ନୂଆଦିଲ୍ଲୀ: ଅଭ୍ୟାସକୁ ଫେରିବା ପରେ ଚର୍ଚ୍ଚାରେ ଟିମ ଇଣ୍ଡିଆ ବୋଲର ଶାର୍ଦ୍ଦୁଳ ଠାକୁର । ମୁମ୍ବାଇରେ ଶାର୍ଦ୍ଦୁଳ ଅଭ୍ୟାସ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଶନିବାର ଗଣମାଧ୍ୟମରେ ଶିରୋନାମା ପାଲଟିଯାଇଥିଲେ ସ୍ପିଡଷ୍ଟାର ଶାର୍ଦ୍ଦୁଳ ।
-
India pacer Shardul Thakur hits training ground in Boisar (Maharashtra). @imShard
— Harit Joshi (@Haritjoshi) May 23, 2020 " class="align-text-top noRightClick twitterSection" data="
Video courtesy: @ajinkyasnaik @mid_day pic.twitter.com/8qa3lpuqQT
">India pacer Shardul Thakur hits training ground in Boisar (Maharashtra). @imShard
— Harit Joshi (@Haritjoshi) May 23, 2020
Video courtesy: @ajinkyasnaik @mid_day pic.twitter.com/8qa3lpuqQTIndia pacer Shardul Thakur hits training ground in Boisar (Maharashtra). @imShard
— Harit Joshi (@Haritjoshi) May 23, 2020
Video courtesy: @ajinkyasnaik @mid_day pic.twitter.com/8qa3lpuqQT
ତେବେ ଶାର୍ଦ୍ଦୁଳ ଠାକୁରଙ୍କ ଏହି ଆଗଚଲା ନୀତି ତାଙ୍କ ପାଇଁ ମହଙ୍ଗା ପଡିପାରେ । 4ର୍ଥ ପର୍ଯ୍ୟାୟ ଲକଡାଉନରେ ଭାରତ ସରକାର ସ୍ପୋର୍ଟ୍ସ କମ୍ପ୍ଳେସ ଓ ଷ୍ଟାଡିୟମ ଖୋଲିବା ସହ, ଆଥଲେଟଙ୍କ ଅଭ୍ୟାସକୁ ଅନୁମତି ପ୍ରଦାନ କରିଛନ୍ତି । ମାତ୍ର ଅଭ୍ୟାସ ଆରମ୍ଭ ନେଇ ନିର୍ଦ୍ଦିଷ୍ଟ ଗାଇଡଲାଇନ ମାନିବାକୁ ମଧ୍ୟ ସର୍ତ୍ତ ରଖିଛନ୍ତି ।
ସବୁଠୁ ମଜାଦାର କଥା ହେଲା ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି, ଓପନର ରୋହିତ ଶର୍ମା ଓ ଶ୍ରେୟସ ଆୟରଙ୍କ ପରି ଆଗଧାଡିର ଖେଳାଳି ମୁମ୍ବାଇରେ ରହିଛନ୍ତି । ମାତ୍ର ସମସ୍ତେ ବୋର୍ଡର ଅନୁମତିକୁ ଅପେକ୍ଷାରେ ଅଭ୍ୟାସ ଆରମ୍ଭ କରିନାହାନ୍ତି ।
ଶାର୍ଦ୍ଦୁଳ ଠାକୁର ବିସିସିଆଇର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିର ଗ୍ରେଡ ସି ଖେଳାଳି ରହିଛନ୍ତି । ଅନ୍ୟପଟେ ମୁମ୍ବାଇରେ ଦେଶରେ ସର୍ବାଧିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ଏପରି ସ୍ଥିତିରେ ଶାର୍ଦ୍ଦୁଳଙ୍କ ଅଭ୍ୟାସ ଆରମ୍ଭକୁ ବିସିସିଆଇ ଅଧିକାରୀ ନାପସନ୍ଦ କରିଛନ୍ତି । ଏଥିସହିତ ଏହା ସ୍ମାର୍ଟ ନିଷ୍ପତି ନେବା ସମୟ ନୁହେଁ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ