଖିଛି । ବିସିସିଆଇ ଏକ ବିବୃତ୍ତି ଜାରି କରି କହିଛି ଯେ, ସମ୍ପ୍ରତି ସମୟରେ କୌଣସି କ୍ରୀଡା ଇଭେଣ୍ଟ ଆୟୋଜନ କରିବା ସମ୍ଭବ ନୂହେଁ । ବର୍ତ୍ତମାନ ସୁରକ୍ଷା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ବୋର୍ଡ ପରିସ୍ଥିତି ଉପରେ ନଜର ରଖିବ ଏବଂ ସମୀକ୍ଷା କରିବା ଜାରି ରଖିବ ବୋଲି ବିସିସିଆଇର ବିବୃତିରେ ଉଲ୍ଲେଖ ରହିଛି ।

ଉଲ୍ଲେଖଥାଉ କି, ଗତ ମାର୍ଚ୍ଚ 29ରେ ୱାଙ୍ଖଡେ ଷ୍ଟାଡିୟମରେ ଆଇପିଏଲ୍ ଆରମ୍ଭ ହେବାର ଯୋଜନା ଥିଲା । ଯେଉଁଠାରେ ଗତ ସିଜିନର ଦୁଇ ଫାଇନାଲିଷ୍ଟ - ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର ମୁକାବିଲା କରିଥାନ୍ତେ । ତେବେ ମାରାତ୍ମକ ମହାମାରୀ ଯୋଗୁଁ ପ୍ରଥମେ ଏହାକୁ ଏପ୍ରିଲ 15 ଯାଏ ସ୍ଥିଗତ ରଖାଯାଇଥିଲା । ମାତ୍ର 2ୟ ପର୍ଯ୍ୟାୟ ଲକଡାଉନ ଜାରି ରହିବା ଫଳରେ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.